ପ୍ରଶାସନ ର ଦୃଷ୍ଟି ପଡ଼ୁନଥିଲା : ନିଜେ ପୋଖରୀ ରୁ ଜେ ସି ବି ମେସିନ ଙ୍କୁ ଜବତ କରିବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ଅଞ୍ଚଳରେ ଦିନ ଦ୍ବିପ୍ରହର ରେ ମନରେଗା କାମ ମେସିନ ଦ୍ବାରା ହେଉଥିବା ପ୍ରଶାସନ ପାଖରେ ଦିନ ମଜୁରିଆ ମାନେ ଅଭିଯୋଗ କରିଆସୁଥିଲେ ମଧ୍ୟ ଏହି ପରି ବେଆଇନ କାର୍ଯ୍ୟ ଉପରେ ପ୍ରଶାସନ ର ଦୃଷ୍ଟି ପଡ଼ୁନଥିଲା l
ଶୁକ୍ରବାର ଦିନ ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଗସ୍ତରେ ଯାଉଥିବା ସମୟରେ ଏହି ବ୍ଲକ ଅନ୍ତର୍ଗତ ସେଲେଡି ପଞ୍ଚାୟତ ଅଧିନସ୍ଥ ତୁଲୁଣ୍ଡୁପାଲି ଗ୍ରାମର ତୁଲୁଣ୍ଡୁପାଲି ଛକ ରେ ଥିବା ଗଜା ସାଗର ପୋଖରୀ ରେ ମନରେଗା ଯୋଜନାରେ ପଞ୍ଚାୟତ ପ୍ରଶାସନ ପକ୍ଷରୁ ମାଟି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ଜେ ସି ବି ଦ୍ବାରା କାମ ହେଉଥିବା ଦେଖି ନିଜେ ଉପସ୍ତିତ ରହି ମେସିନ କୁ ଜବତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସଙ୍କୁ l
ମନ୍ତ୍ରୀ ଶ୍ରୀ ନାଏକ ପୋଖରୀ ରେ ଶ୍ରମିକଙ୍କ ବଦଳରେ ଜେସିବି ଗାଡ଼ି ସାହାଯ୍ୟରେ ମାଟି କାମ କରୁଥିବା ଦେଖି ମନ୍ତ୍ରୀ ରାସ୍ତାରେ ଗାଡ଼ି ଅଟକାଇ ପୋଖରୀ କୁ ଯାଇ ତଦନ୍ତ କରିଥିଲେ l ସେଠାରେ ତୁଲୁଣ୍ଡୁପାଲି ଗ୍ରାମର ଦିନ ମଜୁରିଆ ମାନେ ମନ୍ତ୍ରୀ ଙ୍କୁ କାମ ନଦେଇ ମେସିନ ଦ୍ୱାରା କାର୍ଯ୍ୟ ହେଉଥିବା ଅଭିଯୋଗ କରିଥିଲେ l ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ମନରେଗା ରେ ଶ୍ରମିକ ନିୟୋଜନ ହୋଇ କାମ କରିବା କଥା ମାତ୍ର ଜେସିବି ରେ କାମ କରୁଥିବା ଦେଖି ବାକୁ ପାଇ ମନ୍ତ୍ରୀ ବିରକ୍ତି ଭାବ ପ୍ରକାଶ କରିଥିଲେ l ମନ୍ତ୍ରୀ ଙ୍କ ଉପସ୍ଥିତି ରେ ଜିଲ୍ଲାପାଳ ଅନ୍ୟା ଦାସ, ବିନିକା ତହସିଲଦାର ଓ ବିନିକା ପୁଲିସ ପ୍ରଶାସନର ଉପସ୍ଥିତି ରେ ଜେସିବି ଗାଡ଼ିକୁ ଜବତ କରିଥିବା ମନ୍ତ୍ରୀ ଶ୍ରୀ ନାଏକ ସୁଚନା ଦେଇଛନ୍ତି l ସେ କହିଥିଲେ ଆମ ସମ୍ମୁଖରେ ଦିନ ମଜୁରିଆ କାମ ପାଉନଥିବା ଅଭିଯୋଗ କରୁଥିଲା ବେଳେ ଦିନ ଦ୍ବି ପ୍ରହର ରେ ମଜୁରିଆାଙ୍କ ପେଟରେ ଲାତମାରି ମେସିନ ମାଟି ଉଠାଣ କରି ଏହା ଏକ ନିନ୍ଦନୀୟ କାର୍ଯ୍ୟ ବୋଲି ପ୍ରକାଶ କରିଥିଲେ l ଏହି ସମୟରେ ଵୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେରଙ୍କ ସମେତ ଗ୍ରାମର ମଜୁରିଆ ,ବିଜେପି କର୍ମକର୍ତ୍ତା ଉପସ୍ଥିତ ଥିଲେ l
ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର