July 1, 2025
Home » ପ୍ରସିଦ୍ଧ କଲା ଚନ୍ଦନ ମେଳା ଉଦଯାପନୀ ଉତ୍ସବ

ପ୍ରସିଦ୍ଧ କଲା ଚନ୍ଦନ ମେଳା ଉଦଯାପନୀ ଉତ୍ସବ

0
deba-chandan

ପୁରାତନ ପ୍ରସିଦ୍ଧ ଓ ବୈଶିଷ୍ଠ ରଖୁଥିବା କଲା ଚନ୍ଦନ ମେଳାର ଉଦଯାପନୀ ଉତ୍ସବ ଶ୍ରୀ ମଦନ ମୋହନ ପ୍ରେମୀ ଙ୍କ ଗଭୀର ଭକ୍ତି ମାଧ୍ୟମରେ ଶେଷ ହୋଇଯାଇଛି l ଅରୁଣ କୁମାର ସାହୁ ବିଜେପି ଜିଲ୍ଲା ସଭାପତି, ଦେବଗଡ଼ ଙ୍କ ନେତୃତ୍ୱ ଓ ସଂଯୋଜନାରେ ଶ୍ରୀଯୁକ୍ତ ରବିନାରାୟଣ ନାଏକ, ମାନ୍ୟବର ମନ୍ତ୍ରୀ ପଞ୍ଚାୟତ ରାଜ, ଜଳଯୋଗାଣ ଓ ଗ୍ରାମ୍ୟ ଉନ୍ନୟନ, ଓଡିଶା ସରକାର ମୁଖ୍ୟ ଅତିଥି, ସମ୍ମାନିତ ଅତିଥିଭାବେ ଶ୍ରୀଯୁକ୍ତ ଅଶୋକ ମହାନ୍ତି,ମାନ୍ୟବର ବିଧାୟକ ପାଳଲହଡା,ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ପୂର୍ବତନ ବିଧାୟକ ଦେବଗଡ଼,ଶ୍ରୀଯୁକ୍ତ ପ୍ରଭାସ ଚନ୍ଦ୍ର ପ୍ରଧାନ, ଅଧକ୍ଷ, ପଞ୍ଚାୟତ ମହାବିଦ୍ୟାଳୟ କଲା ଯୋଗ ଦେଇ କଲା ଚନ୍ଦନ ଯାତ୍ରା ର ବୈଶିଷ୍ଟ ପ୍ରତିପାଦନ କରିଥିଲେ

l ସମ୍ମାନିତ ଅତିଥି ଶ୍ରୀ ମହାନ୍ତି ପଡୋଶୀ ନିର୍ବାଚନ ମଣ୍ଡଳୀର ବିଧାୟକ ହୋଇଥିବାରୁ ତତ କାଳୀନ ବେହେରା ପ୍ରଧାନ, କଲା ଗ୍ରାମ ଓ ଶ୍ରୀ ମଦନ ମୋହନ ଙ୍କ ଗୁଣଗାନ କରିଥିଲେ l ମୁଖ୍ୟ ଅତିଥି ଶ୍ରୀ ନାଏକ କଲା ଚନ୍ଦନ ମେଳା ର ବୈଶିଷ୍ଟ ଓ କଲା ବାସୀଙ୍କ ଆତିଥ୍ୟ ତାକୁ ଦୃଢ ପ୍ରଶଂସା କରିବା ସହିତ କଲା ଠାରେ ପଚାଶ ଲକ୍ଷ ର କଲ୍ୟାଣୀ ମଣ୍ଡପ, ଚନ୍ଦନ ମେଳା ପୋଖରୀ (ବଡ଼ ବନ୍ଧ )ର ଉନ୍ନତି କରଣ, ପ୍ରତି ଘରକୁ ଅଗଷ୍ଟ ସୁଦ୍ଧା ପାନୀୟ ଜଳ ଯୋଗାଣ, ରାସ୍ତା ର ଉନ୍ନତି କରଣ, ଆଦିବାସୀ, ହରିଜନ, ଗରିବ,ମହିଳା ମାନଙ୍କ ଗୃହ ଯୋଗାଣ, ବିକଶିତ ଗାଁ ଓ ବିକଶିତ ଓଡିଶା କାର୍ଯ୍ୟକ୍ରମ ର ସଠିକ ପରିଚାଳନା ପାଇଁ ପ୍ରତିଶୃତି ପ୍ରଦାନ ପୂର୍ବକ ବାମଣ୍ଡା ବାସୀ ଭାବେ ଗର୍ବ ଅନୁଭବ କରି ଜିଲ୍ଲା ର ସମସ୍ତ ସୁବିଧା ଅସୁବିଧା ସବୁବେଳେ ଛିଡା ହେବା ପାଇଁ ଦୃଢ଼ ସଂକଳ୍ପ ଦେଲେ l ଶେଷରେ ଶ୍ରୀଯୁକ୍ତ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ଭଙ୍ଗ କରିଥିଲେ l

ଦେବଗଡ ଇପିଏ ରୁ ଦେବାନନ୍ଦ ନାଏକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *