May 9, 2025
Home » ପ୍ରସିଦ୍ଧ ଶକ୍ତିପୀଠ ରାମଚଣ୍ଡୀ ଠାରେ ବିଶ୍ବସ୍ତରୀୟ ସନ୍ଥ ସମ୍ମିଳନୀ !

ପ୍ରସିଦ୍ଧ ଶକ୍ତିପୀଠ ରାମଚଣ୍ଡୀ ଠାରେ ବିଶ୍ବସ୍ତରୀୟ ସନ୍ଥ ସମ୍ମିଳନୀ !

0
WhatsApp Image 2025-02-19 at 5.33.18 PM (1)

ଛତ୍ରପୁର:ପ୍ରସିଦ୍ଧ ଶକ୍ତିପୀଠ ରାମଚଣ୍ଡୀ ଠାରେ ମଙ୍ଗଳବାର ଦିନ ବିଶ୍ବସ୍ତରୀୟ ସନ୍ଥ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
ପ୍ରୟାଗରାଜ କୁ ତୀର୍ଥ କରିବାକୁ ଯାଇ ମହାକୁମ୍ଭମେଳାରେ ଫେରି ଆସିଥିବା ୧୨୧ ସାଧୁ ସନ୍ଥମାନଙ୍କୁ ମା’ ରାମଚଣ୍ଡୀଙ୍କ ପୀଠ କୁ ଆମନ୍ତ୍ରିତ କରାଇ ଭବ୍ୟ ମଞ୍ଚରେ ସାଦର ଅଭିନନ୍ଦନ ସହ ଶୁଭେଚ୍ଛା ଜଣାଇ ସମ୍ମାନୀତ କରାଯାଇଥିଲା । ସନ୍ଥଶ୍ରୀ ଶଙ୍କରାନନ୍ଦ ଗିରି, (ଭୁବନେଶ୍ୱର), ସନ୍ଥଶ୍ରୀ ତ୍ରିଦଣ୍ଡି ସ୍ବାମୀ ଭାସ୍କର ତୀର୍ଥ, (ମହେନ୍ଦ୍ରଗିରି), ପ୍ରଜ୍ଞାନନ୍ଦ ମହାରାଜ (ପୋଲସରା), ଶ୍ରୀ ମହନ୍ତ ରାଧା ବିନୋଦ ଦାସ୍, (ଚୈତନ୍ୟ ମଠ), ହରି ମହାରାଜ ଓ ଏହି ସନ୍ଥ ସମ୍ମେଳନୀ ର ମୁଖ୍ୟ ସଂଯୋଜନା ଦାୟିତ୍ୱ ରେ ଶ୍ରୀ ପ୍ରଶାନ୍ତ କର,ଜୋତିର୍ବିଦ ଶ୍ରୀ ଦୀପକ ଦାସ ପ୍ରମୁଖ ବହୁ ସାଧୁସନ୍ଥ ଗଣ ଯୋଗଦେଇ ସମଗ୍ର ଭାରତ ବର୍ଷରେ ସନାତନ ଧର୍ମର ସୁରକ୍ଷା କରିବା ସାଂଗକୁ ହିନ୍ଦୁ ସନାତନୀ ମାନଙ୍କ ପ୍ରଚାର ପ୍ରସାର ଦିଗରେ ବିହିତ ପଦକ୍ଷେପ ନେବା ଜରୁରୀ ବୋଲି ବହୁ ସାଧୁ ସନ୍ଥଗଣ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ ଅଗଣିତ ଭକ୍ତମାନଙ୍କ ଗହଣରେ ଜାଗରଣ ସୃଷ୍ଟି କରିଥିଲେ ।


ଏଥି ସମେତ ବିଭିନ୍ନ ଶକ୍ତିପୀଠ ଗୁଡ଼ିକର ସୁରକ୍ଷା ଏଵଂ ସେ ଗୁଡ଼ିକର ରକ୍ଷଣାବେକ୍ଷଣା କରିବା ନିହାତି ଆବଶ୍ୟକ ବୋଲି ସନ୍ଥଗଣ ମତପ୍ରକାଶ କରିଛନ୍ତି । ଶକ୍ତିପୀଠ ର ମହତ୍ତ୍ୱ ବଜାୟ ରଖିବା ଉଦ୍ଦେଶ୍ୟରେ
ରାମଚଣ୍ଡୀ ମନ୍ଦିରରେ ୧୦୮ କୁମ୍ଭ ସ୍ଥାପନକରାଯାଇଥିଲା । କଳସ୍ ଯାତ୍ରା କରାଇ ଋଷିକୁଲ୍ୟା ନଦୀ ଘାଟରୁ ସଧବା ନାରୀମାନଙ୍କ ଦ୍ଵାରା ଜଳ ଅଣାଯାଇ ପବିତ୍ର ଏହି ଜ୍ଞାନ ଯଜ୍ଞ କାର୍ଯ୍ୟକ୍ରମ କୁ ଉଦ୍ଭାସିତ କରାଯାଇଥିଲା । ମନ୍ଦିର ବେଢ଼ା ପରିସରରେ ନାନା ବେଦମନ୍ତ୍ର ଉଚ୍ଚାରୀତ ହୋଇ ବିବିଧ କର୍ମକାଣ୍ଡ ର ବିଧାନ ତଥା ଦେବୀ ଙ୍କ ଠାରେ ଏକ ଲକ୍ଷ ଆଠ ହଜାର ବିଲ୍ଵପତ୍ର ଅଭିଷେକ, ଚଣ୍ଡୀପାଠ, ସାଧୁ ସନ୍ଥଗଣ ଙ୍କ ଆଧ୍ୟାତ୍ମିକ ଜାଗରଣ ଓ ଆଶ୍ରିବଚନ ପ୍ରଦାନରେ ଅଗଣିତ ଭକ୍ତଗଣ ସିଦ୍ଧି ଲାଭ କରିଛନ୍ତି । ଆଶ୍ରିବଚନ ପ୍ରଦାନ କାର୍ଯ୍ୟକ୍ରମ ପରି ଶେଷରେ ସାଧୁସନ୍ଥ ଗଣ ଶକ୍ତିପୀଠ ରାମଚଣ୍ଡୀ ପରିସରରେ ବ୍ରହ୍ମା ଭୋଜନ ସାରି ଅପରାହ୍ନରେ ପୁରୀ ଅଭିମୁଖେ ଯାତ୍ରା କରିଥିଲେ ।

ଏହି ସମସ୍ତ କାର୍ଯ୍ୟକ୍ରମ କୁ ଆୟୋଜନ ଏବଂ ପରିଚାଳନା ଦାୟିତ୍ଵରେ ଥିବା ମୁଖ୍ୟ ଆବାହକ, ମୁଖ୍ୟ ଉଦ୍ୟକ୍ତା ତଥା ମନ୍ଦିର ଟ୍ରଷ୍ଟ ବୋର୍ଡ ସଂଯୋଜକ କମଳ କୁମାର ପଣ୍ଡା, ଟ୍ରଷ୍ଟି ଶ୍ରୀମତୀ ମଞ୍ଜୁଳା ପଣ୍ଡା, ଲକ୍ଷ୍ମୀ ନୃସିଂହ ପଣ୍ଡା, ରାମଚଣ୍ଡୀ ମନ୍ଦିର ପୂଜା କମିଟୀ ସମ୍ପାଦକ ତଥା ଆବାହକ ମହାରାଜ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ, ପୂଜା କମିଟୀ କର୍ମକର୍ତ୍ତା ତୁଷାର ଶତପଥୀ, ଜ୍ୟୋତିଷ ବିଶାରଦ ଦୀପକ ଦାସ୍, ସ୍ଥପତି ପଣ୍ତିତ ବିଜୟ ତ୍ରିପାଠୀ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳକ ତଥା ଛତ୍ରପୁର ନୃତ୍ୟ ନିର୍ଦ୍ଦେଶକ ସାଧାରଣ ସମ୍ପାଦକ କୋରିଓ ଗ୍ରାଫର୍ ଜୀବନ କୁମାର୍ ମହାରଣା ପ୍ରମୁଖ ଙ୍କ ସକ୍ରୀୟ ସହଯୋଗ ପୂର୍ଣ୍ଣ ଅଂଶଗ୍ରହଣ ଖୁବ୍ ନିଆରା ଓ ଚର୍ଚ୍ଚା ର ବିଷୟ ହୋଇଛି । ପୂଜାକମିଟୀ, ଟ୍ରଷ୍ଟ ସଭ୍ୟ ଓ ମା’ ଙ୍କ ଅଗଣିତ ଶ୍ରଦ୍ଧାଳୁ ଭକ୍ତଙ୍କ ସକ୍ରୀୟ ସହଯୋଗରେ ରାମଚଣ୍ଡୀ ମହୋତ୍ସବ ଖୁବ୍ ସୁରୁଖରେ ସମ୍ପନ୍ନ ହୋଇଅଛି ।।

CHATRAPUR MUNA BEHERA NKA REPORT

Leave a Reply

Your email address will not be published. Required fields are marked *