ପ୍ରସ୍ତାବିତ ଆମରଣ ଅନଶନ କୁ ସ୍ଥଗିତ ରଖିଲେ ସରପଞ୍ଚ

ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ଙ୍କ ହସ୍ତକ୍ଷେପ, ସମ୍ବେଦନଶୀଳ ପ୍ରଶାସନିକ ଆଦେଶରେ ଶ୍ରୀ ପୁରୁଷୋତ୍ତମ ଧରୁଆ ବି ଡି ଓ ଵୀରମହାରାଜପୁର ଓ ଉଫୁଲା ସରପଞ୍ଚ ଶ୍ରୀୟା କର୍ମୀ ଙ୍କ ମଧ୍ୟରେ ଆଗାମୀ ୭୯ ତମ ସ୍ବାଧିନତା ଦିବସ ଅବସରରେ ପ୍ରଦତ୍ତ ଆମରଣ ଅନଶନ ନୋଟିସ ସମ୍ପର୍କିତ ଦ୍ୱିପାକ୍ଷିକ ଆଲୋଚନା ଗତ କାଲି (୧୨ ତାରିଖ ରେ ) ବିଡ଼ିଓ ଙ୍କ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା।ଆଲୋଚନା ସମୟରେ ସରପଞ୍ଚ ଶ୍ରୀୟା କର୍ମୀ ଊଫୁଲା ଗ୍ରାମ ପଞ୍ଚାୟତର କ୍ଷୁଦ୍ର, ନାମମାତ୍ର, ତଫସିଲଭୁକ୍ତ ଜାତି,ଜନଜାତି ଚାଷୀ ଙ୍କ ଗାଇ,ଛେଳି, ମେଣ୍ଢା ଗୁହାଳ ନିର୍ମାଣ ,ସେଚ କୂପ ଖନନ, ଫାର୍ମ ପଣ୍ଡ ଓ ଜମି ଉନ୍ନତି କରଣ ପ୍ରକଳ୍ପ ମଂଜୁରୀ ରେ ବ୍ଳକ୍ ପ୍ରଶାସନର ଅସହଯୋଗ ଓ ବର୍ଷାଧିକ କାଳ ସିଡି ଓ ତଥା ଇଓ ଜିଲ୍ଲାପରିଷଦ ,ଜିଲ୍ଲାପାଳ ଙ୍କ ଆଦେଶ ଅବମାନନା କରିବା ଫଳରେ ଉଫୁଲା ପଞ୍ଚାୟତ ବାସୀ ଙ୍କ ବ୍ୟକ୍ତିଗତ ପ୍ରକଳ୍ପ ମନରେଗା ଯୋଜନାରେ ମଂଜୁର ନହୋଇ ପଡ଼ିରହିବା ଫଳରେ ସରପଞ୍ଚ ବ୍ୟକ୍ତିଗତ ଭାବେ ପଞ୍ଚାୟତ ବାସୀଙ୍କ ଆକ୍ରୋଶର ଶିକାର ହେଉଥିବା ସଂପର୍କରେ ପ୍ରକାଶ କରିଥିଲେ। ବି ଡି ଓ ପୁରୁଷୋତ୍ତମ ଧରୁଆ ଜିଲ୍ଲପାଳ ଓ ଅନ୍ୟ ଜିଲ୍ଲା ଅଧିକାରୀ ଙ୍କ ପରାମର୍ଶକ୍ରମେ ଉଫୁଲା ପଞ୍ଚାୟତ ର ଯୋଗ୍ୟ ବ୍ୟକ୍ତିଗତ ହିତାଧିକାରୀଙ୍କ ପ୍ରକଳ୍ପ ମଂଜୁରୀ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।ଆବଶ୍ୟକ ସ୍ଥଳେ ବ୍ୟକ୍ତିଗତ ବୁଝାମଣା ଓ ଆଲୋଚନା ମାଧ୍ୟମରେ ଉଫୁଲା ପଞ୍ଚାୟତର ସମସ୍ୟା ସମାଧାନ କରିବାର ଲିଖିତ ପ୍ରତିଶ୍ରୁତି ବି ଡି ଓ ତାଙ୍କ ପତ୍ର ସଂଖ୍ୟା- ୬୪୩୯ ତା. ୧୨/୦୮/୨୦୨୫ ରେ ସରପଞ୍ଚ ଉଫୁଲା ଙ୍କୁ ଜଣାଇ ଆଗାମୀ ଅଗଷ୍ଟ ୧୫ ତାରିଖ ରେ ବିଡ଼ିଓ କାର୍ଯ୍ୟାଳୟ ସାମ୍ନାରେ ଆମରଣ ଅନଶନ ରୁ ନିବୃତ ରହିବାକୁ ଅନୁରୋଧ କରିଥିଲେ। ଆମରଣ ଅନଶନ ନୋଟିସ ଉପରେ ଆଜି ଉଫୁଲା ପଞ୍ଚାୟତ ସଭାଗୃହରେ ସରପଞ୍ଚ ଶ୍ରୀୟା କର୍ମୀ ଙ୍କ ସଭାପତିତ୍ବରେ ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ସର୍ବସମ୍ମତି କ୍ରମେ ଆଗାମୀ ୧୫ ତାରିଖ ଆମରଣ ଅନଶନ କୁ ସରପଞ୍ଚ ଶ୍ରୀୟା କର୍ମୀ ସ୍ଥଗିତ ରଖିବାକୁ ପରାମର୍ଶ ଦେଇଥିଲେ।ଜିଲ୍ଲାପାଳ ଡ. ନୃପରାଜ ସାହୁ ଙ୍କ ସମ୍ବେଦନଶୀଳ ଆଶୁ ପଦକ୍ଷେପ କୁ ପ୍ରଶଂସା କରାଯିବା ସହ ବିଡ଼ିଓ ପୁରୁଷୋତ୍ତମ ଧରୁଆଙ୍କ ପ୍ରତିବଦ୍ଧତା ରକ୍ଷା ପାଇଁ ଉପସ୍ଥିତ ଜନପ୍ରତିନିଧି,ଶୁଭେଚ୍ଛୁ,ହିତାଧିକାରୀ
ମତପୋଷଣ କରିଥିଲେ। ସରପଞ୍ଚ ଶ୍ରୀୟା କର୍ମୀ ତାଙ୍କୁ ସମର୍ଥନ କରୁଥିବା ଜନ ପ୍ରତିନିଧି, ପ୍ରଶାସନିକ ଅଧିକାରୀ, ସାମ୍ବାଦିକ,ହିତାଧିକାରୀ, ବୁଦ୍ଧିଜୀବୀ ଙ୍କୁ ଧନ୍ୟବାଦ ଜଣାଇ ଥିଲେ। ଉଫୁଲା ବାସୀଙ୍କ ନ୍ୟାୟ ଦାବି ହାସଲ ପର୍ଯ୍ୟନ୍ତ ପ୍ରଶାସନ ସହ ଆଲୋଚନା ପୂର୍ବକ ସମସ୍ତ ଦାବି ହାସଲ କରାଯିବ। ବର୍ତ୍ତମାନ ଆମରଣ ଅନଶନ କୁ ସ୍ଥଗିତ ରଖାଯିବ । ଦାବି ପୂରଣ ରେ ଅହେତୁକ ବିଳମ୍ବ ହେଲେ ପୁଣି ପ୍ରଶାସନ କୁ ଆଇନ ଗତ ନୋଟିସ ପ୍ରଦାନ ପୂର୍ବକ ଆମରଣ ଅନଶନ ଜାରି ରହିବ ବୋଲି ସୂଚନା ଦେଇଥିଲେ l ଏହି ଆଲୋଚନାରେ ନାଏବ ସରପଞ୍ଚ କମଳିନୀ ମହାପାତ୍ର , ୱାର୍ଡ ସଭ୍ୟା ରୁକ୍ସାନା ବିବି, ଶିବାନୀ ସାହୁ, ଅକ୍ଷୟ କୁରକୁରିଆ, ନାରାୟଣ ମହାକୁର, ନବୀନ ଜଗଦଲା ପ୍ରମୁଖ ଉପସ୍ଥିତ ଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..