ପ୍ରାଉଟିଷ୍ଟ ବ୍ଲକ ଇଣ୍ଡିଆ ତରଫରୁ ଶୀତବସ୍ତ୍ର ବଣ୍ଟନ
ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ୍ ହେଡ୍ କ୍ୱାର୍ଟର ବାଣୀଭୂଷଣପୁର (ଚାରିଛକ) ରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଶେଷରେ କିଛି ଅସହାୟ ବିଧବା ଭିନ୍ନକ୍ଷମ ମହିଳା ମାନଙ୍କୁ ଶୀତକାଳୀନ ବସ୍ତ୍ର (କମ୍ବଳ ) ପ୍ରାଉଟିଷ୍ଟ୍ ବ୍ଲକ୍ ଇଣ୍ଡିଆ, ବୌଦ୍ଧ ଜିଲ୍ଲା ଶାଖା ତରଫରୁ କେଦାରନାଥ ସାହୁ ଓ ବୃନ୍ଦାବନ ବେହେରାଙ୍କ ନେତୃତ୍ବରେ ବଣ୍ଟନ କରାଯାଇଛି lଉକ୍ତ କାର୍ଯ୍ୟକ୍ରମ ରେ ସାମାଜିକ କର୍ମୀ କୃତ୍ତିବାସ ପଲିଆ ଏଵଂ ପ୍ରକାଶ ଚନ୍ଦ୍ର ସାହୁ ସହଯୋଗ କରିଥିଲେ । ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ କୁସଙ୍ଗ ଓ ମହାଳିକପଡ଼ା ଗ୍ରାମ ପଞ୍ଚାୟତର ବାସିନ୍ଦା (ଝୁନୁରାଣି ଭୁୟାଁ,କୌତୁକା ଗାଇଗୌରିଆ ଓ ଅନ୍ୟାନ୍ୟ ମହିଳା)ମାନେ ନିଜର ବିଧବା ଭତ୍ତା, ଆବାସ ଘର,ରାସନ୍ କାର୍ଡ ପାଇବାକୁ ଆସିଥିବା ଗରୀବ ଅସହାୟ ମହିଳା ମାନଙ୍କୁ ଶୀତକାଳୀନ ବସ୍ତ୍ର କମ୍ବଳ ବଣ୍ଟା ଯାଇଥିଲା । ଆଗାମୀ ଦିନରେ ଶୀତକାଳୀନ ବସ୍ତ୍ର ଓ ଛୋଟ ପିଲାଙ୍କୁ ସୁଇଟର ବଣ୍ଟନ କାର୍ଯ୍ୟକ୍ରମ ଜିଲ୍ଲାର ତିନୋଟି ବ୍ଲକରେ ଭୁବନେଶ୍ୱରର ଆନନ୍ଦ ମିଶନ ଟ୍ରଷ୍ଟ ଓ ବୌଦ୍ଧ ର ଶାନ୍ତିଦେବୀ ଏଣ୍ଟର ପ୍ରାଇଜେସ ସହାୟତାରେ ବିଭିନ୍ନ ଗ୍ରାମରେ ଚାଲିବ ବୋଲି ଶ୍ରୀ ସାହୁ ସୂଚନା ପ୍ରଦାନ କରିଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
