December 24, 2025
Home » ପ୍ରାକ୍ତନ ପୋଲିସ୍ ଅଧିକାରୀଙ୍କ ଶ୍ରାଦ୍ଧ ଦିବସ ପାଳନ

ପ୍ରାକ୍ତନ ପୋଲିସ୍ ଅଧିକାରୀଙ୍କ ଶ୍ରାଦ୍ଧ ଦିବସ ପାଳନ

0
WhatsApp Image 2025-11-16 at 4.57.56 PM

 

ଖଣ୍ଡଗିରି :- ପ୍ରାକ୍ତନ ପୋଲିସ୍ ଅଧିକାରୀ ସ୍ଵର୍ଗତ ସୀତାକାନ୍ତ ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଓ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ପୋଖରୀପୁଟ ଠାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ସ୍ତମ୍ଭକାର ଜାନକୀଶ ବଡପଣ୍ଡା, ବରିଷ୍ଠ ସାମ୍ବାଦିକ ନିର୍ମଳ ଚନ୍ଦ୍ର ସାମଲ,ସମାଜସେବୀ ଦିଲ୍ଲୀପ ପଟ୍ଟନାୟକ, ଅକ୍ଷୟ କୁମାର ସାହୁଙ୍କ ସମେତ ପରିବାର ପକ୍ଷରୁ ସୁଦିକ୍ଷା ,ସୀମା ଓ ପୁତ୍ର ଅଧ୍ୟାପକ ଶୁଭାଶିଷ ମହାନ୍ତି ପ୍ରମୂଖ ସ୍ଵର୍ଗତ ମହାନ୍ତିଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l ଆଗନ୍ତୁକ ଅତିଥି ମାନଙ୍କୁ ଶୁଭାଶିଷ ମହାନ୍ତି ଆତିଥ୍ଯ ପ୍ରଦାନ କରିଥିଲେ l

Leave a Reply

Your email address will not be published. Required fields are marked *