ପ୍ରାଞ୍ଜଳ ହେଲେ ଓଏଭିଏସ ଜିଲ୍ଲା ଟପ୍ପର l
ସୁବର୍ଣ୍ଣପୁର —ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଅଇଲାଚୁଆ ଓଏଭିଏସର ଦଶମ ଶ୍ରେଣୀର ଛାତ୍ର ପ୍ରାଞ୍ଜଳ ବସ୍ତିଆ ମୋଟ ୫୦୦ମାର୍କରୁ ୪୮୬ ନମ୍ବର ଅର୍ଥାତ ୯୭.୨ ଶତକଡା ରଖି ଜିଲ୍ଲାର ତିନୋଟି ଆଦର୍ଶ ବିଦ୍ୟାଳୟରେ ଟପ୍ପର ହୋଇଛନ୍ତି । ପ୍ରାଞ୍ଜଳ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖଟଖଟିଆ ଗ୍ରାମର ପ୍ରତିମା ବସ୍ତିଆ ଓ ପ୍ରକାଶ ବସ୍ତିଆଙ୍କ ଏକ ମାତ୍ର ପୁଅ ଅଟନ୍ତି ।ସେ ଏ ସଫଳତା ପାଇଁ ବାପା /ମା ପରିବାରର ସମସ୍ତଙ୍କୁ ଓ ଶିକ୍ଷକ ,ଶିକ୍ଷୟିତ୍ରୀ ମାନଙ୍କୁ ଦେଇଛନ୍ତି ।ସେ ଭବିଷ୍ୟତରେ ଜଣେ ବୈଜ୍ଞାନିକ ହେବାକୁ ଲକ୍ଷ୍ୟ ରଖିଛନ୍ତି ।ସେ ଆହୁରି କହିଛନ୍ତି ଯେ ଲକ୍ଷ୍ୟ ରଖି କଠୋର ପରିଶ୍ରମ କଲେ ସଫଳତା ନିଶ୍ଚୟ ମିଳିବ ।
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
