July 4, 2025
Home » ପ୍ରାତଃ ଭ୍ରମଣକାରୀ ଙ୍କ ବସନ୍ତ ମିଳନ

ପ୍ରାତଃ ଭ୍ରମଣକାରୀ ଙ୍କ ବସନ୍ତ ମିଳନ

0
WhatsApp Image 2025-02-12 at 12.33.14 PM

ଭୁବନେଶ୍ୱର:- ବସନ୍ତ ଋତୁକୁ ସ୍ବାଗତ ଜଣାଇ ସ୍ଥାନୀୟ ଜାମୁକୋଳି ସ୍ଥିତ ଲବଣ ଗିରି ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ପୋଖରୀପୁଟ ମଧୁସୂଦନ ପାର୍କ ମର୍ଣିଙ୍ଗ ୱାକର୍ସ ଏସୋସିଏସନ୍ ଦ୍ଵାରା ଆୟୋଜିତ ଏକ ବନ୍ଧୁମିଳନ ଉତ୍ସବର ଆୟୋଜନ କରାଯାଇ ଥିଲା ! ଉକ୍ତ କାର୍ଯ୍ୟକ୍ରମରେ ଆସୋସିଏସନ୍ ର ସଭାପତି ନିର୍ମଳ ଚନ୍ଦ୍ର ସାମଲ ଅଧ୍ୟକ୍ଷତା କରିଥିଲେ। ବିଶିଷ୍ଟ କଥାକାର ଗୌରହରି ଦାସ ବରିଷ୍ଠ ନାଗରିକ ମାନେ ସମାଜର ଦିଗ୍ ଦର୍ଶକ ବୋଲି ମତବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ଯଥୋଚ୍ଚିତ ସମ୍ମାନ ଦେବାପାଇଁ ପରାମର୍ଶ ଦେଇଥିଲେ। ବିଧାୟକ୍ ବାବୁ ସିଂ, ମନ୍ମଥ ରାଉତରାୟ, ହୃଦୟ ବଲ୍ଳଭ ସାମନ୍ତରାୟ, କର୍ପୋରେଟର ମନୋରଞ୍ଜନ ମଲିଆ, କବି ସଂଯୁକ୍ତା ନାୟକ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ !ପ୍ରବଚକ ରଜନୀ କାନ୍ତ ଜଗଦେବ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ବିଶଦଃ ଭାବେ ଆଲୋଚନା କରିଥିଲେ।

ଏହି ଅବସରରେ ସଭ୍ୟ ନିର୍ମଳ ଚନ୍ଦ୍ର ସାମଲ , ରସାନନ୍ଦ ସାହୁ ଙ୍କ ଜନ୍ମ ଦିବସ ପାଳନ ସଙ୍ଗେ ସଙ୍ଗେ ଡଃ ମହେନ୍ଦ୍ର ଜେନା ଓ ଇଂ ତ୍ରିଲୋଚନ ବାରିକ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ କବି ମାନଗୋବିନ୍ଦ ବାରିକ୍, ବଂଶୀଧର ପଣ୍ଡା, ନାରାୟଣ କର, ସୁରେନ୍ଦ୍ର ପ୍ରଧାନ, ଦଶରଥ ନନ୍ଦ, ଅଶୋକ ପ୍ରଧାନ,
ବାଲ୍ମୀକି ପାତ୍ର, ଲଳିତ ରାଉତ, ସୁନୀଲ ବିଶ୍ୱାଳ, ସୁଦର୍ଶନ ମହାଳିକ, ପ୍ରକାଶ ଚନ୍ଦ୍ର ପ୍ରଧାନ, ବାବୁଲି ସାମର୍ଥ ପ୍ରମୂଖ ସଂଘର ବହୁ ବ୍ୟକ୍ତି ଓ କର୍ମକର୍ତ୍ତା ବନ୍ଧୁ ମିଳନରେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ସଙ୍ଘର ସମ୍ପାଦକ ଆଡଭୋକେଟ ଲକ୍ଷ୍ମୀ ନାରାୟଣ ପାଢ଼ୀ ସ୍ବାଗତ ଭାଷଣ ଦେଇଥିବା ବେଳେ ପରିଶେଷର ପଠାଣି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *