December 22, 2024
Home » ପ୍ରାଥମିକ କୃଷି ସମବାୟ ସମିତି କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ପ୍ରାଥମିକ କୃଷି ସମବାୟ ସମିତି କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

0

ପ୍ରାଥମିକ କୃଷି ସମବାୟ ସମିତି କର୍ମଚାରୀ ସଂଘ ଆସ୍କା ସମବାୟ ସମିତି ପକ୍ଷରୁ ସମାନ କାମକୁ ସମାନ ଦରମା ପ୍ରଦାନ ଦାବୀରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯାଳୟ ସମ୍ମୁଖରେ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ସମଗ୍ର ରାଜ୍ୟରେ ପୁଞ୍ଜି ନିବେଶ ମାଧ୍ୟମରେ କୃଷି କ୍ଷେତ୍ରକୁ ପରିପୃଷ୍ଟ କରିବା ପାଇଁ ସରକାର ଯେଉଁ ଲକ୍ଷ୍ୟ ଧାର୍ଯ୍ଯ ରଖନ୍ତି, ତାହାର ଶତକଡ଼ା ୬୨ ଭାଗ କେବଳ ସମବାୟ ସମିତିମାନଙ୍କ ଦ୍ବାରା ସାଧିତ ହୋଇଥାଏ। କୃଷି ରଣ ଲଗାଣ ମାଧ୍ୟମରେ କୃଷି ତଥା କୃଷକଙ୍କ ଆୟରେ ଅଭିବୃଦ୍ଧି ସକାଶେ କୃଷି ସମବାୟ ସମିତିଗୁଡିକ ଏକ ମାତ୍ର ପନ୍ଥା ଅଟେ ‌। ଏହି ଗୁରୁ ଦାୟୀତ୍ବ ଠିକ୍ ଭାବରେ ନିର୍ବାହ କରିବା ପାଇଁ ସମିତି ମାନଙ୍କରେ ଆମ୍ଭମାନଙ୍କୁ ନିଯୁକ୍ତି କରାଯାଇଅଛି । ଗ୍ରାମାଞ୍ଚଳର ତୃଣମୂଳସ୍ତରରେ ଲୋକମାନଙ୍କର ସାମାଜିକ ଓ ଆର୍ଥିକ ସ୍ତରରେ ଉନ୍ନତି ପାଇଁ ଉଦ୍ଧିଷ୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମୟ ଯୋଜନା / କାର୍ଯ୍ୟକ୍ରମ ଯଥା- ବିନା ସୁଧରେ କୃଷି ଋଣ, ପ୍ରଦାନ ସହିତ ବିହନ ଓ ରାସାୟନିକ ସାର ଯୋଗଣ, କୃଷି ଯନ୍ତ୍ରପାତି ଯୋଗାଣ, କୃଷକମାନଙ୍କ ଫସଲକୁ ପ୍ରଧାନମନ୍ତ୍ରୀ ଫସଲ ବୀମାଭୁକ୍ତ କରିବା ଏବଂ ମିଶନ୍ ଶକ୍ତି ଯୋଜନାରେ ମହିଳାମାନଙ୍କୁ ବିନା ସୁଧରେ ଋଣ ପ୍ରଦାନ ସହିତ କୃଷକମାନଙ୍କର କୃଷି ଉତ୍ପାଦିତ ସାମଗ୍ରୀ ଗୁଡିକୁ ଯଥା- ଧାନ, ମାଣ୍ଡିଆ, ମୁଗ, କପା, ଚିନାବାଦାମ ଇତ୍ୟାତି ସରକାରଙ୍କ ନିର୍ଦ୍ଧାରୀତ ସହାୟକ ମୂଲ୍ୟରେ ବିକ୍ରିବଟା ସମସ୍ତ କାର୍ଯ୍ୟ କମ୍ପୁଟର ମାଧ୍ୟମରେ ସ୍ୱଚ୍ଛତାର ସହିତ ସୁଚାରୁରୂପେ ସମିତି କର୍ମଚାରୀମାନେ ସମ୍ପାଦନ କରିଥିଲେ ମଧ୍ୟ ସମିତି କର୍ମଚାରୀମାନେ ଯୁକ୍ତ ଦରମା ପାଇ ଦୁର୍ବିସହ ଜୀବନ ଯାପନ କରନ୍ତି । ଏଥିପାଇଁ କାହାରି ମଧ୍ୟ ନିଘା ନାହିଁ । ତ୍ରୀସ୍ତରୀୟ ସମବାୟ ବ୍ୟବସ୍ଥାରେ ତୃଣମୂଳରରେ ପ୍ରାଥମିକ କୃଷି ସମୟ ସମିତିଗୁଡିକ ରହିଥିବା ବେଳେ ମଧ୍ୟବର୍ତ୍ତୀ ସ୍ତରରେ କେନ୍ଦ୍ର ସମବାୟ ବ୍ୟାଙ୍କ ଏବଂ ଶୀର୍ଷ ସ୍ତରରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟଙ୍କ ରହିଅଛି । କେନ୍ଦ୍ର ସମବାୟ ବ୍ୟାଙ୍କଗୁଡିକ ମହାଜନ ସଦୃଶ୍ୟ କାର୍ଯ୍ୟ କରନ୍ତି ଯଥା- ସମିତିଗୁଡିକ କୃଷକମାନଙ୍କୁ ତତ୍କାଳ ସୁଧ ରିହାତି ତଥା ବିନା ସୁଧରେ ରଣ ପ୍ରଦାନ ବେଳେ ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ ସମିତି ଠାରୁ ସୁଧ ଶୋଷଣ କରନ୍ତି ଏବଂ ସମିତିର ପ୍ରାପ୍ୟଗୁଡିକ ପ୍ରଦାନରେ ଅହେତୁକ ବିଳମ୍ବ କରନ୍ତି । ଏପରିକି କର୍ମଚାରୀଙ୍କ ଦରମା ପ୍ରଦାନରେ ମଧ୍ୟ ବାଧକ ସାଜନ୍ତି। ସମିତିର କର୍ମଚାରୀମାନଙ୍କୁ ପଦୋନ୍ନତି ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରନ୍ତି । ସମିତିର ସମ୍ବଳକୁ (ଅଂଶଧନ ଏବଂ ସୁଧ ସହାୟତା) ବ୍ୟାଙ୍କ ନିଜ ଇଚ୍ଛା ମୁତାବକ ଶୋଷଣ କରୁଥିବା ଯୋଗୁଁ ବାଧ୍ୟ ହୋଇ ଆନ୍ଦୋଳନ ପନ୍ଥା ଆପଣାଇବାକୁ ପଡୁଅଛି । ଏହାହାରା କୃଷି ଓ କୃଷକର ଯେଉଁ କ୍ଷତି ହେବ ସେଥିପାଇଁ ବିଭାଗୀୟ ଅଧିକାରୀ ଦାୟୀ ରହିବେ । ଉକ୍ତ ଧାରଣାକୁ କର୍ମଚାରୀ ସଂଘର ସଭାପତି ଶିବରାମ ମହାଙ୍କୁଡ, କାର୍ଯ୍ୟକାରୀ ସଭାପତି -ଅଶୋକ କୁମାର ସ୍ଵାଇଁ, ସାଧାରଣ ସଂପାଦକ- ପ୍ରତାପ ଚନ୍ଦ୍ର ପାତ୍ର, ଯୁଗ୍ମ ସମ୍ପାଦକ କାହ୍ନୁଚରଣ ସ୍ବାଇଁ, କୋଷାଧ୍ୟକ୍ଷ ଏ.ସତ୍ୟନାରାୟଣ ରେଡ୍ଡୀ, ଆରୁଣ ବେହେରା,କୃଷ୍ଣ ଚନ୍ଦ୍ର ଗୌଡ଼,ସୁଧାଂଶୁ ବିଷୋୟୀ, ସୋମନାଥ ମଲ୍ଲିକ, ରଞ୍ଜନ କୁମାର ବିଷୋୟୀ, ପ୍ରକାଶ ବାରିକ, ସିମାଞ୍ଚଳ ସାହୁ ଓ ପ୍ରଭାକର ମହାରଣା ପ୍ରମୁଖ ସଂଘର ସମସ୍ତ କର୍ମଚାରୀମାନଙ୍କ ନେତୃତ୍ତ୍ୱରେ ବୁଧବାର ଗଞ୍ଜାମ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସାଂଗକୁ ଦୀର୍ଘ ସମୟ ଧରି ପ୍ରତୀକ ଧାରଣାରେ ବସିଥିଲେ ।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *

You may have missed