ପ୍ରାଥମିକ ଚିକିତ୍ସା ଓ ଟ୍ରାଫିକ କ୍ଲବ ସମ୍ବନ୍ଧୀୟ ତାଲିମ ଶିବିର ଆୟୋଜିତ
ସୁବର୍ଣ୍ଣପୁର– ଭାରତୀୟ ରେଡକ୍ରସ ଓଡ଼ିଶା ଶାଖାଙ୍କ ଆହ୍ବାନ ତଥା ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଅଧିକାରୀ ମୀନାରାଣୀ ମଙ୍ଗଳଙ୍କ ନିର୍ଦ୍ଦେଶ କ୍ରମେ ସୁବର୍ଣ୍ଣପୁର ଜିଲ୍ଲାର ୨୦ ଗୋଟି ଉଚ୍ଚ ବିଦ୍ୟାଳୟରେ ଜୀବନ କୌଶଳ ସମ୍ବନ୍ଧୀୟ ପ୍ରାଥମିକ ଚିକିତ୍ସା ଓ ୩ ଗୋଟି ହାଇସ୍କୁଲରେ ଟ୍ରାଫିକ କ୍ଲବ ସମ୍ବନ୍ଧୀୟ ତାଲିମ ଶିବିର ଜିଲ୍ଲା ଜୁନିୟର ରେଡ କ୍ରସ ଅଫିସର ରବିଚନ୍ଦ୍ର ପଶାୟତଙ୍କ ପରିଚାଳନାରେ ଆୟୋଜିତ ହୋଇଯାଇଛି। ସାଧନ କର୍ମୀ ଆଶିଷ ନାଏକ, ସସ୍ମିତା ସାହୁ, ନିମାଇ ଚରଣ ମଲ୍ଲିକ, ଚନ୍ଦ୍ରମଣି ବାଘ, ତପସ୍ଵିନୀ ଦାସ, ଗୋପେଶ ପଣ୍ଡା, ଚନ୍ଦ୍ର ଶେଖର ମହାପାତ୍ର, ହୃଷୀକେଶ ଚାନ୍ଦ, ହୃଷୀକେଶ ଡ଼ାଙ୍ଗ, ଜଗଦୀଶ ଦାଶ, ପ୍ରାଥମିକ ଚିକିତ୍ସା ଅଧ୍ୟାପକ ରବିଚନ୍ଦ୍ର ପଶାୟତ ପ୍ରମୁଖ ଜିଲ୍ଲାର ବିଭିନ୍ନ ସ୍କୁଲରେ ଛାତ୍ରଛାତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଛନ୍ତି। ଆକସ୍ମିକ ସଡକ ଦୁର୍ଘଟଣା ସମୟରେ ଆହତ ବ୍ୟକ୍ତି ର ଜୀବନକୁ କିଭଳି ଜରୁରୀ ଆଶୁ ଚିକିତ୍ସା ମାଧ୍ୟମରେ ବଞ୍ଚା ଯାଇପାରିବ, ଗୁଡ ସମରିତାନ ର କର୍ତ୍ତବ୍ୟ ଓ ୧୧୨ ଆମ୍ବୁଲାନ୍ସ ସେବାର ଉପଯୋଗ ବିଷୟରେ ସଚେତନ ମୂଳକ ତଥ୍ୟ ଓ ପ୍ରଦର୍ଶନ ଭିତ୍ତିକ ତାଲିମ ପ୍ରଦାନ କରାଯାଇଥିଲା । ପ୍ରାଥମିକ ଚିକିତ୍ସା ଲକ୍ଷ୍ୟ, ଡି ଆର ଏ ବି ସି, ମୂର୍ଚ୍ଛା, ସକ୍, ରକ୍ତସ୍ରାବ, ଚୋକିଂ, ସାପ କାମୁଡାରେ ସୁରକ୍ଷା,ନିଆଁ ରୁ ସୁରକ୍ଷା, ରୋଗୀ ସ୍ଥାନାନ୍ତରଣ, ବିଭିନ୍ନ ପ୍ରକାର ବ୍ୟାନଡେଜ୍ ଭଳି କୌଶଳ ଜୁନିୟର ରେଡ କ୍ରସ ର ସ୍ବେଚ୍ଛାସେବୀଙ୍କୁ ସାଧନ କର୍ମୀ ମାନେ ଶିଖାଇଥିଲେ। କାର୍ଯ୍ୟକ୍ରମରେ ବ୍ଲକ ର ସମସ୍ତ ବିସିସି, ସାଧନ କର୍ମୀ, ପରାମର୍ଶଦାତା, ପ୍ରଧାନ ଶିକ୍ଷକ ବୃନ୍ଦ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ସୋନପୁର ବାଳିକା ହାଇସ୍କୁଲ, ଶିବତୁଲା ହାଇସ୍କୁଲ, ତରଭା ବାଳିକା ହାଇସ୍କୁଲ, ସରଗଜ ହାଇସ୍କୁଲ, ବଲାଡି ହାଇସ୍କୁଲ, ହରଡ଼ଖୋଲ ହାଇସ୍କୁଲ, ବିଶିପଡ଼ା ହାଇସ୍କୁଲ, ସିନଢୋଲ ହାଇସ୍କୁଲ, ଆର କେ ବାଳିକା ହାଇସ୍କୁଲ ଡୁଙ୍ଗୁରିପାଲି ହାଇସ୍କୁଲ, ବଳୀଙ୍କେଶ୍ୱରି ଆଦିବାସୀ ହାଇସ୍କୁଲ ସର୍ଗୁଲ, ଡୁଙ୍ଗୁରିପାଲି ନୋଡାଲ ହାଇସ୍କୁଲ, ଉଫୁଲା ହାଇସ୍କୁଲ , ଆମରପାଲି ହାଇସ୍କୁଲ, ବୀରମହାରାଜପୁର ନୋଡାଲ ବାଳକ ହାଇସ୍କୁଲ, ବିନିକା ବାଳକ ହାଇସ୍କୁଲ, ମହଦା ହାଇସ୍କୁଲ, ଶଙ୍କରା ହାଇସ୍କୁଲ, ଅନ୍ଧାରିବାଞ୍ଜି ହାଇସ୍କୁଲ, ଆଞ୍ଚଳିକ ହାଇସ୍କୁଲ ସିଂହିଯୁବା, କୁମାରକେଳି ଉଚ୍ଚ ପ୍ରାଥମିକ ସ୍କୁଲ ଗୁଡିକରେ ପ୍ରାୟ ୫୦୦୦ ଛାତ୍ରଛାତ୍ରୀ ମାନଙ୍କୁ ପ୍ରାଥମିକ ଚିକିତ୍ସା ଓ ଟ୍ରାଫିକ କ୍ଲବ ତାଲିମ ଦିଆଯାଇଥିଲା। ଏଡିଇଓ ଘନଶ୍ୟାମ ମେହେର, ଉପସଭାପତି ଗତି କୃଷ୍ଣ ମିଶ୍ର ଆଗାମୀ ଦିନରେ ଜୁନିୟର ରେଡ କ୍ରସ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ତ୍ୱରାନ୍ୱିତ କରିବାକୁ ମତବ୍ୟକ୍ତ କରିଛନ୍ତି।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
