ପ୍ରେମ ବାହାନାରେ ଶାରୀରିକ ସମ୍ପର୍କ ରଖି ମିଥ୍ୟା ବିବାହର ପ୍ରତିଶ୍ରୁତି ସହ ପ୍ରତାରଣା କରି ଗିରଫ ହେଲା ଅଭିଯୁକ୍ତ ଆୟୁଷ ଡାକ୍ତର

ପ୍ରେମ ବାହାନାରେ ଶାରୀରିକ ସମ୍ପର୍କ ରଖି ମିଥ୍ୟା ବିବାହର ପ୍ରତିଶ୍ରୁତି ସହ ପ୍ରତାରଣା କରି ଗିରଫ ହେଲା ଅଭିଯୁକ୍ତ ଆୟୁଷ ଡାକ୍ତର । ଏପରି ଏକ ଅପ୍ରାକୃତିକ ଦୁର୍ବଳ ମାନସିକତା ଥିବା ଏକ ଅମାନୁଷିକ ବ୍ୟକ୍ତିତ୍ୱକୁ ଗିରଫ କରିବାରେ ସଫଳ ହୋଇଛି ମାଲକାନଗିରି ଜିଲ୍ଲା ପୋଲିସ ।
ସୂଚନା ମୁତାବକ ପୀଡିତାଙ୍କ ମାଆ ମୋଟୁରେ ତହସିଲ କାର୍ଯ୍ୟାଳୟରେ ପିଅନ ଭାବରେ କାମ କରୁଥିବା ବେଳେ ମାଲକାନଗିରିର ଭାଟିସାଲଗୁଡ଼ା ଗ୍ରାମରେ ପୀଡିତା ଗତ ୨୫ ବର୍ଷ ଧରି ତାଙ୍କ ସମ୍ପର୍କୀୟ ଭାଇଙ୍କ ଘରେ ରହିଆସିଥିଲେ । ରହୁଥିଲେ। ହେଲେ ୨୦୧୯ ମସିହାରେ ପୀଡ଼ିତ ଜଣକ ତାଙ୍କ ମାଆଙ୍କ ନିକଟକୁ ଯିବା ପରେ ମୋଟୁ ଡାକ୍ତରଖାନାରେ ଆୟୁଷ ଡାକ୍ତର ଅମିତ କୁମାର ସାହୁଙ୍କ ସମ୍ପର୍କରେ ଆସିବା ପରେ ଅନ୍ୟମାନଙ୍କୁ ଟଙ୍କା ଋଣ ଦେଇ ସୁଧ ସହିତ ଆଦାୟ କରିବା ପାଇଁ ଅଭିଯୁକ୍ତ ଅମିତ କୁମାର ସାହୁ ପୀଡିତାଙ୍କୁ ଦେଇଥିବା ଟଙ୍କା /ମୂଳଧନର ସୁଧ ଟଙ୍କା ଆଦାୟ କରି ଅଭିଯୁକ୍ତଙ୍କୁ ଦେଉଥିଲେ। ଏପରି କ୍ରମସ୍ଵ ହେବାପରେ ପୀଡ଼ିତ ସହ ପ୍ରେମ ସମ୍ପର୍କ ଗଢିଉଠିଲା ଅଭିଯୁକ୍ତ ଡ଼ାକ୍ତରର । ପରେ ପରେ ପୀଡ଼ିତ ସହ ଅନେକ ଥର ବିଭିନ୍ନ ଆଳରେ ବିଭିନ୍ନ ସ୍ଥାନରେ ଶାରୀରିକ ସଂପର୍କ ରଖି ଆସୁଥିଲା ଅଭିଯୁକ୍ତ ଡାକ୍ତର । ଯେତେବେଳେ ପୀଡ଼ିତା ୨୭.୧୦.୨୦୨୪ ତାରିଖରେ କୋରକୁଣ୍ଡା ସ୍ଥିତ ସରକାରୀ କାର୍ଯ୍ୟାଳୟକୁ ଯାଇ ବିବାହ ପାଇ ଅଭିଯୁକ୍ତ ଡାକ୍ତରକୁ କହିଥିବା ବେଳେ ଅଭିଯୁକ୍ତ ଜଣକ ଶାରୀରିକ ସୁଖ ଭୋଗ କରିବା ପାଇଁ ପିଦିତକୁ ବିବାହର ମିଥ୍ୟା ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ସହ ୩୦.୧୦.୨୦୨୪ ତାରିଖରେ ପିଦିତକୁ ସନ୍ତୁଷ୍ଟ କରିବା ପାଇଁ ପୀଡ଼ିତା ଘରକୁ ଯାଇ ମଥାରେ ସିନ୍ଦୂର ଦେଇ ପୀଡ଼ିତ ଅଜାଣତରେ ନୂତନ ସ୍ଥାନରେ ସ୍ଥାନାନ୍ତର ହୋଇ ସେଠାରେ ଯୋଗ ଦେଇ ତାପରେ ଅଭିଯୁକ୍ତ ଡାକ୍ତର ତାର ସମସ୍ତ ମୋବାଇଲ୍ ନମ୍ବର ବଦଳାଇ ଦେବା ଫଳରେ ପୀଡ଼ିତ ଅଭିଯୁକ୍ତ ସହ ଯୋଗାଯୋଗ ରଖିବାରେ ବିଫଳ ହୋଇଥିଲେ। ଏଥି ସହ ସେଠାରେ ୧୭.୦୨.୨୦୨୫ ରେ ଅଭିଯୁକ୍ତ ଅନ୍ୟ ଜଣଙ୍କ ସହ ବିବାହ କରିଥିଲେ । ପୀଡିତା ଏହା ଜାଣିବା ପରେ ମାଲକାନଗିରି ଥାନାରେ ଲିଖିତ ଅଭିଯୋଗ କରିବା ପରେ ଅଭିଯୋଗ ଆଧାରରେ ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋଙ୍କ ନେତୃତ୍ୱ ରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ତଦନ୍ତ ପରେ ଅଭିଯୁକ୍ତ ଦକ୍ତରକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।
ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ