April 29, 2025
Home » ପ୍ୟାନେଲ୍ ଓକିଲଙ୍କ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ପ୍ୟାନେଲ୍ ଓକିଲଙ୍କ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

0
WhatsApp Image 2024-08-29 at 7.53.04 PM

 

କୋରାପୁଟ ଜିଲ୍ଲା ଆଇନସେବା ପ୍ରାଧିକରଣ, ଜୟପୁର ଆନୁକୂଲ୍ୟରେ ଗୁରୁବାର କୋରାପୁଟ ଜିଲ୍ଲାର ସମସ୍ତ ପ୍ୟାନେଲ ଓକିଲ ମାନଙ୍କୁ ନେଇ ଜିଲ୍ଲା ଆଇନସେବା ପ୍ରାଧିକରଣ, ଜୟପୁରର ବିକଳ୍ପ ବିବାଦ ସମାଧାନ ସଭା ଗୣହରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜୟପୁର, କୋରାପୁଟ, କୋଟପାଡ଼, ବୋରିଗୁମ୍ମା, ଲକ୍ଷ୍ମିପୁର, ସେମିଲିଗୁଡ଼ା, ଦଶମନ୍ତପୁର ଏବଂ ଲମତାପୁଟ୍ ଓକିଲ ବାର୍ ଆସୋସେସନର ସମସ୍ତ ପ୍ଯାନେଲ ଆଇନଜୀବି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏଥିରେ ତାଲିମ ପ୍ରଶିକ୍ଷକ ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତଥା ବିଚ଼ାରବତି ଶ୍ରୀ ସୁମନ ଜେନା, ପ୍ରଥମଶ୍ରେଣୀ ବିଚ଼ାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀ ଅନିମେଶ ଜେନା, ବରିଷ୍ଠ ଆଇନଜୀବି ଶ୍ରୀ ଶଶାନନ୍ଦ ମିଶ୍ର ଏବଂ ଦାଶରଥି ପଟ୍ଟନାୟକ ଯୋଗଦେଇଥିଲେ। ଏଥିରେ ମୂଖ୍ୟ ବିଷୟ ଥିଲା ଆଇନସେବା ପ୍ୟାନେଲ୍ ଆଇନଜୀବିଙ୍କ ଭୂମିକା ଏବଂ ଦାୟିତ୍ବ ପ୍ରାକ୍ ଗିରଫଦାରୀ ଅବସ୍ଥା ଅଧିକାରୀ ରିମାଣ୍ଡ ଅବସ୍ଥା ଅଧିକାରୀ, ଗିରଫଦାରୀ ଅବସ୍ଥା ଅଧିକାରୀ, ଗିରଫ ବ୍ୟକ୍ତି ଏବଂ ବନ୍ଦୀମାନଙ୍କର ଅଧିକାର ଆଇନ ସହାୟତାସେବା, ପ୍ରୋ-ବୋନୋ ଓକିଲମାନଙ୍କର ଭୂମିକା ଏବଂ ନବନିର୍ମିତ ଅପରାଧିକ ଆଇନ, ମୈାଳିକ ଭାରତ ନୟାସଂହିତା, (BNS) ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ଏବଂ ଭାରତୀୟ ସାକ୍ଷ୍ୟ ଅଧିନୀୟମ (BSA) ଇତ୍ୟାଦି ଉପସ୍ଥିତ ପ୍ୟାନେଲ ଆଇନଜୀବିମାନଙ୍କୁ ତାଲିମ ପ୍ରଦାନ କରିଥିଲେ।

ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *