ଫାଇଲେରିଆ ରୋଗର ନିରାକରଣ ପାଇଁ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ମିନି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଡ଼. ନୃପରାଜ୍ ସାହୁ ସୁବର୍ଣ୍ଣପୁର ଜିଲ୍ଲାରେ ଫାଇଲେରିଆ ରୋଗର ନିରାକରଣ ପାଇଁ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମର ଅଗ୍ରଗତି ଉପରେ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ପ୍ରେସ ବିବୃତ୍ତି ମାଧ୍ୟମରେ ଅବଗତ କରାଇଛନ୍ତି l ଗତ ତା ୧୦.୦୮.୨୦୨୫ ରିଖ ଠାରୁ ତା ୧୯.୦୮.୨୦୨୫ ରିଖ ମଧ୍ୟରେ ଜିଲ୍ଲାର ବିନିକା ଓ ଡୁଙ୍ଗୁରିପାଲି ବ୍ଲକ ଦ୍ୱୟର ଗ୍ରାମାଞ୍ଚଳ ବ୍ୟତୀତ ଜିଲ୍ଲାର ଅନ୍ୟ ସମସ୍ତ ପଞ୍ଚାୟତ ସମିତିର ଗ୍ରାମ ପଞ୍ଚାୟତ ଓ ମ୍ୟୁନିସିପାଲଟି/ ବିଜ୍ଞାପିତ ଅଞ୍ଚଳ ପରିଷଦର ସର୍ବମୋଟ ୪,୩୦୬୧୮ ଲୋକଙ୍କୁ ଫାଇଲେରିଆ ରୋଗ ସାମୁହିକ ଔଷଧ ସେବନ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ତନ୍ମଧ୍ୟରୁ ତା ୧୮.୦୮.୨୦୨୫ ରିଖ ସୁଦ୍ଧା ୩,୪୦,୪୩୫ ଲୋକଙ୍କୁ ଫାଇଲେରିଆ ରୋଗର ସାମୁହିକ ଔଷଧ ସେବନ କରାଯାଇଛି। ୧୮.୦୮.୨୦୨୫ ସୁଦ୍ଧା ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦର ମୋଟ ୩୦,୯୨୭ ଲୋକଙ୍କ ମଧ୍ୟରୁ ୧୭,୯୬୭ ଲୋକଙ୍କୁ, ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦର ମୋଟ ୮,୭୮୪ ଲୋକଙ୍କ ମଧ୍ୟରୁ ୫,୫୫୯ ଲୋକଙ୍କୁ, ସୋନପୁର ମ୍ୟୁନିସିପାଲଟି ର ୨୫,୨୩୯ ଲୋକଙ୍କ ମଧ୍ୟରୁ ୨୩,୧୭୭ ଲୋକଙ୍କୁ, ବୀରମହାରାଜପୁର ବ୍ଲକର ମୋଟ ୧,୦୧,୩୦୦ ଲୋକଙ୍କ ମଧ୍ୟରୁ ୮୦,୮୫୪ ଲୋକଙ୍କୁ, ଉଲୁଣ୍ଡା ବ୍ଲକର ମୋଟ ୯୫,୫୩୭ ଲୋକଙ୍କ ମଧ୍ୟରୁ ୮୨,୨୩୧ ଲୋକଙ୍କୁ ଓ ସୋନପୁର ବ୍ଲକର ୮୫,୩୪୬ ଲୋକଙ୍କ ମଧ୍ୟରୁ ୬୫,୦୯୪ ଲୋକଙ୍କୁ ଫାଇଲେରିଆ ରୋଗର ଔଷଧ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ମାଧ୍ୟମରେ ସେବନ କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି l ସାମୁହିକ ଔଷଧ ସେବନର ହାର ୮୫.୫୩% ଅଟେ । ଫାଇଲେରିଆ ରୋଗର ଔଷଧ ଖାଇଥିବା ଲୋକମାନଙ୍କ ମଧ୍ୟରୁ କୌଣସି ଲୋକ ଔଷଧର ପାର୍ଶ୍ଵ ପ୍ରତିକ୍ରିୟାର ସମ୍ମୁଖୀନ ହୋଇନାହାନ୍ତି କିମ୍ବା ସେମାନଙ୍କର କୌଣସି ଅଘଟଣ ହୋଇନାହିଁ। ସୁବର୍ଣ୍ଣପୁର ଜିଲ୍ଲାର ଫାଇଲେରିଆ ଔଷଧ ଖାଇ ନ ଥିବା ଅବଶିଷ୍ଟ ୯୦,୧୮୩ ଲୋକଙ୍କୁ ଆଗାମୀ ୩ ଦିନ ମଧ୍ୟରେ ଔଷଧ ଖୁଆଇବା ପାଇଁ ଜିଲ୍ଲା ପ୍ରଶାସନ ଯୋଜନା କରିଥିବା ବିଷୟ ଅବଗତ କରାଇଥିଲେ । ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଥିଲେ ଯେ ବୟସ ଅନୁଯାୟୀ ଉପଯୁକ୍ତ ପରିମାଣର ଔଷଧ ସ୍ୱାସ୍ଥ୍ୟ କର୍ମୀଙ୍କ ତତ୍ତ୍ୱାବଧାନରେ ଆଗାମୀ ତିନି ଦିନ ତା ୨୨.୦୮.୨୦୨୫ ରିଖ ମଧ୍ୟରେ ଔଷଧ ସେବନ କରି ଏହି କାର୍ଯ୍ୟକ୍ରମକୁ ସଫଳ କରନ୍ତୁ । ଏହି ବୈଠକ ରେ ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଜିଲ୍ଲା ପଞ୍ଚାୟତ ଅଧିକାରୀ, ସୁବର୍ଣ୍ଣପୁର ଅର୍ଜୁନ ମାଝୀ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ,ସୁବର୍ଣ୍ଣପୁର, ଡ. ଉଷାରାଣୀ ଦାସ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ, ରମେଶ ଚନ୍ଦ୍ର ସ୍ୱାଇଁ,ଜିଲ୍ଲା ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ, ଡ. ତ୍ରିବିକ୍ରମ ପାଣ୍ଡିଆ,ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାର ମ୍ୟାନେଜର, ଜିଲ୍ଲା ସ୍ତରୀୟ ଅଧିକାରୀ, ଫାଲେରିଆ ରୋଗ ନିରାକରଣ, ସୁବର୍ଣ୍ଣପୁରଙ୍କ ସମେତ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..