ଫିଟ ଇଣ୍ଡିଆ ଅଭିଯାନ ମାଧ୍ୟମରେ ସୁସ୍ଥତା ର ବାର୍ତ୍ତା ପ୍ରଦାନ।

ପୁରୀ ୧୫/୨ ଦୈନନ୍ଦିନ ଜୀବନକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ଓ ନିୟମିତ ଯୋଗ ପ୍ରାଣାୟମ କରି ପାରିଲେ ଆମେ ସୁସ୍ଥ ଓ ନୀରୋଗ ରହିପାରିବା ବୋଲି କହିଛନ୍ତି ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ।ଆଜି ପୂର୍ବାହ୍ନରେ ଶ୍ରୀହରି ହୋଟେଲ ସମ୍ମୁଖ ବେଳାଭୂମି ଠାରେ କ୍ରିଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ସହଯୋଗ ରେ ଓ କଟକ ସ୍ଥିତ ଭାରତୀୟ କ୍ରିଡା କର୍ତ୍ତୃପକ୍ଷ ଙ୍କ ଆନୁକୂଲ୍ୟରେ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହାକୁ ଉଦଘାଟନ କରି ଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ସେଠୀ ଜୀବନକୁ ସୁସ୍ଥ, ନୀରୋଗ ଓ ସତେଜ ରଖିବା ସହ ମାନସିକ ଓ ଶାରୀରିକ ଶାନ୍ତି ପ୍ରଦାନ କ୍ଷେତ୍ରରେ କ୍ରିଡା ଓ ଯୋଗ ର ବଡ ଭୂମିକା ରହିଛି।ପ୍ରତ୍ୟେକ ଦିନ କୁ ଆମେ ଯୋଗ ଦିବସ ଭାବେ ଆମ ଜୀବନରେ ଯୋଡିବାକୁ ସେ ଅନୁରୋଧ କରିଥିଲେ।ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ କୁମାର ସାହୁ,ଖୋ ଖୋ କ୍ରିଡା ର ମୁଖ୍ୟ ପ୍ରଶିକ୍ଷକ ସଞ୍ଜୀବ କୁମାର ଶର୍ମା, ପାରା ଆଥଲେଟ ପ୍ରଶିକ୍ଷକ ବିଷ୍ଣୁ ପ୍ରସାଦ ମିଶ୍ର,ସହକାରୀ ନିର୍ଦ୍ଦେଶକ ଲକ୍ଷଣ ଡୋନଙ୍ଗ୍ରୀ,ଆନ୍ତର୍ଜାତିକ ପାରା କ୍ରିଡାବିତ ଜୟନ୍ତୀ ବେହେରା,ଜାତୀୟ ଖୋ ଖୋ ଖେଳାଳି ମଗାଇ ମାଝୀ, ଶୁଭଶ୍ରୀ ସିଂହ ପ୍ରମୁଖ ଯୋଗ ଦେଇ ନିଜକୁ ସୁସ୍ଥ ଓ ଫିଟ ରଖିବା ଆମ ସମସ୍ତ ଙ୍କ ଦାୟିତ୍ୱ।ପ୍ରତ୍ୟେକ ଦିନ ମାତ୍ର କିଛି ସମୟ ନିଜକୁ ସୁସ୍ଥ ରଖିବା ପାଇଁ ବ୍ୟୟ କରିବାକୁ ସେମାନେ ପରାମର୍ଶ ଦେଇଥିଲେ।
ସାଇ ର ଉପ ନିର୍ଦ୍ଦେଶକ ତ୍ରୈଲୋକ ନାଥ ସାହୁ ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତେ ସୁସ୍ଥ ଓ ନୀରୋଗ ରହିଲେ କେବଳ ବ୍ୟକ୍ତି ନୁହେଁ ପରିବାର ଓ ସମଗ୍ର ସମାଜ ସୁସ୍ଥ ହେବ ଏବଂ ଅଯଥା ଖର୍ଚ୍ଚାନ୍ତ ହେବ ନାହିଁ ବୋଲି କହିଥିଲେ।ପରେ ଯୋଗ ଗୁରୁ ଡଃ ଅଶୋକ କୁମାର ସ୍ବାଇଁ,ମାଲଖମ୍ବ ଗୁରୁ ପ୍ରକାଶ କୁମାର ଗୋଛି,ନୃତ୍ୟ ଗୁରୁ କୁମାର ଭୀମସେନ ଓ ବାଲୁକା କଳା ଶିଳ୍ପୀ ସନ୍ତୋଷ ସେଠୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଶ୍ୟାମ ପ୍ରକାଶ ସେନାପତି ମଞ୍ଚ ପରିଚାଳନା କରିଥିବା ବେଳେ କ୍ରିଡା ସମ୍ପର୍କ ପରିଚାଳକ ସିଦ୍ଧାର୍ଥ ଶଙ୍କର ଧନ୍ୟବାଦ ଅର୍ପଣ କରିଥିଲେ।ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ କ୍ରିଡା ଛାତ୍ରାବାସର ଅନ୍ତେବାସୀ ମାନେ ଏଥିରେ ଯୋଗ ଦେଇଥିଲେ।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )