ଫୁଲବାଣୀ ରିଜର୍ଭ ପଡ଼ିଆରେ ଜିଲ୍ଲା ସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ

_ ଫୁଲବାଣୀ ଇ ପି ଏ କନ୍ଧମାଳ ଜିଲ୍ଲା ଫୁଲବାଣୀ ରିଜର୍ଭ ପଡ଼ିଆରେ ଜିଲ୍ଲା ସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ଅବସରରେ ଭାରତର ଗଣତନ୍ତ୍ର ହେଉଛି ବିଶ୍ଵର ପୂରାତନ ଗଣତନ୍ତ୍ର। ଗଣତନ୍ତ୍ର ଭାରତୀୟଙ୍କ ରକ୍ତ ରକ୍ତରେ ପ୍ରବାହିତ। ଏହା ବେଦ ପୂରାଣରେ ବର୍ଣ୍ଣିତ। ଗଣତନ୍ତ୍ର ହଜାର ହଜାର ବର୍ଷଧରି ଆମକୁ ଶିଖାଇଛି ସତ୍ୟମେବ ଜୟତେ,ଧର୍ମ ପଥରେ ଚାଲିବା। ସଂକୀର୍ଣ୍ଣ ମାନସିକତାର ଧର୍ମ ନୁହେଁ,ଧର୍ମ ହେଲା ନ୍ୟାୟ ,ଧର୍ମ ହେଲା ଯାହା କରଣୀୟ ,ଧର୍ମ ହେଲା ଯାହା ସମଗ୍ର ମାନବ ସମାଜକୁ ଗୋଟିଏ ସୂତାରେ ବାନ୍ଧି ରଖେ ,ଆମ କର୍ତ୍ତବ୍ୟ ପାଳନ କରିବା ଧର୍ମ ।ଭାରତର ସ୍ବାଧୀନତା ଆନ୍ଦୋଳନ ଆମକୁ ଶିଖାଇଛି ଅହିଂସା ଓ ଅହିଂସା ଆନ୍ଦୋଳନ ଦ୍ଵାରା ନିଜର ଦାବି ଉପସ୍ଥାପନ କରିବା। ସ୍ବାଧୀନତା ଲାଭ ପରେ ଆମେ ନିଜକୁ ଶାସନ କରିବା ପାଇଁ ପ୍ରସ୍ତୁତି କଲେ ସମ୍ବିଧାନ ବା ଗଣତନ୍ତ୍ରର ଏକ ପ୍ରତିଲିପି।ଏହାର ଉଦ୍ଧେଶ୍ୟ ହେଉଛି ଏକ ମଙ୍ଗଳ କାରୀ ରାଷ୍ଟ୍ର ଗଠନ କରିବା। ସମ୍ବିଧାନ ଏକ ଚୁକ୍ତି ଗୋଟିଏ ରାଷ୍ଟ୍ର ଏବଂ ନାଗରିକ ମଧ୍ୟରେ। ପ୍ରତ୍ୟେକ ରାଷ୍ଟ୍ରର କର୍ତ୍ତବ୍ୟ ହେଉଛି ନାଗରିକଙ୍କ ମୋଳିକ ଅଧିକାରକୁ ସୁରକ୍ଷା କରିବା ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଭେଦଭାବ କରିବା ନାହଁ ,ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ସମାନ ବ୍ୟବହାର କରିବା। ଲୋକମାନଙ୍କ ମଧ୍ୟରେ ଲୋକମାନଙ୍କର ଶାସନ ରହିବ , ସେମାନେ ନୀତି ନିର୍ଦ୍ଧାରଣ କରିବେ । ଆବଶ୍ୟକ ହେଲେ ସମ୍ବିଧାନ ପରିବର୍ତ୍ତନ ମଧ୍ୟ କରାଯାଇଛି ।
ଗଣତନ୍ତ୍ର ଗୋଟିଏ ଜୀବନ୍ତ ବୃକ୍ଷ ପରି ଏଥିରେ ଶାଖା ପ୍ରଶାଖା ଆସିବ , ଯେଉଁ ଶାଖାର ଆବଶ୍ୟକତା ରହିବ ନାହଁ ତାହାକୁ କରାଯିବ। ତେଣୁ ଗଣତନ୍ତ୍ରକୁ ସୁରକ୍ଷା କରିବା ସମସ୍ତଙ୍କ କର୍ତ୍ତବ୍ୟ ବୋଲି ଜିଲ୍ଲାପାଳ କନ୍ଧମାଳ ଶ୍ରୀ ଅତ୍ମିତ ଋତୁରାଜ୍ ଜିଲ୍ଲା ସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ପ୍ରକାଶ କରିଥିଲେ। ଫୁଲବାଣୀ ରିଜର୍ଭ ପଡ଼ିଆରେ ଆୟୋଜିତ ଜିଲ୍ଲା ସ୍ତରୀୟ ସମାରୋହରେ ମାନନୀୟ ଜିଲ୍ଲାପାଳ ଶ୍ରୀ ଅତ୍ମିତ ଋତୁରାଜ୍ ମୂଖ୍ୟ ଅତିଥି ଭାବେ ଜାତୀୟ ପତକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିବା ସହିତ ତ୍ୟାଗ ତପସ୍ୟା ଓ ବଳୀଦାନର ପୂଣ୍ୟ ପୀଠ କନ୍ଧମାଳ ଜିଲ୍ଲାର ଭାଇଭଉଣୀ ମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଯଦି ଓଡ଼ିଶାକୁ ଦେଖିବା , ଓଡ଼ିଶାରେ ଦୁଇଟି ଆନ୍ଦୋଳନ ହୋଇଥିଲା। ଗୋଟିଏ ରାଷ୍ଟ୍ର କୁ ସ୍ବାଧିନ କରିବା ଓ ଅନ୍ୟଟି ଭାଷା ସଂସ୍କୃତି ଓ ପରିଚୟକୁ ସୁରକ୍ଷା କରିବା। ମଧୁସୂଦନ ଦାସ , ଗୋପବନ୍ଧୁ ଦାସ , ଫକିର ମୋହନ ସେନାପତିଙ୍କ ପରି ମହାମନୀଷୀଙ୍କ ଅକ୍ଲାନ୍ତ ପରିଶ୍ରମ ପାଇଁ ଆଜି ଆମେ ନିଜକୁ ଓଡ଼ିଆ ଏବଂ ସଂସ୍କୃତି ପାଇଁ ଗର୍ବ କରୁଛେ।ଭାରତକୁ ସ୍ବାଧୀନ କରିବାରେ କନ୍ଧମାଳର ଅବଦାନ ମଧ୍ୟ ଅବିସ୍ମରଣୀୟ। ମଙ୍ଗଳ କାରୀ ରାଷ୍ଟ୍ର ହିସାବରେ ଯଦି ଆମେ ଦେଖିବା କନ୍ଧମାଳ ରେ ୮୦ ବର୍ଷରୁ ଉର୍ଦ୍ଧ ବୟସ୍କ ବୃଦ୍ଧ ଓ ବୃଦ୍ଧା ମାନଙ୍କୁ ମାସିକ ଉତ୍ତାପ ୧୨୦୦ ଟଙ୍କାରୁ ୩୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ମହିଳା ସଶକ୍ତିକରଣର କଥା ଦେଖିବା ସୁଭଦ୍ରା ଯୋଜନାରେ ଜିଲ୍ଲା ରେ ପାଖାପାଖି ୨ ଲକ୍ଷ ମହିଳାମାନେ ଆର୍ଥିକ ସହାୟତା ଲାଭ କରିଛନ୍ତି। ଯେଉଁ ମାନେ ଜଙ୍ଗଲଜମି ପାଇଛନ୍ତି ୨୦ ହଜାରରୁ ଉର୍ଦ୍ଧ୍ଵ ଲୋକଙ୍କୁ ଦୁଇ ତିନି ମାସ ମଧ୍ୟରେ ରାଜସ୍ବ ପଟ୍ଟା ଦେବା ପାଇଁ ଆମେ ପ୍ରତିବଦ୍ଧ ଅଛୁ। ରାଜ୍ୟ ସରକାରଙ୍କର ସହଯୋଗରେ ପ୍ରାୟ ୧୨ ହଜାର ଏକର ଜମିରେ କ୍ଷୁଦ୍ର ଜଳସେଚନ ଦ୍ଵାରା କିପରି ଯୋଡାଯିବ ସେଥିପାଇଁ ମଧ୍ୟ ପ୍ରୟାସ ଚାଲିଛି।ଏହି ପରି ଜିଲ୍ଲା ରେ ହୋଇଥିବା ଏବଂ ହେବାକୁଥିବା ଉନ୍ନତୀ ମୂଳକ କାର୍ଯ୍ୟ ସମ୍ପର୍କରେ ମୂଖ୍ୟ ଅତିଥି ଶ୍ରୀ ଅତ୍ମିତ ଋତୁରାଜ୍ ସୂଚନା ପ୍ରଦାନ କରିଥିଲେ।ଉକ୍ତ ଉତ୍ସବରେ ୨୯ ଗୋଟି ପ୍ଲାଟୁନ,୨୯ ଜଣ ପ୍ଲାଟୁନ କମାଣ୍ଡର ,୨୪ ଜଣ ଫାଳଗ ବିୟରର ପୋଲିସ ବ୍ୟାଣ୍ଡ ବାହିନୀର ଗୋଟିଏ ଦଳ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ , ଜିଲ୍ଲା ଶିକ୍ଷା ବିଭାଗ , ଜିଲ୍ଲା ଉଦ୍ୟାନ କୃଷି ବିଭାଗ , ଜିଲ୍ଲା ଶ୍ରମ ଓ କର୍ମଚାରୀ ରାଜ୍ୟ ବିମାନ ବିଭାଗ , ଜିଲ୍ଲା କୃଷି ବିଭାଗ, ଜିଲ୍ଲା ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ସଂସ୍ଥା ଫୁଲବାଣୀ, ଜିଲ୍ଲା ଶିଳ୍ପ କେନ୍ଦ୍ର, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଫୁଲବାଣୀ ଓ ଫୁଲବାଣୀ ପୋୖର ପରିଷଦର ପ୍ରଜ୍ଞାପନ ମେଢ଼ ଭାଗ ନେଇଥିଲେ।ପେରେଡ ପରେ ପରେ ଜିଲ୍ଲା କାରାଗାରରେ କେଜି ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ,ରକ୍ତ ଭଣ୍ଡାର ଠାରେ ରକ୍ତଦାନ ଶିବିରର ଉଦଘାଟନ , ମୂଖ୍ୟ ଚିକିତ୍ସାଳୟର ରୋଗୀ ମାନଙ୍କୁ ଫଳ ବଣ୍ଟନ, ଉତ୍କଳ ବାଳାଶ୍ରମର ଅନ୍ତେବାସୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ, ପାଠ୍ୟ ଓ କ୍ରିଡା ଉପକରଣ ଏବଂ ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ବଣ୍ଟନ,ସ୍ବାଧାର ଗୃହର ଅନ୍ତେବାସୀ ମାନଙ୍କୁ ମିଷ୍ଟାନ୍ନ ଓ ଫଳ ବଣ୍ଟନ,ବୃଦ୍ଧା ଶ୍ରମର ଅନ୍ତେବାସୀ ମାନଙ୍କୁ ବିସ୍କେଟ,ଫଳ ଓ ଚକୋଲେଟ ବଣ୍ଟନ ଇତ୍ୟାଦି ମୂଖ୍ୟ ଅତିଥି ଶ୍ରୀ ଅତ୍ମିତ ଋତୁରାଜ୍ ଙ୍କ ଦ୍ଵାରା କରାଯାଇଥିଲା। ଅପରାହ୍ନ ରେ ପୋଲିସ ଏକାଦଶ, ପ୍ରଶାସନ ଏକାଦଶ ,ବାରଏସୋସିଏସନ ଓ ପ୍ରେସ ଏକାଦଶ ମଧ୍ୟରେ ପଦର୍ଶନୀ ୧୦ ଟି କ୍ରିକେଟ ସେଚ ହେବା ସହିତ ସନ୍ଧ୍ୟା ରେ ଜିଲ୍ଲା ସଂସ୍କୃତି ବିଭାଗ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ସୋଇଥିଲା। ଏଥିରେ ୧୮ ଟି ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ ତଥା ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ ଅଂଶ ଗ୍ରହଣ କରିଥିଲେ, ଅଭିବାଦନ ମଞ୍ଚରେ ମୂଖ୍ୟ ଅତିଥି ଙ୍କ ସହିତ ଆରକ୍ଷୀ ଅଧୀକ୍ଷକ କନ୍ଧମାଳ ଶ୍ରୀ ହରିଶ ବି ସି ଉପସ୍ଥିତ ଥିବାବେଳେ ମଞ୍ଚ ନିକଟରେ ସରକାରୀ ଅଧିକାରୀ, ସ୍ଥାନୀୟ ଜନସାଧାରଣ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
କନ୍ଧମାଳ ଜିଲ୍ଲା ଇ ପି ଏ ରୁ ପ୍ରମୋଦ କୁମାର ନାୟକ ଫୁଲବାଣୀ ଙ୍କ ରିପୋର୍ଟ