December 3, 2025
Home » ଫୁଲବାଣୀ ରେ ମିତବ୍ୟୟିତା ଦିବସ ପାଳିତ

ଫୁଲବାଣୀ ରେ ମିତବ୍ୟୟିତା ଦିବସ ପାଳିତ

0
WhatsApp Image 2025-10-31 at 7.02.13 AM

 

ଫୁଲବାଣୀ :-କନ୍ଧମାଳ ଜିଲ୍ଲା ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଥିବା ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଠାରେ ମୂଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁଶଳ ଚନ୍ଦ୍ର ନାଏକ ଯୋଗଦେଇ ସଞ୍ଚୟ କରିବା ନିମନ୍ତେ ଜନସାଧାରଣଙ୍କୁ ପ୍ରେରିତ କରିଥିଲେ ଏବଂ ସଞ୍ଚୟ ପକ୍ଷ ପାଳନ ନିମନ୍ତେ ହୋଇଥିବା ବକୃତା ପ୍ରତିଯୋଗୀତା କୃତକାର୍ଯ୍ୟ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ସର୍ବାଧିକ ସ୍ବଳ୍ପ ସଞ୍ଚୟ ସଂଗ୍ରହ କରିଥିବା ଅଭିକତ୍ତା ଶ୍ରୀମତୀ ବବିତା ପତି,ଶ୍ରୀ ବି ସନ୍ତୋଷ ପାତ୍ର ଏବଂ ଶ୍ରୀମତୀ କଳ୍ପନା କୁମାରୀ ପାତ୍ର ଅତିରିକ୍ତ ଜିଲ୍ଲାପାଳ ଙ୍କ ଦ୍ବାରା ସମ୍ମାନିତ ମଧ୍ୟ ହୋଇଥିଲେ। ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଫୁଲବାଣୀ ଶ୍ରୀ ନରେନ୍ଦ୍ର ନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଭୁତି ଭୂଷଣ ମହାପାତ୍ର ସାଇବର ସୁରକ୍ଷା ନିରିକ୍ଷକ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଫୁଲବାଣୀ ଶ୍ରୀ ସୋମ୍ୟରଞ୍ଜନ ପାତ୍ର ମଧ୍ୟ ବୈଠକ ରେ ଉପସ୍ଥିତ ଥିଲେ।ଉକ୍ତ ବୈଠକଟି ଜିଲ୍ଲା ସ୍ବଳ୍ପ ସଞ୍ଚୟ ଅଧିକାରୀ ଶ୍ରୀ ବିଜୟ ଚନ୍ଦ୍ର ପାଳ ପରିଚାଳନା କରିଥିଲେ।ଏହି ବୈଠକରେ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ,ସଦର ବ୍ଲକ, ତହସିଲ ଓ ଜିଲ୍ଲା ପରିଷଦ କାର୍ଯ୍ୟାଳୟର କର୍ମଚାରୀ ଓ ସ୍ବଳ୍ପ ସଞ୍ଚୟ ଅଭିକତ୍ତାମାନେ ଯୋଗ ଦେଇଥିଲେ।

 

ଇ ପି ଏ ରୁ କନ୍ଧମାଳ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ

Leave a Reply

Your email address will not be published. Required fields are marked *