July 6, 2025
Home » ଫୁଲମୁଠୀ ଗୋକୁଳାଷ୍ଟମୀ ମହୋତ୍ସବ : କୃଷ୍ଣଙ୍କ ହାତରେ ବଛାସୁର ର ନିଧନ ।

ଫୁଲମୁଠୀ ଗୋକୁଳାଷ୍ଟମୀ ମହୋତ୍ସବ : କୃଷ୍ଣଙ୍କ ହାତରେ ବଛାସୁର ର ନିଧନ ।

0
WhatsApp Image 2024-12-12 at 9.59.20 AM

ସୁବର୍ଣ୍ଣପୁର– ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଅନ୍ତର୍ଗତ ଫୁଲମୁଠୀ ବ୍ରଜ ବିହାରୀ ନୃତ୍ୟ କଳା ପରିଷଦ ପକ୍ଷରୁ ଚାଲିଥିବା ଗୋକୁଳାଷ୍ଟମୀ ମହୋତ୍ସବର ଗତକାଲି ପଞ୍ଚମ ରଜନୀରେ କଂସ ପ୍ରେରିତ ବଚ୍ଛାସୁରକୁ ଭଗବାନ କୃଷ୍ଣ ଜୀବନରୁ ମାରି ଦେଇଥିଲେ ।ଏହି ଖବର ଶୁଣି ମଥୁରା ନରେଶ ମହାରାଜ କଂସ ଜର୍ଜରିତ ହୋଇ ପୂର୍ବରୁ ହୋଇଥିବା ଦୈବବାଣୀ ସତ୍ୟରେ ପରିଣତ ହେବ କି ବୋଲି ବିକଟାଳ ଶଦ୍ଧ କରି ଗର୍ଜନ କରିଛନ୍ତି ।ମହାରାଜାଙ୍କ ମନକୁ ଶାନ୍ତ କରିବାକୁ ଯାଇ ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଦରବାରରେ କଳାକାର ମାନଙ୍କ ଦ୍ବାରା ନାଚ ଗୀତ ପରିବେଷଣ ହୋଇଥିଲା । ଯାହାକୁ ମଥୁରା ନଗରବାସୀ ମନଭରି ଉପଭୋଗ କରିଥିଲେ ।ପୂର୍ବରୁ କଂସ ପ୍ରେରିତ ପୂତୁନା ରାକ୍ଷାଶୁଣୀର ସ୍ତନରୁ କ୍ଷୀର ଶୋଷିନେଇ କୃଷ୍ଣ ତାଙ୍କୁ ମାରିଦେଇଥିଲେ ।

ଫଳରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଏପରି ଦୁଃସାହସିକତା ପ୍ରଦର୍ଶନକୁ ଦେଖି ସାରା ଗୋପପୁର ବାସୀଙ୍କ ଠାରେ ଆନନ୍ଦର ଲହରୀ ଖେଳିଯିବା ସହ କୃଷ୍ଣ ବଳରାମଙ୍କୁ ନେଇ ଉତ୍ସବ ମନାଇବା ଆଦି ଦୃଶ୍ୟ ପ୍ରଦର୍ଶିତ ହୋଇଥିଲା ।ସେହିପରି ମଥୁରା ନଗରୀ ମହୁଲଟିକିରା ପଡିଆ ଠାରେ ମହାରାଜ କଂସଙ୍କ ରାଜଦରବାରକୁ ବିନିକା ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ରାଜକୀୟ ଅତିଥି ଭାବେ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ ।ଏହି ଅବସରରେ କମିଟିର ବରିଷ୍ଟ ସଦସ୍ୟ ପ୍ରମୋଦ କୁମାର ଦାଶ, ମନୋଜ ଦାଶ,କମିଟି ସଭାପତି ଆନନ୍ଦ ହୋତା,ନୀଳାମ୍ବର ସାହୁ ପ୍ରମୁଖ ଦରବାରରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ମୁକ୍ତାକାଶ ମଞ୍ଚରେ ଅଭିନୟ କରୁଥିବା କଳାକାର ମାନଙ୍କ ଅଭିନୟ ଦେଖିବା ପାଇଁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ପ୍ରବଳ ଜନସମାଗମ ହୋଇଥିଲା ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *