February 21, 2026
Home » ଫେବୃଆରୀ 21 ଆନ୍ତର୍ଜାତୀୟ ମାତୃଭାଷା ଦିବସ :ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

ଫେବୃଆରୀ 21 ଆନ୍ତର୍ଜାତୀୟ ମାତୃଭାଷା ଦିବସ :ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

0
WhatsApp Image 2026-02-21 at 1.24.31 PM

ସୁବର୍ଣ୍ଣପୁର— ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାର ପ୍ରଧାନ ଶିକ୍ଷକ ଡ. ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ବରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ସଭାକୁ ସଂଯୋଜନା କରିବା ସହ ଦିବସର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏହି ଅବସରରେ ଦୈନିକ ସମ୍ବାଦପତ୍ର ପ୍ରଜାତନ୍ତ୍ର ର ସାମ୍ବାଦିକ ରାଜୀବ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ” ଭାଷା ହିଁ ଜୀବନ ର ମୂଳ” ବୋଲି ମତ ପ୍ରକାଶ କରିଥିଲେ। ପ୍ରଗତିବାଦୀ ର ସାମ୍ବାଦିକ ଆକୁଳ ବେହେରା ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ଭାଷା ବିନା ଜାତିର ସମ୍ବୃଦ୍ଧି ଅସମ୍ଭବ ବୋଲି ମତ ପ୍ରକାଶ କରିଥିଲେ। ଶିକ୍ଷକ ନନ୍ଦିଘୋଷ ବାରିକ ଓ ସ୍ନିଗ୍ଧା ପ୍ରଧାନ ମଞ୍ଚlସିନ ହୋଇ ଛାତ୍ର ଛାତ୍ରୀମାନଙ୍କୁ ଉଦବୋଧନ ପ୍ରଦାନ କରିଥିଲେ। ଛାତ୍ରୀ ଶ୍ରୀମୟୀ ସେଠ୍, ଜାଗୃତି ଓ ଡିପ୍ତିଶିଖା ବାଗ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ଏହି ଅବସରରେ ଗତବର୍ଷ ବାର୍ଷିକ ପରୀକ୍ଷାରେ ଅଧିକ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ଛାତ୍ରୀ ଅର୍ଚ୍ଚିତା ପ୍ରଧାନ ଙ୍କୁ ଅତିଥିମାନେ ଉପଢୌକନ ଓ ପ୍ରତିଫଳନ ପ୍ରଦାନ କରି ସମ୍ମାନିତ କରିଥିବା ବେଳେ ଛାତ୍ରୀ ଜନନିକା ନାୟକଙ୍କୁମାତୃଭାଷା ଓଡ଼ିଆ ରେ ଅଧିକ ନମ୍ବର ରଖିଥିବା ଯୋଗୁ ପୁରସ୍କୃତ କରିଥିଲେ। ଶେଷରେ ଶିକ୍ଷକ ଚିନ୍ମୟ କୁମାର ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ମୀନକେତନ ଦାସ ସୁରଜ୍ ଖମାରୀ, ସୋଭାଗିନି ସାହୁ,ସୂର୍ଯ୍ୟକାନ୍ତୀ କାଣ୍ଡ ପ୍ରଭୁତି ସହଯୋଗ କରିଥିଲେ ।

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *