ଫୋକସ ପ୍ଲସ ୱେବ ପୋର୍ଟାଲ ଅଣ ପଞ୍ଜିକୃତ ନିୟୁଜ ସଂସ୍ଥା ମାଲିକ ଓ ସହଯୋଗିଙ୍କ ନାମରେ ଏତଲା
ନୟାଗଡ :ଓଡିଶା ପ୍ରଦେଶ କଂଗ୍ରେସ ନିଷ୍ପତି ଅନୁସାରେ ଫୋକସ ପ୍ଲସ ୱେବ ପୋର୍ଟାଲ ଅଣପଞ୍ଜିକୃତ ନିୟୁଜ ସଂସ୍ଥାର ମାଲିକ ଶୁଭ୍ରାଂଶୁ ଶେଖର ରାଉତ ଏବଂ ତାଙ୍କର ଅନ୍ୟ ଚାରିଜଣ ସହଯୋଗୀ ପ୍ରାୟୋଜିତ ଭାବେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ, କଂଗ୍ରେସ ବିଧାୟକ ଶ୍ରୀ ସାଗର ଦାସ ଏବଂ କଂଗ୍ରେସ ଦଳ ବିରୁଦ୍ଧରେ ମନ୍ଦ ଉଦ୍ଧେଶ୍ୟ ରଖି ନୂଆପଡା ଉପନିର୍ବାଚନ ପ୍ରଚାର ସମୟରେ ସାଧାରଣରେ କଂଗ୍ରେସ ଦଳ ଭାବମୂର୍ତ୍ତି ପ୍ରଭାବିତ କରିବା ପାଇଁ ବ୍ୟକ୍ତିଗତ କୁତ୍ସlରଟନା କରୁଥିବାରୁ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ରାଜ୍ୟର ପ୍ରତ୍ୟେକ ଜିଲ୍ଲା ସାଇବର ଥାନାରେ ଇତାଲା ଦିଆଯିବା ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା କଂଗେସ କମିଟି ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶ,ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କ ସହିତ ଯାଇ ଆଜି ସନ୍ଧ୍ୟାରେ ଟାଉନ ଥାନା ଆଇଆଇସି ଶ୍ରୀ ରଶ୍ମିରଞ୍ଜନ ପ୍ରଧାନଙ୍କୁ ଲିଖିତ ଇତାଲା ଦେଇଛନ୍ତି । l ୱେବ ନିୟୁଜ ପୋର୍ଟାଲର ସ୍ୱତନ୍ତ୍ର ନୀତିନିୟମ ଉଲ୍ଲଙ୍ଘନ କରି ଫୋକସ ପ୍ଲସ ନିୟୁଜ ସଂସ୍ଥା ଇର୍ଷାନ୍ବିତ ହୋଇ ପିସିସି ସଭାପତି ଏବଂ କଂଗ୍ରେସ ଦଳ ବିରୁଦ୍ଧରେ ମନଗଢା ଗପ ପ୍ରଚାରପ୍ରସାର କରି ଦଳକୁ ସାଧାରଣରେ ନିନ୍ଦିତ କରିବା ପାଇଁ ଅପଚେଷ୍ଟା କରୁଛି ।ତେଣୁ ୱେବ ପୋର୍ଟାଲ ନିୟୁଜ ସଂସ୍ଥା ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ଦାଶ ନୟାଗଡ଼ ଟାଉନ ଥାନାରେ ଇତଲା ଦେବା ସମୟରେ ପୂର୍ବ ପିସିସି ସାଧାରଣ ସମ୍ପାଦକ ହୁସେନ ଖାନ, ବ୍ଲକ କଂଗ୍ରେସ ସଭାପତି ଫକୀର ଚରଣ ମଲ୍ଲ, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ପ୍ରତୀକ ମହାପାତ୍ର, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ, ଜିଲ୍ଲା ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ଆମଜାଦ ଖାନ, ଯୁବ ନେତା ପୂର୍ଣ୍ଣଚନ୍ଦ୍ର ସାନ୍ତ,ପୀତବାସ ଖୁଣ୍ଟିଆ, କୂଳେଶ କୁମାର ମହାନ୍ତି, କୃଷ୍ଣ ଚନ୍ଦ୍ର ନାୟକ, ଦଳିତ ନେତା ଜିତେନ୍ଦ୍ର ନାଏକଙ୍କ ସମେତ ବହୁ ଯୁବ/ଛାତ୍ର ଓ କଂଗ୍ରେସ କର୍ମୀ ମାନେ ସହଯୋଗ କରିଥିଲେ l
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
