July 7, 2025
Home » ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ ଆନୁକୂଲ୍ୟରେ ବରିଷ୍ଠ ନାଗରିକଙ୍କ ପାଇଁ ଚିକିତ୍ସା ଶିବିର

ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ ଆନୁକୂଲ୍ୟରେ ବରିଷ୍ଠ ନାଗରିକଙ୍କ ପାଇଁ ଚିକିତ୍ସା ଶିବିର

0
WhatsApp Image 2024-12-01 at 6.38.24 PM

ବ୍ରହ୍ମପୁର ତା 1୦୧.୧୨.୨୪ରିଖରେ ବ୍ରହ୍ମପୁର ସହରର ପୁରାତନ ସ୍ବେଛାସେବୀ ସଂଗଠନ ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ ଆନୁକୂଲ୍ୟରେ ସବୁ ମାସପରି ଏହିମାସର ପ୍ରଥମ ରବିବାର ଦିନ,ଆଜି ଏହାର ନିଜସ୍ୱ କାର୍ଯ୍ୟାଳୟ ‘ସ୍ନେହମ’ ଠାରେ ବରିଷ୍ଠ ନଗରିକଙ୍କ ପାଇଁ ନିଃଶୁଳ୍କ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୧୦୧ ଜଣ ବୃଦ୍ଧା ବୃଦ୍ଧଙ୍କ ରକ୍ତ ଶର୍କରା, ରକ୍ତ ଚାପ ପରୀକ୍ଷା କରାଯାଇ ଅଭିଜ୍ଞ ଚିକିତ୍ସକଙ୍କ ଦ୍ଵାରା ଚିକିତ୍ସା କରାଯାଇ ମାଗଣାରେ ଡାୟାବେଟିସ, ବ୍ଳଡ ପ୍ରେସର ରୋଗୀଙ୍କୁ ଓ ଅନ୍ୟ ରୋଗୀଙ୍କୁ ମାସକ ପାଇଁ ଔଷଧ ବିତରଣ କରାଯାଇଛି। ବାତ ନିରୂପଣ ପାଇଁ “ବୋନ ଡେନ୍ସିଟି” ପରୀକ୍ଷା ୬୫ ଜଣଙ୍କର କରାଯାଇଥିଲା।

ଅସ୍ଥିଶଲ୍ୟ ଚିକିତ୍ସକ ଡ.ସସକର ରାଓ ଆଣ୍ଠୁ ଗଣ୍ଠି ଜନିତ ରୋଗୀଙ୍କୁ ଚିକିତ୍ସା କରିଥିଲେ , ମେଡ଼ିସିନ ସ୍ପେସଲିଷ୍ଟ ଇ.ଭେଙ୍କଟା କ୍ରୀଷ୍ଣା, କର୍ଣ୍ଣ, ନାଶ ଓ ଗଳା ବିଶେଷଜ୍ଞ ଡ. ପାତ୍ର, ଡ.ଚକ୍ରଧର ରାଜୁ, ଡ.ଜେ.ବାଣୀଶ୍ରୀ, ଡ.ଟି.ପ୍ରକାଶ ରାଓ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରିଥିଲେ। ଚିକିତ୍ସାରେ ବର୍ଷାରାଣୀ ବେହେରା, ବିକାଶ ପ୍ରଧାନ, ଜ୍ଞାନ ପରିଡା ଓ ରାଜା ପାତ୍ର ଟେକ୍ନିସିଅନ ମନେ ସହଯୋଗ କରିଥିଲେ।


କ୍ଳବର ସଭ୍ୟ ଏ.ରଘୁନାଥମ, ପି.ଜୀବନ କୁମାର, ଅନୀଲ କୁମାର ଚୌଧୁରୀ,ଇ.ଡି.ପାତ୍ର, Asn ଗୁପ୍ତା, ମନୋଜ କୁମାର ପାଢୀ, ଇ.ଜଗଡ଼ିଶ୍ୱର ରାଓ, ଜମ୍ମୁଲା ସୁରେଶ ସହଯୋଗ କରିଥିଲେ। ଶ୍ରୀ ଏମ୍ ଶିବାଜୀ ତାଙ୍କ ସ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ଆଜିର ଶିବିରର ସମସ୍ତ ଖର୍ଚ୍ଚ ବହନ କରିଥିଲେ। ତନୁଶ୍ରୀ ଶ୍ରୀ ମନୋଜ କୁମାର ଗନ୍ତାୟତଙ୍କ ନାତୁଣୀ ତନୁଶ୍ରୀ ସମସ୍ତ ବୃଦ୍ଧାଙ୍କୁ ଶାଢ଼ୀ ଓ ବୃଦ୍ଧଙ୍କୁ ତଉଲିଆ ପ୍ରଦାନ କରିଥି ଲେ।

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *