August 27, 2025
Home » ଫ୍ଲାଇଓଭର ର ୱାଟର ଡ୍ରେନେଜ ପାଇଁ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ଜନତା

ଫ୍ଲାଇଓଭର ର ୱାଟର ଡ୍ରେନେଜ ପାଇଁ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ଜନତା

0
WhatsApp Image 2025-08-18 at 2.20.25 PM

ବର୍ଷା ହେଲେ ଜଳପ୍ରପାତ ର ଭ୍ରମ

    ଯୋଡ଼ା –  ଓଡିଶା ର ସବୁଠାରୁ ଦୀର୍ଘତମ ଫ୍ଲାଇଓଭର  ବ୍ରିଜ କେନ୍ଦୁଝର ଜିଲ୍ଲା ଯୋଡ଼ା ସହରରେ ଅବସ୍ଥିତ ଥିବା ବେଳେ ଏହି ବ୍ରିଜରେ ବର୍ଷା ଜଳ ନିଷ୍କାସନ ବ୍ୟବସ୍ଥା ପାଇଁ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ସ୍ଥାନୀୟ ଲୋକ l ଡ୍ରେନେଜ ବ୍ୟବସ୍ଥା ଠିକ ନ ଥିବାରୁ ସାମାନ୍ୟ ବର୍ଷା ହେଲେ ଜଳପ୍ରପାତର ରେ ପରିଣତ ହେଇଯାଇଥିବା ଦୃଶ୍ୟ ବାରମ୍ବାର ଦେଖିବାକୁ ମିଳୁଛି। ଜିଲ୍ଲା ଖଣିଜ ପାଣ୍ଠି ରୁ ପ୍ରାୟ ୨୫୮କୋଟି ୭୮ଲକ୍ଷ ବ୍ୟୟ ବରାଦ ରେ  ଓ ,ବି. ସି. ସି ମାଧ୍ୟମରେ ଠିକା ସଂସ୍ଥା ଚେବ୍ରୋକ୍ସ ନିର୍ମାଣ କରିଥିବା ଏହି ଫ୍ଲାଇ ଓଭର ବ୍ରିଜ କୁ ଗତ ନଭେମ୍ବର ୨୦୨୩ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚିତ କରିଥିଲେ।ତେବେ ଉଦଘାଟନ ହେବା ର କେଇଟା ଦିନ ପରେ ହିଁ ଫ୍ଲାଇ ଓଭର ରେ ସମସ୍ୟା ଦେଖାଯାଉଛି।କେତେବେଳେ  ପିଲର ଫାଟି ପଡୁଛି ତ କେତେବେଳେ ଫ୍ଲାଇ ଓଭର ରାସ୍ତା ରୁ ଲୁହା ଛଡ ଓ ଚିପ୍ସ ଦେଖା ଯାଉଛି ।ଏମିତିକି ଫ୍ଲାଇଓଭର ରେ ଲାଇଟ ନ ଜଳିବାରୁ ବିଗତ ଦିନରେ ଦୁର୍ଘଟଣା ବି ଅନେକ ଘଟିଛି। ତେବେ ଏହି ସବୁ ସମସ୍ୟା ମଧ୍ୟରେ ଫ୍ଲାଇ ଓଭର ବ୍ରିଜ ରେ ଠିକ ଭାବେ ଡ୍ରେନେଜ ସିଷ୍ଟମ ନ ଥିବାରୁ ଫ୍ଲାଇଓଭର ବ୍ରିଜ ଉପରୁ ଲୋକଙ୍କ ଉପରେ ଜଳପ୍ରପାତ ଭଳି ପାଣି ପଡିବା ଏବେ ସ୍ଥାୟୀ ସମସ୍ୟା।ବାରମ୍ବାର ଏହି ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କଲେ ସୁଦ୍ଧା ଠିକା ସଂସ୍ଥା ନା ରାସ୍ତା ର ମରାମତି ଠିକ ଭାବରେ କରୁଛି ନା ଡ୍ରେନେଜ ବ୍ୟବସ୍ଥା କରିପାରୁଛି। ବର୍ଷା ପାଣି ଲୋକଙ୍କ ଉପରେ ଏପରି ଭାବେ ପଡୁଛି ଯେ ପୋଲ ତଳେ ଲୋକେ ଯିବା କଷ୍ଟକର ହୋଇପଡୁଛି। ଏ ସମ୍ପର୍କରେ ଓ,ବି,ସି,ସି ଯନ୍ତ୍ରୀ ଚିନ୍ମୟ ଜେନା ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଫ୍ଲାଇଓଭର ବ୍ରିଜ ଉପରେ ଆଇରନ ବୋଝେଇ ଟ୍ରକ ଚାଲିବାରୁ ରାସ୍ତାରେ ଆଇରନ ଗୁଣ୍ଡ ଜମିଯାଉଛି। ଯାହାଫଳରେ ଆଇରନ ଅଂଶ ଡ୍ରେନେଜ ପାଇପ ଗୁଡିକୁ କୁ ଜାମ କରୁଛି।ତାଙ୍କ କହିବା ଅନୁଯାୟୀ ଫ୍ଲାଇଓଭର ବ୍ରିଜ କୁ ପ୍ରତ୍ୟେକ୧୫ ଦିନରେ ଥରେ ସଫା କରାଗଲେ  ମଧ୍ୟ ଆଇରନ ଗୁଣ୍ଡ ଜମିରହୁଛି ,ଏହାର ବିକଳ୍ପ ପାଇଁ ସେ ଅତ୍ୟାଧୁନିକ ମେସିନ  ଦ୍ୱାରା ରାସ୍ତା ର ସଫେଇ କାର୍ଯ୍ୟ ହେଲେ ହୁଏତ ଆଗକୁ ଡ୍ରେନେଜ ପାଇପ ଯାମ ନ ରହି ପାରେ। ତେବେ ରାସ୍ତା ସଫେଇ ପାଇଁ ଯୋଡ଼ା ପୌରପାଳିକା ରେ ଏକ ମେସିନ ରହିଛି l ଟାଟା କମ୍ପାନୀ ରେ ମଧ୍ୟ ଏକ ରାସ୍ତା ସଫେଇ ମେସିନ ଜନସାଧାରଣ ନିମନ୍ତେ ଯୋଗାଇ ଦେଇଥିବା ବେଳେ ଏହା କାହିଁକି ବ୍ୟବହାର କରାଯାଉ ନାହିଁ ବୋଲି ପ୍ରଶ୍ନ ଉଠୁଛି l ତେବେ ପୌରପାଳିକା ସହଯୋଗ ଦ୍ୱାରା ଉକ୍ତ ମେସିନ ଗୁଡିକୁ ବ୍ୟବହାର କରାଯାଇ ଅସୁବିଧାର ସମାଧାନ ହୋଇ ପାରନ୍ତା ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି l
କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।

Leave a Reply

Your email address will not be published. Required fields are marked *