ବଉଳଗାଁରେ ମେଗା ସ୍ବାସ୍ଥ୍ୟ ସେବା ଶିବିର
ଛତ୍ରପୁର: ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡାକ୍ତର ସ୍ଵାଧୀନ ରଥ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଭୁବନେଶ୍ୱର ର ଯୁବ ଏବଂ ସାମାଜିକ ବିକାଶ କେନ୍ଦ୍ର ସୌଜନ୍ୟରେ ଶୁକ୍ରବାର ଆୟୋଜିତ ହୋଇଥିଲା । ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ବଉଳଗାଁରେ ଉକ୍ତ ଶିବିରରେ ନିଶ୍ଲୁକ ସେବା ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରକ୍ତ ପରୀକ୍ଷା, ଏଲ୍. ଭି. ପ୍ରସାଦ ଚକ୍ଷୁ କେନ୍ଦ୍ର ଦ୍ଵାରା ଚକ୍ଷୁ ପରୀକ୍ଷା, ଇ.ସି.ଜି. , ସ୍ତନ-କର୍କଟ ନିରୂପଣ, ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ-ଆରୋଗ୍ୟ ଓ ଗୋପବନ୍ଧୁ ଜନ-ଆରୋଗ୍ୟ କାର୍ଡ ର ଇ-କେ.ୟାଇ.ସି. ସହ ଔଷଧ ବଣ୍ଟନ, ଆୟୁଷ ଚିକିତ୍ସା ଏବଂ ଯକ୍ଷ୍ମା ରୋଗ ସଚେତନ, କୁଷ୍ଠ ରୋଗ,ଏଚ.ଆଇ.ଭି. ସଂକ୍ରମଣ ଓ ଅଣସଂକ୍ରମଣ ରୋଗ ର ସଚେତନ କରାଯାଇଥିଲା ।

ରୋଗୀ ମାନଙ୍କ ନିମନ୍ତେ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଜଳ ଯୋଗ ଏବଂ ଭୋଜନ ର ବ୍ୟବସ୍ଥା ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ଡାକ୍ତର ସ୍ଵାଧୀନ ରଥ, ଡାକ୍ତର ଅଜିତ ନାୟକ, ଡାକ୍ତର ସନ୍ଦୀପ ଦାସ, ଡାକ୍ତର ପୂର୍ଣ୍ଣ ଚନ୍ଦ୍ର ରାଓ ପ୍ରମୁଖ ଡାକ୍ତରଗଣ ଯୋଗଦେଇ ରୋଗୀଙ୍କୁ ମାଗଣାରେ ଚିକିତ୍ସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ ପୃଷ୍ଟି , ଯୁବ ଏବଂ ସାମାଜିକ ବିକାଶ କେନ୍ଦ୍ର ମୁଖ୍ୟ ପ୍ରଫୁଲ୍ଲ କୁମାର ସାହୁ, ଏଲ୍.ଆଣ୍ଡ ଟି. ର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଅଜିତ ଜନ୍ ବେକେର, ସହକାରୀ ପରିଚାଳକ ରାଜ ଶେଖର ପାଣ୍ଡି ପ୍ରମୁଖ ଯୋଗଦେଇଥିଲେ । ସରପଞ୍ଚ ବଉଳଗାଁ, ମହାନାଦପୁର, ପୋଟ୍ଟଲାମପୁର, ବିପୁଳିଙ୍ଗୀ ଅଞ୍ଚଳର ପି.ଆର୍. ମେମ୍ବର ତଥା ସରପଞ୍ଚ ପ୍ରତିମା ଦାସ, ରବୀନ୍ଦ୍ର ରାଉଳ, ନିରଞ୍ଜନ ପ୍ରଧାନ, ରୀନା ସେଠୀ ଙ୍କ ସମେତ ବଉଳଗାଁ ସମିତି ସଭ୍ୟ ରାମଚନ୍ଦ୍ର ପରିଡା, ରୁକୁଣିଗାଁ ବି.ସି.ସି. ବ୍ୟାଙ୍କ୍ ନିର୍ଦ୍ଦେଶକ ଦୁର୍ଯ୍ୟୋଧନ ପରିଡା, ତ୍ରିଲୋଚନ ପରିଡା ଏବଂ ଡାକ୍ତର ସ୍ଵାଧୀନ ରଥ ପ୍ରମୁଖ ମଞ୍ଚାସୀନ ଥିଲେ।

ଗଞ୍ଜାମ ଜିଲ୍ଲା ମୁଖ୍ୟଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା. ସୁଶାନ୍ତ କୁମାର ନାୟକ ଉକ୍ତ ସୁନ୍ଦର କାର୍ଯ୍ୟକ୍ରମ ପାଇଁ ଡାକ୍ତର ସ୍ଵାଧୀନ ରଥଙ୍କୁ ସାଧୁବାଦ୍ ଦେବା ସହ ତାଙ୍କରି ଭୂୟସୀ ପ୍ରଶଂସା କରିଥିଲେ ।ଜିଲ୍ଲା ମୁଖ୍ୟଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା. ନାୟକ ଆଗକୁ ଏପରି ଅନେକ ଶିବିର କରିବାକୁ ସ୍ଵାସ୍ଥ୍ୟ ବିଭାଗ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟକ୍ରମ ରେ ଅନେକ ସ୍ବାସ୍ଥ୍ୟକର୍ମୀ ସହ ସ୍ଵେଚ୍ଛସେବକ, ଗ୍ରାମ ପଞ୍ଚାୟତ କର୍ମୀ ସହଯୋଗ କରିଥିଲେ। ଶେଷରେ ୪ଶହରୁ ଉର୍ଦ୍ଧ ରୋଗୀ ପଞ୍ଜିକରଣ କରିଥିବା ହେତୁ ବରୁଣ କୁମାର ପାଣିଗ୍ରାହୀ ଓ ସିମାଞ୍ଚଳ ପ୍ରଧାନ ସମସ୍ତ ଶିବିର ସହଯୋଗୀ ଙ୍କୁ ଧନ୍ୟବାଦ୍ ସହ ସାଧୁବାଦ ଜଣାଇଥିଲେ । ସମଗ୍ର କାର୍ଯ୍ୟକ୍ରମ କୁ ଯୁବ ଏବଂ ସାମାଜିକ ବିକାଶ କେନ୍ଦ୍ର ର ପରିଚାଳକ ଅମିତ୍ କୁମାର ମହାପାତ୍ର ଏବଂ ସମନୟକ ଗୋଲେଖ ପରିଛା ପରିଚାଳନା କରିଥିଲେ ।।
ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ
