ବଉଳସିଂହା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ୨୦୧୫ ବେଚ୍ ଛାତ୍ରଛାତ୍ରୀ ଙ୍କ ବଂଧୁମିଳନ ଅନୁଷ୍ଠିତ

l
ସୁବର୍ଣ୍ଣପୁର — ଆଜି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ବଉଳସିଂହା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ୨୦୧୫ ବେଚ୍ ର ଛାତ୍ରଛାତ୍ରୀ(ଆଲୁମିନି) ମାନଙ୍କର ବଂଧୁ ମିଳନ ଅନୁଷ୍ଠିତ ହୋଇଥିଲା।ଏଥିରେ ସଭାପତି ଭାବେ ଏହି ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ବିଜୟ ତ୍ରିପାଠୀ, ମୁଖ୍ୟ ଅତିଥି ଭାବରେ ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଦିଲୀପ କୁମାର ମହାନ୍ତି, ସମ୍ମାନିତ ଅତିଥି ଭାବେ ଶିକ୍ଷକ ଶ୍ରୀ ସୁଶାନ୍ତ ବଣ୍ଡକୀ,ଶ୍ରୀ ଲିଙ୍ଗରାଜ ତାଣ୍ଡିଆ ,ଶ୍ରୀ ରୋହିତାଶ୍ଵ ମଲିକ ମଞ୍ଚାସୀନ ହୋଇଥିଲେ।୨୦୧୫ ମସିହାର ଛାତ୍ରଛାତ୍ରୀ ମାନେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରିବା ସହ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଅତିଥିମାନେ ବକ୍ତବ୍ୟ ପ୍ରଦାନ କରି ବିଦ୍ୟାଳୟ ର ଉନ୍ନତି ଓ ଗୁରୁ -ଶିଷ୍ୟ ସମ୍ପର୍କ ଉପରେ ଆଲୋକପାତ କରିଥିଲେ।ପରିଶେଷରେ ଶିକ୍ଷକ ଶ୍ରୀ କେଶବ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର