July 5, 2025
Home » ବଉଳସିଂହା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଗପ ଶୁଣିବା ଓ କହିବା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଉଳସିଂହା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଗପ ଶୁଣିବା ଓ କହିବା କାର୍ଯ୍ୟକ୍ରମ ଅନୁଷ୍ଠିତ

0
WhatsApp Image 2025-03-04 at 12.09.45 PM

ସୁବର୍ଣ୍ଣପୁର –ସୋମବାର ଦିନ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦପଲା କ୍ଲଷ୍ଟର ଅନ୍ତର୍ଗତ ବଉଳସିଂହା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଗପ ଶୁଣିବା ଓ କହିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଓ ଟିଭି ପ୍ରତିନିଧି ଶ୍ରୀ ରବୀନ୍ଦ୍ର ହୋତା ଓ ଶ୍ରୀ ନବୀନ ନାଏକ ଛାତ୍ରଛାତ୍ରୀ ଙ୍କୁ ସୁନ୍ଦର ଗଳ୍ପ କହିବା ସହ କିପରି ନୀତିଶିକ୍ଷା ମିଳିଥାଏ ବର୍ଣ୍ଣନା କରିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ଦିଲୀପ କୁମାର ମହାନ୍ତି ଛାତ୍ରଛାତ୍ରୀ ଙ୍କୁ ଗପ ଶୁଣି କହିବା ପାଇଁଁ ପ୍ରୋତ୍ସାହନ ଦେଇଥିଲେ। ବିଦ୍ୟାଳୟ ର ଅନ୍ୟାନ୍ୟ ଶିକ୍ଷକ ଶ୍ରୀ ରୋହିତାଶ୍ଵ ମଲିକ, ଶ୍ରୀ ଲିଙ୍ଗରାଜ ତାଣ୍ଡିଆ, ଶ୍ରୀ ରାଜୀବ କୁମାର ସାହୁ, ଶ୍ରୀମତୀ ଗିତାଞ୍ଜଳୀ ବେହେରା ମଧ୍ୟ ଗଳ୍ପ କହିବା ପାଇଁଁ ପ୍ରୋତ୍ସାହନ ଦେଇଥିଲେ। ଶେଷରେ ଶ୍ରୀ କେଶବ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *