ବଉଳସିଂହା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ସୁବର୍ଣ୍ଣପୁର —ଶୁକ୍ରବାର ଅପରାହ୍ନ ୧ ଘଣ୍ଟା ସମୟରେ କଣ୍ଟାମାଳ ବ୍ଲକ ଦପଲା କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଉଳସିଂହା
ଠାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଦିଲୀପ କୁମାର ମହାନ୍ତି ଙ୍କ ସଭାପତିତ୍ବରେ ୨୦୨୪-୨୫ ଶିକ୍ଷା ବର୍ଷ ର ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ଉଦ୍ଦେଶ୍ୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଶିକ୍ଷକ ଶ୍ରୀ କେଶବ ପ୍ରଧାନ, ଶ୍ରୀ ରୋହିତାଶ୍ଵ ମଲିକ, ଶ୍ରୀ ଲିଙ୍ଗରାଜ ତାଣ୍ଡିଆ ଓ ଶିକ୍ଷୟିତ୍ରୀ ଶ୍ରୀମତୀ ଗିତାଞ୍ଜଳୀ ବେହେରା ଛାତ୍ରଛାତ୍ରୀ ମାନେ କିପରି ଭବିଷ୍ୟତ ରେ ସୁନାମ ଅର୍ଜନ କରିବା ସହ ନିଜ କ୍ୟାରିୟର ଗଠନ କରିବେ ବକ୍ତବ୍ୟ ରଖିଥିଲେ। ଛାତ୍ରଛାତ୍ରୀ ମାନେ ମଧ୍ୟ ବିଦ୍ୟାଳୟ ର ଅନୁଭୁତି ବଖାଣିବା ସହ ଦୋଷତୃଟି ନ ଧରିବା ପାଇଁ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ପରିଶେଷରେ ଶିକ୍ଷକ ଶ୍ରୀ ରାଜୀବ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର