July 2, 2025
Home » ବଗେଇପଦରରେ ଜିଲ୍ଲାସ୍ତରୀୟ ପବିତ୍ର ଅକ୍ଷୟ ତୃତୀୟା ଦିବସ ୨୦୨୫ ପାଳିତ

ବଗେଇପଦରରେ ଜିଲ୍ଲାସ୍ତରୀୟ ପବିତ୍ର ଅକ୍ଷୟ ତୃତୀୟା ଦିବସ ୨୦୨୫ ପାଳିତ

0
WhatsApp Image 2025-04-30 at 3.48.26 PM

କୋରାପୁଟ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା କୃଷି ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ଦିବସ ପାଳନ ହୋଇଛି।କୋରାପୁଟ ବ୍ଲକ ଅନ୍ତର୍ଗତ ଦେବୀଘାଟ ପଞ୍ଚାୟତର ବଗେଇପଦର ଗ୍ରାମରେ ଆୟୋଜିତ ଉତ୍ସବରେ କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଖିମୁଠି ଅନୁକୂଳ, ଭୂମିପୂଜନ ନୀତିକାନ୍ତି କାର୍ଯ୍ୟକ୍ରମ କରିବା ସହ ହଳ ଲଙ୍ଗଳ ଧରି ପ୍ରଥମ ଖରିଫ ଚାଷ ପାଇଁ ଶୁଭ ଦେଇଥିଲେ।

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଭୁବନେଶ୍ୱର ଠାରେ ଆଭାସୀ ମାଧ୍ୟମରେ ସିଏମକିଷାନ ଯୋଜନାରେ ଚାଷୀଙ୍କୁ ଆଜି ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୨ ହଜାର ଟଙ୍କା ଲେଖାଏଁ ଜିଲ୍ଲାର ୧୪ ଗୋଟି ବ୍ଲକର ୧୩୨୦୯୨ଜଣଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦେବୀ ପ୍ରସାଦ ମହାନ୍ତି ,ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଗୋକୁଳ ଚନ୍ଦ୍ର ପ୍ରଧାନ, କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝୀ ,ମାନ୍ୟବର ସାଂସଦଙ୍କ ପ୍ରତିନିଧି ବାବୁଲା ବେନିଆ, ଦେବୀଘାଟି ପଞ୍ଚାୟତ ସମିତି ସଭ୍ୟା ମଞ୍ଜୁଳା ବାଘ, କୃଷି ବିଭାଗ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ମିଶ୍ର, କେସିସି ବ୍ୟାଙ୍କ ସେକ୍ରେଟେରୀ ଅତୁଲ୍ୟ ମଲ୍ଲିକ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।


ରିପୋର୍ଟ: koraput ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *