March 13, 2025
Home » ବଚପନ୍ ଓ ବିଦ୍ୟା ଇ ଟେକ୍-ନୋ ସ୍କୁଲ ର ଖ୍ରୀଷ୍ଟମାସ ସମ୍ଭାର

ବଚପନ୍ ଓ ବିଦ୍ୟା ଇ ଟେକ୍-ନୋ ସ୍କୁଲ ର ଖ୍ରୀଷ୍ଟମାସ ସମ୍ଭାର

0

!

ଛତ୍ରପୁର ର ଅଗ୍ରଣୀ ଇଂରାଜୀob kp ମାଧ୍ୟମ ବିଦ୍ୟାଳୟ ବଚପନ୍ ଓ ବିଦ୍ୟା ଇ ଟେକ୍-ନୋ ସ୍କୁଲ ର ଖ୍ରୀଷ୍ଟମାସ ସମ୍ଭାର ସୋମବାର ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ଆନୁଷ୍ଠାନିକ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।
ଛତ୍ରପୁର ଭିନ୍ନକ୍ଷମ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜର ପାରଦର୍ଶିତା ପ୍ରଦର୍ଶନ କରିଥିଲେ । ଶେଷରେ ଏହି ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ଭିନ୍ନକ୍ଷମ, ବୃଦ୍ଧ ବୃଦ୍ଧା ଙ୍କୁ ପୁରସ୍କାର ସହ ଶୀତବସ୍ତ୍ର ପରିଧାନ ନିମିତ୍ତ ଚାଦର ପ୍ରଦାନ କରାଯାଇଥିଲା ।
ଭରତୀୟ ତଟରକ୍ଷା ବାହିନୀର କମାଣ୍ଡାଣ୍ଟ ବିକ୍ରମ ପାୱାଲ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ ଏବଂ ତଟରକ୍ଷା ବାହିନୀର ଅତିରିକ୍ତ କମାଣ୍ଡାଣ୍ଟ ଧନଞ୍ଜୟ ମିଶ୍ରା ମୁଖ୍ୟବକ୍ତା ଭାବେ ଯୋଗଦେଇ ଏହି ବିଦ୍ୟାଳୟର ଖ୍ରୀଷ୍ଟମାସ ପାଳନ ଅବସରରେ ଗରୀବ, ଗୁରୁବା, ବୃଦ୍ଧ,ବୃଦ୍ଧା, ଭିନ୍ନକ୍ଷମ ପିଲାମାନଙ୍କ ନିମନ୍ତେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ର ସୁଯୋଗ ଦେଇଥିବା ସାଂଗକୁ ସେମାନଙ୍କୁ ଅନ୍ନ-ଭୋଜନ ଓ ବସ୍ତ୍ର ପରିଧାନ ଚାଦର ଦାନ କରି ମହତ୍ ପୂର୍ଣ୍ଣ କାର୍ଯ୍ଯ କରି ଥିବା ହେତୁ ଅନୁଷ୍ଠାନ ର କର୍ମକର୍ତ୍ତା ଙ୍କୁ ସାଧୁବାଦ ଜଣାଇଥିଲେ ।

ସମର୍ଥ ଭିନ୍ନକ୍ଷମ ବିଦ୍ୟାଳୟର ଅଧ୍ୟକ୍ଷ କେ. ଆନନ୍ଦ ରାଓ, ସମାଜସେବୀ କ୍ରିଷ୍ଣା ପ୍ରଭାକର ରାଓ, ଲୋକସେବା ମଣ୍ଡଳ ତଥା “ସମାଜ” ପ୍ରତିଷ୍ଠାନ ର ଆଜୀବନ ସଦସ୍ୟ ରାଜେନ୍ଦ୍ର କୁମାର ଜେନା ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଏହି ଅନୁଷ୍ଠାନର ଭୂୟସୀ ପ୍ରଶଂସା କରିଥିଲେ । ଵିଦ୍ୟା ଚାରିଟେବୁଲ ଟ୍ରଷ୍ଟ ର ଦିଲୀପ ପଟ୍ଟନାୟକ , ଶ୍ରୀମତୀ ମମତା ପଟ୍ଟନାୟକ, ବଚପନ୍ ଓ ବିଦ୍ୟା ଇ ଟେକ୍-ନୋ ସ୍କୁଲ ର ନିର୍ଦ୍ଦେଶକ ସଙ୍ଗୀତା ଶର୍ମା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ଅନୁଷ୍ଠାନ ର ଅଧ୍ୟକ୍ଷ ସଞ୍ଜୀବ କୁମାର୍ ଦାସ କାର୍ଯକ୍ରମ ର ସଂଯୋଜନା ଓ ପରିଚାଳନା କରିବା ସାଂଗକୁ ଶେଷରେ ଧନ୍ୟବାଦ୍ ଜଣାଇଥିଲେ ।।
chatrapur ru muna behera nka report
epa news

Leave a Reply

Your email address will not be published. Required fields are marked *