ବଜ୍ରପାତରେ ନଣନ୍ଦ, ଭାଉଜଙ୍କ ସମେତ ୩ ମହିଳାଙ୍କ ମୃତ୍ୟୁ
ଛତ୍ରପୁର ବିଧାୟକ ଗଭୀର ସମବେଦନା
ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଟ୍ଟଲାମପୁର ଗ୍ରାମପଞ୍ଚାୟତ ର ସରଭୀମପୁର ଗ୍ରାମନିକଟରେ ଥିବା ଚାଷଜମିରେ ଧାନତଳି ରୁଆ ଚାଲିଥିବା ବେଳେ ହଠାତ୍ ବର୍ଷା ଓ ବଜ୍ରପାତ ଜନିତ ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ବଜ୍ରପାତରେ ସେଠାରେ କାମ କରୁଥିବା ମର୍ଦ୍ଦରାଜ ଗୌଡ଼ଙ୍କ ସ୍ତ୍ରୀ ପୁନି ଗୌଡ଼ (୫୧) ତାଙ୍କ ଭଉଣୀ ନିରୁପମା ଗୌଡ଼ (୪୬) ଟଳି ପଡ଼ିଥିଲେ। ଉଭୟଙ୍କୁ ବିପୁଳିଙ୍ଗି ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କର ମୃତ ଘୋଷଣା କରିଥିଲେ । ଛତ୍ରପୁର ପୋଲିସ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ରାଜସ୍ୱ ବିଭାଗ ଆର୍.ଆଇ. ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା କୁହାଯାଏ । ସେହିପରି ଗଞ୍ଜାମ ବ୍ଲକ ରାଉଳିବନ୍ଧ ଗାଁରେ ଚାଷଜମିରେ ବଜ୍ରପାତ ହେବାରୁ ମିନି ଗୌଡ଼ (୪୭)ଙ୍କ ମୃତ୍ୟୁ ଘଟିଛି । ଗଞ୍ଜାମ ଥାନା ପୋଲିସ ଏବଂ ମଲାଡ଼ ରାଜସ୍ୱ ବିଭାଗ ଆର୍ଆଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ୩ ଜଣ ଙ୍କ ର ଗତକାଲି ଅପରାହ୍ନରେ ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ଏହି ଖବର ଶୁଣି ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଛତ୍ରପୁର ହସ୍ପିଟାଲରେ ପହଞ୍ଚି ମୃତ୍ୟୁ ବରଣ କରିଥିବା ମହିଳାମାନଙ୍କ ପରିବାରବର୍ଗଙ୍କୁ ଭେଟି ଗଭୀର ସମବେଦନା ଜଣାଇଛନ୍ତି ।।
chatrapur muna behera nka report epa news
