ବଜ୍ରପାତ କୁ ନିୟନ୍ତ୍ରଣ କରିବା ପାଇଁ ବୌଦ୍ଧ ଡିଭିଜନ ରେ ଲାଗିବ 53 ହଜାର ତାଳ ଗଛ l
ବୌଦ୍ଧ —ସରକାର ଙ୍କ ନୁଆଁ ପ୍ରୟାସ ରେ ଜଙ୍ଗଲ ବିଭାଗ କୁ ଦାୟିତ୍ୱ ଦେଲେ ଓଡିଶା ର ଯେତିକି ଜ଼ିଲ୍ଲା ରେ ଜଙ୍ଗଲ ରେ ପରପୂର୍ଣ୍ଣ ସେହି ଜ଼ିଲ୍ଲା ମାନଙ୍କ ରେ ଲାଗିବ ତାଳ ଗଛ l ଏହାର ମୁଖ୍ୟ ଉଦ୍ଧେଶ୍ୟ ବଜ୍ରପାତ କୁ ନିୟନ୍ତ୍ରଣ କରିବା ନେଇ ରିସର୍ଚ୍ଚ କରିଛନ୍ତି ବୈଜ୍ଞାନିକ ମାନେ l ଏଣୁ ଏହି ଗଛ ଲଗାଇବାର ନିୟମ ଦେଖିବାକୁ ମିଳିଛି ବୌଦ୍ଧ ବନଖଣ୍ଡର ସମସ୍ତ ରେଞ୍ଜ ମାନଙ୍କରେ l
ମୁଖ୍ୟତଃ ଜଙ୍ଗଲ ର ସୀମା ବାଉଣ୍ଡ୍ରି ମାନଙ୍କ ରେ 12 ଫୁଟରେ ଗୋଟିଏ ଲେଖାଏଁ ଗଛ ଲଗାଇବା ପାଇଁ ରେଞ୍ଜ ଅଧିକାରୀମାନେ ତାଲିମ ପାଇଛନ୍ତି l ପୁଣି ଜାତୀୟ ରାଜ ପଥରେ ମଧ୍ୟ ତାଳ ଗଛ ଲାଗିବ ବୋଲି ମାଧପୁର ରେଞ୍ଜ ଅଧିକାରୀ ଆସିକ କୁମାର ଦିଗାଲ ସୂଚନା ଦେଇଛନ୍ତି l ପୁଣି ଏବର୍ଷ ପ୍ରଥମ କରି ବୌଦ୍ଧ ବନଖଣ୍ଡ ଡିଭିଜନ ରେ 53 ହଜାର ତାଳ ଗଛ ଲାଗିବଏବଂ ଆଗାମୀ ଦିନରେ ଆହୁରି ଅଧିକରୁ ଅଧିକ ଗଛ ଲଗାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ଡ଼ି ଏଫ ଓ ଦେବ ପ୍ରିୟ କମ୍ପ ସୂଚନା ଦେଇଛନ୍ତି l ତାଳ ଗଛ ଲାଗିବା ଦ୍ୱାରା ବଜ୍ରପାତ ମାରିପାରିବନାହିଁ l କାରଣ ବଜ୍ରପାତ ରେ ପ୍ରତିବର୍ଷ ବହୁ ଧନ ଜୀବନ ଚାଲି ଯାଉଛି l ଯାହାକି ସରକାର ଏହି ନିଷ୍ପତ୍ତି ନେଇ ଏଭଳି ପଦକ୍ଷେପ ନେଇ ଛନ୍ତି ସେଥିପାଇଁ ସରକାର, ଜ଼ିଲ୍ଲା ପ୍ରଶାସନ ଓ ଜଙ୍ଗଲ ବିଭାଗ କୁ ଭୁୟସୀ ପ୍ରଂଶସା କରିଛନ୍ତି ଜନ ସାଧାରଣ l
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )