August 27, 2025
Home » ବଡକର୍ଲେ ମଣ୍ଡି ଅବ୍ୟବସ୍ଥା କୁ ନେଇ ପଣ୍ଡକିଟାଲ ଛକ ରେ ରାସ୍ତା ରୋକ : ଅତିରିକ୍ତ ଜିଲ୍ଲାପାଳ ଙ୍କ ଆଲୋଚନା ପରେ ବି ହଟିଲା ନାହିଁ ଆନ୍ଦୋଳନ

ବଡକର୍ଲେ ମଣ୍ଡି ଅବ୍ୟବସ୍ଥା କୁ ନେଇ ପଣ୍ଡକିଟାଲ ଛକ ରେ ରାସ୍ତା ରୋକ : ଅତିରିକ୍ତ ଜିଲ୍ଲାପାଳ ଙ୍କ ଆଲୋଚନା ପରେ ବି ହଟିଲା ନାହିଁ ଆନ୍ଦୋଳନ

0
WhatsApp Image 2024-12-29 at 4.19.41 PM

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବଡ଼କର୍ଲେ ସେବା ସମବାୟ ସମିତି ରେ ଚାଷୀ ମାନଙ୍କ ଧାନ ପଡି ରହିଥିବା ବେଳେ ମିଲର୍ସ ମଣ୍ଡି ରୁ ଧାନ ଉଠାଉ ନ ଥିବାରୁ ତାର ପ୍ରତିବାଦ ରେ ପ୍ୟlକ୍ସ ପରିସର ଭୁକ୍ତ ବିଭିନ୍ନ ଗ୍ରାମର ଚାଷୀ ମାନେ ଗତକାଲି ରାମପୁର ତହସିଲଦାର ବିମଳ କିଶୋର ପାତ୍ର ଙ୍କୁ ଦାବୀପତ୍ର ଦେବା ସହ ରାମପୁର – ଡୁଙ୍ଗୁରିପାଲି ରାସ୍ତା ର ପଣ୍ଡକିଟlଲ ଛକ (କେନାଲ ବ୍ରିଜ) ଠାରେ ଧାନ ସହ ଟ୍ରାକ୍ଟର ରଖି ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ l ସୂଚନା ଯୋଗ୍ୟ ଯେ ଗତ ୧୦ ତାରିଖ ରୁ ମଣ୍ଡି ଖୋଲିଥିବା ବେଳେ ଆଜି ପର୍ଯ୍ୟନ୍ତ ମଣ୍ଡି ରେ ୩୭ ଜଣ ଚାଷୀଙ୍କ ୪୧୨୧ପାକେଟ ଧାନ ପଡ଼ିରହିଛି l

ଧାନ ନେବାକୁ ମିଲର୍ସ ନ ଆସିବାରୁ ଶତାଧିକ ଚାଷୀ ଗତକାଲି ସକାଳ ୭ ଟା ରୁ ଧନବସ୍ତା ରଖି ଡୁଙ୍ଗୁରିପାଲି – ରାମପୁର ରାସ୍ତାର ପଣ୍ଡକିଟାଳ କେନାଲ ବ୍ରିଜ ଛକରେ ଆନ୍ଦୋଳନ କରିଥିଲେ l ଫଳରେ ରାସ୍ତାର ଉଦ୍ଭୟ ପାର୍ଶ୍ଵରେ ଗାଡିମଟର ଜମl ହୋଇ ରହିବା ସହ ଲୋକେ ଯାତାୟlତରେ ଅସୁବିଧାର ସମ୍ମୁଖୀନ ହେlଇଥିଲେ l ଖବରପାଇ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନl ପ୍ରଧାନ ବିଭିନ୍ନ ଅଧିକାରୀ ଙ୍କ ସହ ଆନ୍ଦୋଳନ ସ୍ଥଳକୁ ପହଞ୍ଚି ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ l ଆଲୋଚନା ବେଳେ ଚାଷୀ ବିନା କଟନୀ ଛଟନିରେ ଧାନ ଉଠାଇବାକୁ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଦାବୀ କରିଥିଲେ l ଅତିରିକ୍ତ ଜିଲ୍ଲାପାଳ ସରକାର ଙ୍କ ନିୟମ ଅନୁସାରେ ବିନା କଟନି ଚ୍ଛଟନି ରେ ଏଫ୍ଏକ୍ୟୁ ମାନର ଧାନ ନେବାକୁ କହିଥିଲେ l ଏଥିରେ ଚାଷୀ ମାନଙ୍କ ମଧ୍ୟରେ ହୋ ହାଲ୍ଲl ସୃଷ୍ଟି ହୋଇ ସମାଧାନ ହୋଇପାରି ନ ଥିଲା l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *