ବଡ଼ମାଧପୁର ଗ୍ରାମପଞ୍ଚାୟତରେ ଟି.ବି. ମୁକ୍ତ ଭାରତ ଅଭିଯାନ

ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ବଡ଼ମାଧପୁର ଗ୍ରାମପଞ୍ଚାୟତରେ ସ୍ଵାସ୍ଥ୍ୟ ସଚେତନତା ଶିବିର ଶୁକ୍ରବାର ଅନୁଷ୍ଠିତ ହେଇଯାଇଛି । ମୁନିସିପେଣ୍ଠ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଆନୁକୁଲ୍ୟରେ ଆୟୋଜିତ ମେଡିକାଲ୍ ସୁପୁରିଟେଣ୍ଡେଣ୍ଟ ଶ୍ରୀ ସ୍ଵାଧୀନ ରଥ ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏକ ମେଗା ସ୍ଵାସ୍ଥ୍ୟ ସଚେତନତା ଶିବିର ଆୟୋଜନ ହୋଇ ରାଜଯକ୍ଷ୍ମା ତଥା ଟି.ବି. ରୋଗର ପାଦୃଭାବ,ଲକ୍ଷଣ, ନିବାରଣ ଓ ନିରାକରଣ ସମ୍ପର୍କରେ ଆଲୋକପାତ କରଯାଇଛି । ବ୍ଲକ୍ ଯକ୍ଷ୍ମା ନିରୀକ୍ଷକ ପ୍ରଭାତ କୁମାର୍ ସାହୁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ଡିସେମ୍ବର ୭ ତାରିଖ ଠାରୁ ମାର୍ଚ୍ଚ ୨୪ ତାରିଖ ପର୍ଯ୍ୟନ୍ତ ଟି.ବି. ମୁକ୍ତ ଭାରତ ଅଭିଯାନ ର ୧୦୦ ଦିନର ପଦକ୍ଷେପ ନିମନ୍ତେ ସଫଳ ରୂପାୟନ କରିବା ଦିଗରେ ବଳିଷ୍ଠ ଉଦ୍ୟମ ଜାରୀ ରଖିଛନ୍ତି । ଏହି କାର୍ଯ୍ୟକ୍ରମରେ ମହିଳା ସ୍ବାସ୍ଥ୍ୟ କର୍ମୀ ଲିଲି ଦାସ , ପ୍ରଭାତ କୁମାର ପଣ୍ଡା , ୟୁଥ୍ କ୍ଲବ୍ ସଭାପତି ଏସ୍ ଯୁଧିଷ୍ଟି ରେଡ୍ଡୀ, ଆୟୁଷ ଡକ୍ଟର ପୂର୍ଣ୍ଣଚନ୍ଦ୍ର ରାଓ , ଫାର୍ମାସିଷ୍ଟ ଦିଲୀପ ନାୟକ , ଟିବି ମୁନା ବେହେରା, ଟିବି ବିସିକେଶନ ଦାସ, ଟିବି ଲକ୍ଷ୍ମୀଧର ଦାସ, ସ୍ବେଛାସେବୀ ଅମ୍ବିକା ପ୍ରସାଦ ଚୌଧୁରୀ, ସମସ୍ତ ଆଶା ଦିଦିଙ୍କ ସହ ,ସଫେଇ କର୍ମଚାରୀ ଏବଂ ସମସ୍ତ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ । ଶ୍ୟାମା କାଳୀ ଯୁବ ସଂଘର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ ।।
chatrapur epa ru muna behera nka report