October 22, 2024
Home » ବଡି ତିଆରି କରି ସ୍ୱାବଲମ୍ବୀ ହେଉଛନ୍ତି ରମାଦେବୀ ସ୍ଵୟଂ ସହାୟିକା ଗୋଷ୍ଠୀ।

ବଡି ତିଆରି କରି ସ୍ୱାବଲମ୍ବୀ ହେଉଛନ୍ତି ରମାଦେବୀ ସ୍ଵୟଂ ସହାୟିକା ଗୋଷ୍ଠୀ।

0

 

ବଡି ତିଆରି କରି ସ୍ୱାବଲମ୍ବୀ ହେଉଛନ୍ତି ସ୍ଵୟଂ ସହାୟିକା ମହିଳା।ଏବେ ନିଜ ବ୍ୟବସାୟ ରେ ଘର ଚଳାଇବାରେ ସମର୍ଥ ହୋଇଛନ୍ତି ।କଳାହାଣ୍ଡି ଜିଲ୍ଲା ର ଦଣ୍ଡପାଟ ଅଞ୍ଚଳ ର ବେହେରା ଗ୍ରାମର ବହୁ ପୁରୁଣା ରମାଦେବୀ ସ୍ଵୟଂ ସହାୟିକା ଗୋଷ୍ଠୀ। ୧୯୯୦ ମସିହାରୁ ୧୧ ଜଣ ମହିଳା ରମାଦେବୀ ସ୍ଵୟଂ ସହାୟିକା ଗୋଷ୍ଠୀ ଗଠନ କରି ସ୍ବାବଲମ୍ବୀ ହେବାକୁ ବିଭିନ୍ନ ଉଦ୍ୟମ କରିଥିଲେ ସ୍ଵତ୍ୱେ ବିଶେଷ ସଫଳ ହୋଇନଥିଲେ । ମାତ୍ର ଜଳବିଭାଜିକା ପ୍ରକଳ୍ପ ସହଯୋଗରେ ଫୁଲବଡି ପ୍ରସ୍ତୁତି ପ୍ରଣାଳୀରେ ଟ୍ରେନିଂ କିଛି ଦିନ ନେଇଥିଲେ। ପରେ ନିଜ ଉଦ୍ୟମ ଓ ଦୃଢ ଇଚ୍ଛାଶକ୍ତି ବଳରେ ଆରମ୍ଭ କରିଥିଲେ ଫୁଳବଡି ପ୍ରସ୍ତୁତି କାର୍ଯ୍ୟ।ଏଥି ପାଇଁ ଜଳଛାୟା ପ୍ରକଳ୍ପ ସେମାନଙ୍କୁ ୭୦୦୦ ଟଙ୍କା ଅନୁଦାନ ରାଶି ଦେଇଥିଲା,ସେତିକିରେ ନିର୍ମାଣ ସାମଗ୍ରୀ କ୍ରୟ କରି ଆରମ୍ଭ କରି ଥିଲେ ଏହି ବ୍ୟବସାୟ,ଯାହା ସେମାନଙ୍କୁ ରୋଜଗାର ର ସଫଳତା ଦେଇଛି । ଧର୍ମଗଡ ବ୍ଲକ ବେହେରା ରେ ବସୁଥିବା ସାପ୍ତାହିକ ହାଟ ରେ ତାଙ୍କ ତିଆରି ଫୁଲବଡି ବିକ୍ରି କରି ଅଧିକ ଲାଭ ପାଇଲେ,ତାଙ୍କ ତିଆରି ଫୁଲ ବଡିର ଆଜିବି ବେହେରା ବଜାର ରେ ବେଶ୍ ଚାହିଦା ରହିଛି ।ନିଜ ଉଦ୍ୟମ ରୁ ବର୍ତମାନ ସମସ୍ତ ସଦସ୍ୟା ଙ୍କ ଘରରେ କିଛି ପରିମାଣରେ ଆର୍ଥିକ ସମସ୍ୟା ଆଉ ରହୁ ନ ଥିବା ସେମାନେ ପ୍ରକାଶ କରନ୍ତି। ତାଙ୍କୁ ଅନୁସରଣ କରି ଏହି ଅଞ୍ଚଳରେ ବର୍ତମାନ ଅନେକ ମହିଳା ମାନେ ମଧ୍ୟ ଏହି ବ୍ୟବସାୟ କରୁଥିବା ଦେଖିବାକୁ ମିଳୁଛି । ରମାଦେବୀ ମହିଳା ସଙ୍ଘ ବର୍ତମାନ ଅନ୍ୟ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଏହା ବ୍ୟତୀତ ଏହି ମହିଳା ସଂଗଠନ ଗ୍ରାମରେ ବେଆଇନ ମଦ ବିକ୍ରି କୁ ବିରୋଧ କରି ଆନ୍ଦୋଳନ କରିଥିଲେ, ପ୍ରଧାନମନ୍ତ୍ରୀ ଙ୍କ ସ୍ବଚ୍ଛତା ଅଭିଯାନ ରେ ସାମିଲ ହୋଇ ଗ୍ରାମ ପରିବେଶ କୁ ପରିଷ୍କାର ରଖିବା ପାଇଁ ସଫେଇ କାର୍ଯ୍ୟ ଚାଲୁ ରଖିଛନ୍ତି ।ତଥା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ମଧ୍ୟ ନେଉଛନ୍ତି।ସ୍ବଂୟ ସହାୟିକା ଗୋଷ୍ଠୀର ଏପରି କାର୍ଯ୍ୟକୁ ନେଇ ଗ୍ରାମବାସୀ ମଧ୍ୟ ବେଶ ଖୁସି ଅଛନ୍ତି ।ବର୍ତମାନ ସରକାର ଙ୍କ ତରଫରୁ ସବୁ ମହିଳା ସଂଘ ଙ୍କୁ ଶାଢ଼ୀ ପାଇଁ ଦଶହଜାର ଟଙ୍କା ମିଳୁଥିବା ବେଳେ ଏହି ସଙ୍ଘ ଙ୍କୁ ମିଳି ନ ଥିବା ଯୋଗୁ ସଙ୍ଗ ର ସଭ୍ୟା ମାନେ କ୍ଷୋଭ ପ୍ରକାଶ କରିଥିଲେ ।ଶାଢ଼ୀ ପାଇ ସହାୟକ ରାଶି ସହ ଅନ୍ୟାନ୍ୟ ସାହାଯ୍ୟ ସହଯୋଗ ଏହି ସଂଗଠନ କୁ ଯୋଗାଇ ଦେବାକୁ ପୁର୍ବତନ ଧର୍ମଗଡ ବ୍ଲକ ଅଧ୍ୟକ୍ଷ ବଳରାମ ପୁଝାରୀ, ପୁର୍ବତନ ଜିଲ୍ଲାପରିଷଦ ସଭ୍ୟ ଘନଶ୍ୟାମ ପଟେଲ,ପୁର୍ବତନ ବେହେରା ସରପଞ୍ଚ ପ୍ରଶାନ୍ତ ତିୱାରୀ, ସାମାଜିକ କର୍ମୀ ଈଶ୍ୱର ଅଗ୍ରୱାଲ,ରାଜୁ ସିଂହ ଠାକୁର ପ୍ରମୁଖ ସରକାରଙ୍କୁ ନିବେଦନ କରିଛନ୍ତି ।

ଗୋଲାମୁଣ୍ଡା ଇପିଏ ରୁ ବାଜି ପ୍ରଧାନ ଙ୍କ ରିପୋର୍ଟ…..

Leave a Reply

Your email address will not be published. Required fields are marked *