August 27, 2025
Home » ବଣିଆପାଟ ଶିଶୁ ମନ୍ଦିରର ସ୍ନେହ ଗୁରୁମାଙ୍କ ଅବସର

ବଣିଆପାଟ ଶିଶୁ ମନ୍ଦିରର ସ୍ନେହ ଗୁରୁମାଙ୍କ ଅବସର

0
WhatsApp Image 2025-07-31 at 11.11.37 PM

କେନ୍ଦୁଝର,ତା୩୧/୭-ସ୍ଥାନୀୟ କଲେଜରୋଡ ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିର ବଣିଆପାଟର ବରିଷ୍ଠ ଆଚାର୍ଯ୍ୟା ସ୍ନେହଲତା ପୃଷ୍ଟିଙ୍କ ଅବସରରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେଇଥିଲା। ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଡ଼ଃ ଅନିଲ କୁମାର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ହେଇଥିଲା ବେଳେ ପ୍ରଧାନ ଆଚାର୍ଯ୍ୟ ଦୀନବନ୍ଧୁ ମହାକୁଡ ଅତିଥି ପରିଚୟ ସ୍ୱାଗତ ଭାଷଣ ଦେବା ସଂଗେ ସଂଗେ ସ୍ନେହ ଗୁରୁମାଙ୍କ କାର୍ଯ୍ୟଶୈଳୀକୁ ବର୍ଣ୍ଣନା କରିଥିଲେ। ପରିଚାଳନା ସମିତିର ସଂପାଦକ ଭାଗୀରଥି ଗିରି ସ୍ନେହ ଗୁରୁମାଙ୍କ ବିଦ୍ୟାଳୟ ପ୍ରତି ଅବଦାନ ସମ୍ବନ୍ଧରେ କହିଥିଲେ।

ଶିଶୁ ଭାଇ ଓ ଭଉଣୀ ଆଚାର୍ଯ୍ୟ ଓ ଆଚାର୍ଯ୍ୟା ବିଦାୟ କାଳୀନ ଉତ୍ସବରେ ସ୍ନେହ ଗୁରୁମାଙ୍କ ବିଦ୍ୟାଳୟ ପ୍ରତି ଅନୁଶାସନ ପାଳନ କରିବା , ଶିଶୁମାନଙ୍କୁ ତାଗିଦ କରିବା , ସ୍ନେହ କରିବା ସଂଗେ ସଂଗେ ଅଭିଭାବକ ମାନଙ୍କ ପ୍ରତି ମାର୍ଜିତ ବ୍ୟବହାରକୁ ମନେ ପକାଇଥଲେ । ଏହି ଅବସରରେ ବିଦାୟୀ ସ୍ନେହଲତା ପୃଷ୍ଟି ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ଅଭିଭାଷଣ ଦେଇଥିଲେ। ଉକ୍ତ ସଭାରେ ପରିଚାଳନା ସମିତିର ଉପସଭାପତି ହୃଦାନନ୍ଦ ପ୍ରଧାନ, ସଦସ୍ୟା ମନ୍ଦାକିନୀ ବେହେରା , ପଦ୍ମାବତୀ ଅମାନ୍ତ ଯୋଗ ଦେବା ସହିତ ଅଭିଭାବକ , ଅଭିଭାବିକା ଶିଶୁ ଭାଇଭଉଣୀ ଯୋଗ ଦେଇଥିଲେ। ଶେଷରେ ଭାବବିହ୍ୱଳ ହୋଇ ଆଚାର୍ଯ୍ୟ ଆଚାର୍ଯ୍ୟା ତଥା ସମସ୍ତ ସେବାବ୍ରତୀ ତାଙ୍କୁ ତାଙ୍କ ବାସଭବନରେ ଛାଡ଼ିଦେଇ ଆସିଥିଲେ।

କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟି (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *