ବନବିଭାଗ ଜବତ କଲା ଦୁଇ କଲରାପତରିଆ ବାଘଛାଲ …ଜଣେ ଗିରଫ

ରାୟଗଡ଼ାରେ ବନବିଭାଗ ଦ୍ଵାରା ଦୁଇ କଲରାପତରିଆ ବାଘଛାଲ ଜବତ ହୋଇଛି । ଏଥିରେ ସଂପୃକ୍ତ ଜଣେ ବ୍ୟକ୍ତି ଗିରଫ ହୋଇଛି ।
ମିଳିଥିବା ସୂଚନା ମୁତାବକ କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇ ଓଡ଼ିଶା ଭିଜିଲାନ୍ସ ଟିମ୍ର ଫରେଷ୍ଟ ୱିଙ୍ଗ୍ ଓ ରାୟଗଡ଼ା ବନ ବିଭାଗର ଏକ ଦଳ ମିଳିତ ଭାବେ ରାୟଗଡ଼ା ସହରର ହୋଟେଲ ସତ୍ୟମ ସୁନ୍ଦରମରେ ଚଢ଼ଉ ସମୟରେ ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ଜିମିଡ଼ିପେଟା ନିକଟସ୍ଥ ପ୍ରେମନଗରର ବାସିନ୍ଦା ଘଟଣାରେ ସମ୍ପୃକ୍ତ ରେଖି କୌଶଲ୍ୟା ନାମକ ବ୍ୟକ୍ତି ଜଣକ ଦୁଇ କଲରାପତରିଆ ବାଘଛାଲ ଡିଲ ପାଇଁ ଅପେକ୍ଷା କରିଥିବା ସମୟରେ ତାକୁ ଗିରଫ କରିବା ସହ ଜବତ କରିଛନ୍ତି ଦୁଇ କଲରାପତରିଆ ବାଘଛାଲ । ଏଥିସହ ଜବତ କରିଥିବା କଲରାପତରିଆ ବାଘଛାଲକୁ ପରୀକ୍ଷା ପାଇଁ ଲ୍ୟାବ୍କୁ ପଠାଯାଇଛି।
ରାୟଗଡା ଜିଲ୍ଲା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )