ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ଉପଲକ୍ଷେ ସଚେତନତା ରାଲି ଅନୁଷ୍ଠିତ

ରାୟଗଡା ବନାଞ୍ଚଳ ତରଫରୁ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ସଚେତନତା ଉପଲକ୍ଷେ ତାଡମା ଆବାସିକ ଉଚ୍ଚ ବିଦ୍ୟାଳୟର ୧୨୦ ଜଣ ଛାତ୍ରଛାତ୍ରୀ ଓ ୧୭ ଜଣ ସ୍କୁଲ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ନେଇ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା । ଏହି ରାଲିକୁ ବନାଞ୍ଚଳ ଅଧିକାରୀ ଶ୍ରୀ କାମେଶ୍ଵର ଆଚାରୀ ଓ ଆବାସିକ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ଲକ୍ଷ୍ମୀ ନାରାୟଣ ପାଳ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରାଲି ଗୋପାଳପୁର ଗ୍ରାମ ଠାରୁ ତାଡମା ଗ୍ରାମ ପର୍ଯ ନ୍ତ ହୋଇଥିଲା । ଏଥି ମଧ୍ୟରେ ଗୋପାଳପୁର ଗ୍ରାମ , ତାଡମା ଗ୍ରାମ ଓ ଚିନ୍ତାଲୀଗୁଡା ଗ୍ରାମ ଗୁଡିକରେ ବନକର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ସ୍ଲୋଗାନ ମାଧ୍ୟମରେ ଜଙ୍ଗଲ ନିଆଁ ନିବାରଣ ସଚେତନତା ବାର୍ତ୍ତା ଦେଇଥିଲେ ।
ଏହି ବାର୍ତ୍ତା ଦ୍ବାରା ଆଗାମୀ ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁକୁ କିପରି ନିୟନ୍ତ୍ରଣ ଓ ନିବାରଣ କରିବା ଓ ଜଙ୍ଗଲରେ କିପରି ନିଆଁ ନ ଲାଗିବ ସେ ଉପରେ ପ୍ରୟାସ ଓ ସେଥିରେ ବନ ବିଭାଗକୁ ସହଯୋଗ କରିବାକୁ ଲୋକମାନଙ୍କୁ ଅନୁରୋଧ କରାଯାଇଥିଲା । ଏହା ସହ ଜଙ୍ଗଲ ନିଆଁ ଦ୍ବାରା ଜଙ୍ଗଲର କ୍ଷତି ଓ ତା ଦ୍ବାରା ମାନବ ସମାଜ ଉପରେ କି ପ୍ରକାର କୁପ୍ରଭାବ ପଡ଼େ ସେ ଉପରେ ଗ୍ରାମବାସୀଙ୍କ ସହ ଆଲୋଚନା କରାଯାଇଥିଲା ଓ ଆଗାମୀ ଦିନ ମାନଙ୍କରେ ଜଙ୍ଗଲ ନିଆଁ କିପରି ସମ୍ପୂର୍ଣ ବନ୍ଦ କରାଯାଇ ପାରିବ ସେ ବିଷୟରେ ଉପରୋକ୍ତ ଗ୍ରାମବାସୀଙ୍କୁ ମାର୍ଗଦର୍ଶନ କରାଯାଇଥିଲା ।
ଏହି ରାଲିରେ ୫ ଜଣ ବନପାଳ ,୧୫ ଜଣ ବନରକ୍ଷୀ , ୩୦ ଜଣ ପାରା ବନ କର୍ମଚାରୀ , ୧୨୦ ଜଣ ଛାତ୍ରଛାତ୍ରୀଙ୍କ ସହ ୧୭ ଜଣ ସ୍କୁଲ ଶିକ୍ଷକ ଓ ଶିକ୍ଷୟତ୍ରୀ ଭାଗ ନେଇଥିଲେ ।
ଏହି କାର୍ଯକ୍ରମଟି ରାୟଗଡା ବନପାଳ ଶ୍ରୀ ଗୌରି ଶଙ୍କର ସାହୁ , ଗୁମ୍ମା ବନପାଳ ଶ୍ରୀ ଡମ୍ବରୁଧର ନାୟକ,କୁମତାଲପେଟା ବନପାଳ ଶ୍ରୀ ପ୍ରଦ୍ୟୁମ୍ନ କୁମାର ବେହେରା , ବନପାଳ ଶ୍ରୀମତୀ ପଦ୍ମାବତୀ ପାଢି ଏବଂ ବନପାଳ ଶ୍ରୀ ରବି ଚନ୍ଦ୍ର ପାତ୍ର, ବନରକ୍ଷୀ ଶ୍ରୀ ସନ୍ତୋଷ କୁମାର ପାଣିଗ୍ରାହୀ , ଶ୍ରୀ ସମୀର କୁମାର ସାହୁ, ଶ୍ରୀମତୀ ଶକୁନ୍ତଳା କୋଣ୍ଡାଗୋରୀ , ଶ୍ରୀ ବି ଭାସ୍କର , ଶ୍ରୀ ପ୍ରସାଦ ବେହେରା , ଶ୍ରୀ ପ୍ରଦୀପ ସାହୁ , ଶ୍ରୀ ଲାବଣ୍ୟ ମାଝିଙ୍କ ଦ୍ବାରା ସୁପରିଚାଳନା କରାଯାଇଥିଲା ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ