ବନ୍ଧୁକ ମୁନରେ ନବବଧୂ ଅପହରଣ ଘଟଣା : ନବବଧୂ ବାପ ଘରେ, ଜେଲ ଗଲା ପ୍ରେମିକ
ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅଞ୍ଚଳ ରୁ ଗତ 22 ତାରିଖ ଦିନ ନବବଧୂ କୁ ଅପହରଣ ଘଟଣା ରେ ପ୍ରେମିକ ଜେଲ ଯାଇଛନ୍ତି l ଏଥିସହ ନବବଧୂ ନିଜ ବାପ ଘରକୁ ଫେରିଛନ୍ତି l ବରପକ୍ଷରୁ ନବବଧୂ କୁ ଦିଆଯାଇଥିବା ସୁନାହାର, ମଙ୍ଗଳସୂତ୍ର, ନାକଫୁଲ, ରୁପାମୁଦି ଆଦିକୁ ବର ହରିବନ୍ଧୁ ଓ ପରିବାର ବର୍ଗ ଙ୍କ ଉପସ୍ଥିତି ରେ ଫେରସ୍ତ ଦିଆଯାଇଛି l ପ୍ରକାଶ ଥାଉକି, ବଲାଙ୍ଗୀର ଜିଲ୍ଲା କାମାକ୍ଷାନଗର ର ହରିବନ୍ଧୁ ପୁଟେଲ ଙ୍କ ବାହାଘର ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବନ୍ଧପାଲି ର ସର୍ଜନ ପୁଟେଲ ଙ୍କ ଝିଅ ରଶ୍ମୀ ଙ୍କ ସହ ଠିକ ହୋଇଥିଲା l ଗତ ଶନିବାର (21/02/26) ରେ ହରିବନ୍ଧୁ ବରଯାତ୍ରୀ ଙ୍କ ସହ ବନ୍ଧପାଲି କୁ ଆସି ବିବାହ କରି ଏକ କାର ରେ କନ୍ୟା କୁ ଧରି ବଲାଙ୍ଗୀର କୁ ଫେରୁଥିଲେ l ଭୋର ସମୟ ରେ ତରଭା ନିକଟରେ ଗୋଟିଏ ଧଳା ରଙ୍ଗର କାର ରେ ତିନିଜଣ ଯୁବକ ଫିଲ୍ମ ଷ୍ଟାଇଲ ରେ ଆସି ବରଯାତ୍ରୀ ଗାଡିକୁ ଅଟକାଇଥିଲେ l ଅଭିଯୁକ୍ତ ତଥା ପ୍ରେମିକ ସଂଜୀବ ସାହୁ ବର ହରିବନ୍ଧୁ ଙ୍କୁ ବନ୍ଧୁକ ଦେଖାଇ ନବବଧୂ ରଶ୍ମୀ ଙ୍କୁ ନେଇ ଫେରାର ମାରିଥିଲେ l ଏ ସମ୍ପର୍କ ରେ ବରଘର ପକ୍ଷରୁ ତରଭା ଥାନା ରେ ଅଭିଯୋଗ ହୋଇଥିଲା l ଏ ନେଇ ତରଭା ପୋଲିସ କେଶ ନମ୍ବର 60/26 ତାରିଖ 22/02/2026 ରେ ମାମଲା ରୁଜୁ ହୋଇଥିଲା l ଅଭିଯୋଗ ଆଧାର ରେ ତରଭା ପୋଲିସ ଏକ ଟିମ ଗଠନ କରି ଘଟଣା ର ତଦନ୍ତ ଆରମ୍ଭ କରିଥିଲା l ତଦନ୍ତ ଅଧିକାରୀ ପ୍ରସନ୍ନଜିତ ବେହେରା ଙ୍କ ସହ ପୋଲିସ ଟିମ ଘଟଣା ର 48 ଘଣ୍ଟା ମଧ୍ୟରେ ସମ୍ବଲପୁର ରୁ ଏକ ଭଡାଘରୁ ଉଭୟ ନବବଧୂ ଓ ତାଙ୍କ ପ୍ରେମିକ ସଂଜୀବ କୁ ଉଦ୍ଧାର କରିଥିଲା l ଉଭୟ ଙ୍କୁ ତରଭା ଥାନାକୁ ଅଣାଯାଇ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ବିଳନୀ ରେ ସବିଶେଷ ସୂଚନା ଦେଇଥିଲେ l ଅଭିଯୁକ୍ତ ସଂଜୀବ କୁ ବୁଧବାର ଦିନ କୋର୍ଟ ଚାଲାଣ କରାଯାଇଛି l ଏଥିସହ ନବବଧୂ ରଶ୍ମୀ ପୁଟେଲ କୁ ପୋଲିସ ତାଙ୍କ ମା ଖତ ପୁଟେଲ ଙ୍କ ଜିମାରେ ଦିଆଯାଇଥିବା ତରଭା ଆଇ ଆଇ ସି ଅନିତା କିଡୋ ସୂଚନା ଦେଇଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
