May 9, 2025
Home » ବରକୁ ହତ୍ୟା ପାଇଁ ଦେଲେ ସୁପାରୀ

ବରକୁ ହତ୍ୟା ପାଇଁ ଦେଲେ ସୁପାରୀ

0
nabin

ପ୍ରେମିକାକୁ ନ’ପାଇବାରୁ ବରଯାତ୍ରୀ ରେ ଆସି ଥିବା ବରକୁ ମାରିବା ପାଇଁ ସୁପାରି ଦେଇ ହତ୍ୟା ର ଷଡ଼ଯନ୍ତ୍ର କରି ଥିଲା ପ୍ରେମିକ ବୋଲି ଜିଲ୍ଲା ସାରା ଚର୍ଚ୍ଚା l କିଏ ସେହି ପ୍ରେମିକ କେତେ ଟଙ୍କା ଦେଇ ହତ୍ୟା ପାଇଁ ଦେଇ ଥିଲା ସୁପାରି ତାହାକୁ ନେଇ ଏବେ ଉଠୁଛି ପ୍ରଶ୍ନ l ଯଦି ଝିଅ ଖୋଲିବ ମୁହଁ ତେବେ ଆସିବ ଘଟଣା ସମ୍ପର୍କିତ ସତ୍ୟାସତ୍ୟ ର ରହସ୍ୟ l ବଲାଙ୍ଗୀର ଦେଓଗାଁ ଥାନା ଅନ୍ତର୍ଗତ ଗାଈବାହାଲ ଗାଁରେ ଘଟିଛି ଏଭଳି ପାର୍ସକାତର ଘଟଣା।

ଘଟଣା ରେ ୧୦ ରୁ ଅଧିକ ଯୁବକ ସାମିଲ ଥିବା ବେଳେ ଗ୍ରାମବାସୀ ଙ୍କ ସାହାଯ୍ୟ ରେ ୭ ଜଣଙ୍କୁ କାବୁକଲା ପୋଲିସ। ୭ ଅଟକ ଥିବା ବେଳେ ସେମାନଙ୍କ ଠାରୁ ହାତହତିଆର ସହ ବନ୍ଧୁକ ଜବତ ନେଇ ସୂଚନା। ଗତ କାଲି ବାଦୀଜୋର ରୁ ଗାଈ ବାହାଲ କୁ ଆସିଥିଲା ବରଯାତ୍ରୀ। ମୁଖ୍ୟ ଅଭିଯୁକ୍ତ ସହ ୩ ଜଣ ଫେରାର ଥିବା ସୂଚନା। ବର କୁ କାହିଁକି ହତ୍ୟା ପାଇଁ ଚାଲି ଥିଲା ଷଡ଼ଜନ୍ତ୍ର ତାହାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି…

ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *