ବରଗଡ଼ରେ ଜିଲ୍ଲାସ୍ତରୀୟ ପଖାଳ ପରବ ଅନୁଷ୍ଠିତ
ବରଗଡ଼: ବିଶ୍ଵ ପଖାଳ ଦିବସ ଅବସରରେ ସ୍ଥାନୀୟ ଆନନ୍ଦ ମଣ୍ଡପ ଠାରେ ଜିଲ୍ଲାସ୍ତରୀୟ ପଖାଳ ପରବ ଉତ୍ସାହ ଓ ଆନନ୍ଦର ସହିତ ପାଳିତ ହୋଇଯାଇଛି।

ସ୍ଥାନୀୟ ରୋଷେଇ ଘରୁ ବିଶ୍ଵ ପ୍ଳେଟ୍ ପର୍ଯ୍ୟନ୍ତ ଓଡ଼ିଶାର ପାରମ୍ପରିକ ତଥା ଲୋକପ୍ରିୟ ଖାଦ୍ୟ “ପଖାଳ”ର ଗୁରୁତ୍ୱକୁ ପହଞ୍ଚାଇବା ଉଦେଶ୍ୟ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ ଏବଂ ବରଗଡ଼ ପୌରାଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝିଙ୍କ ସମେତ ସମସ୍ତ ବ୍ଲକ ଓ ପୌରାଞ୍ଚଳ ଅଧ୍ୟକ୍ଷମାନେ ଉପସ୍ଥିତ

ରହି ଏଭଳି ଉତ୍ସବ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ ଖାଦ୍ୟ ସଂସ୍କୃତିକୁ ପ୍ରଚାର କରିବା ସହିତ ସମୁଦାୟ ଏକତା ଓ ସାମ୍ପ୍ରଦାୟିକ ଗୌରବକୁ ଆରୋହିତ କରିବା ପ୍ରଚେଷ୍ଠାକୁ ପ୍ରସଂଶା କରିବା ସହ ଜିଲ୍ଲା ତଥା ରାଜ୍ୟର କଳା,ସଂସ୍କୃତି, ପରମ୍ପରାର ଉନ୍ନତି ପାଇଁ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହେବା ଜରୁରୀ ବଲି ନିଜ ମତ ରଖି ଥିଲେ ।

ଏତଦବ୍ୟତୀତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଜଡ଼ିତ ହେବା ପରେ ସମସ୍ତେ ମିଶି ପଖାଳ ଖାଇଥିଲେ ।
ଇପିଏର ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ(ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସୀ) ରିପୋର୍ଟ,
