October 22, 2025
Home » ବରଗଡ଼ ଧନୁଯାତ୍ରା ମହୋତ୍ସବର ବିଭିନ୍ନ କଳାକାର ଚୟନ ନିମନ୍ତେ ବିଜ୍ଞପ୍ତି

ବରଗଡ଼ ଧନୁଯାତ୍ରା ମହୋତ୍ସବର ବିଭିନ୍ନ କଳାକାର ଚୟନ ନିମନ୍ତେ ବିଜ୍ଞପ୍ତି

0
WhatsApp Image 2025-10-19 at 4.52.18 PM

 

ଆଗାମୀ ୧୮. ୧୦. ୨୦୨୫ ତାରିଖ ୧୦. ୦୦ ଘଟିକାରୁ ୦୧. ୧୧. ୨୦୨୫ ତାରିଖ ଅପରାହ୍ନ ୫.୦୦ ଘଟିକା ପର୍ଯ୍ୟନ୍ତ କଳାକାରମାନେ କରିପାରିବେ ଆବେଦନ

ବରଗଡ଼: ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତି କାର୍ଯ୍ୟକାରୀ କମିଟିର ନିଷ୍ପତ୍ତି କ୍ରମେ ବରଗଡ଼ ଧନୁଯାତ୍ରା ମଥୁରା ନଗରୀର ମହାରାଜା କଂସ, ମହାମନ୍ତ୍ରୀ, ସାର୍ତ୍ତକୀ, ଚାଣୁର, ମୁଷ୍ଟିକ, ଅକୃର, ଉଗ୍ରସେନ, ବାସୁଦେବ, ଦେବକୀ, ନାରଦ ଏବଂ ସେନାପତି ଚରିତ୍ରରେ ଅଭିନୟ ନିମନ୍ତେ କଳାକାର ମାନଙ୍କ ଚୟନ ପାଇଁ ଇଚ୍ଛକ କଳାକାର ମାନଙ୍କ ଠାରୁ ନିର୍ଧାରିତ ଫର୍ମରେ ଆବେଦନ ପତ୍ର ଆହ୍ୱାନ କରାଯାଉଅଛି Iଇଛୁକ ପ୍ରାର୍ଥୀମାନେ ନିର୍ଦ୍ଧାରିତ ଆବେଦନ ପତ୍ର ବରଗଡ଼ ଜିଲ୍ଲା ୱେବସାଇଟ https://bargarh.nic.in କିମ୍ବା ଧନୁଯାତ୍ରା ୱେବସାଇଟ ://bargarhdhanuyatra.in ରୁ ଡାଉନଲୋଡ଼ କରି ଅତିରିକ୍ତ ଜିଲ୍ଲାପାଳ ତଥା ଉପ ସଭାପତି ଧନୁଯାତ୍ରା ମହୋତ୍ସବ ସମିତି, ବରଗଡ଼ଙ୍କ କାର୍ଯ୍ୟାଳୟ ଠାରେ ବ୍ୟକ୍ତିଗତ ଭାବେ / ଡାକ ଯୋଗେ କିମ୍ବା ଅନଲାଇନ ମାଧ୍ୟମରେ ଛୁଟି ଦିନ ବ୍ୟତୀତ ଆଗାମୀ ୧୮. ୧୦. ୨୦୨୫ ତାରିଖ ଦିବା ୧୦ ଘଟିକା ଠାରୁ ୦୧. ୧୧. ୨୦୨୫ ତାରିଖ ଅପରାହ୍ନ ୫.୦୦ ଘଟିକା ପର୍ଯ୍ୟନ୍ତଆବେଦନ କରିପାରିବେ Iସୂଚନାଯୋଗ୍ୟକୀ, ନିର୍ଧାରିତ ସମୟ ପରେ ଗ୍ରହଣ ହୋଇ ଥିବା କୌଣସି ଆବେଦନ ପତ୍ରକୁ ବିଚାରକୁ ନିଆଯିବ ନାହିଁ ଏବଂ ଜଣେ କଳାକାର ସର୍ବାଧିକ ୨ଟି ଭୂମିକା ପାଇଁ ଆବେଦନ କରିପାରିବେ।ଅବେଦଙ୍କରୀ ସ୍କ୍ରିପ୍ଟ ବିହୀନ ଖୋଲା ରଙ୍ଗମଞ୍ଚରେ ଅଭିନୟର ଅଭିଜ୍ଞତା ଥିବା ଆବଶ୍ୟକ। ଚୟନ ସମୟରେ ଯିବା ଆସିବା ଖର୍ଚ୍ଚ ପ୍ରାର୍ଥୀ ନିଜେ ବହନ କରିବେ ଓ ଇଛୁକ କଳାକାରମାନେ ଯଦି ଚାହିଁବେ ଚୟନ ସମୟରେ ନିଜଖର୍ଚ୍ଚରେ ବେଶଭୁଷା ସଜ୍ଜିତ ହୋଇପାରିବେ। ମନୋନୀତ କଳାକାର ମାନେ ବରଗଡ଼ ଧନୁଯାତ୍ରାରେ ଅଭିନୟ କରୁଥିବା ପର୍ଯ୍ୟନ୍ତ ଅନ୍ୟ କୌଣସି ଧନୁଯାତ୍ରାରେ ସମ୍ପୃକ୍ତ ଭୂମିକାରେ ଅଭିନୟ କରିପାରିବେ ନାହିଁ । କଂସ ଭୂମିକାରେ ଅଭିନୟ କରିବା ପାଇଁ ବୟସ ସୀମା ୧୮ ବର୍ଷ ରୁ ୬୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ସମସ୍ତ ଆବେଦନକାରୀଙ୍କୁ ଚୟନ ପ୍ରକ୍ରିୟା (Audition)ରେ ଯୋଗ ଦେବା ନିମନ୍ତେ ନିର୍ଦ୍ଧାରିତ ସ୍ଥାନ, ତାରିଖ ଏବଂ ସମୟ ଫୋନ / ୱାଟ୍ସଆପ୍ / ଇମେଲ ଯୋଗେ ଅବଗତ କରାଯିବ। ଚୟନ ପ୍ରକ୍ରିୟା (Audition)ରେ ମନୋନୀତ କଳାକାରମାନେ ନିର୍ଦ୍ଧାରିତ ତାରିଖ ଠାରୁ ଧନୁଯାତ୍ରା ସମାପ୍ତ ହେବା ପର୍ଯ୍ୟନ୍ତ ବରଗଡରେ ଅଭ୍ୟାସ ଓ ଅଭିନୟ ପାଇଁ ଉପଲବ୍ଧ ହେବେ। ପ୍ରାର୍ଥୀ ଆବେଦନ ସମୟରେ ସରକାରଙ୍କ ଦ୍ଵାରା ପ୍ରଦତ୍ତ ଯେକୋଣସି ଏକ ପରିଚୟ ପତ୍ର ଯଥା ଆଧାର କାର୍ଡ, ଭୋଟର କାର୍ଡ, ପାନ କାର୍ଡ, ପାସପୋର୍ଟ, ବ୍ୟାଙ୍କ ପାସବୁକ ଇତ୍ୟାଦିର ନକଲ ଆବେଦନ ପତ୍ର ସହ ସଂଲଗ୍ନ କରିବେ ଇ ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତି ସ୍ୱଇଚ୍ଛାରେ କୌଣସି କାରଣ ନ ଦର୍ଶାଇ ଉପରୋକ୍ତ ସର୍ତ୍ତାବଳୀ କୁ ପରିବର୍ତ୍ତନ କିମ୍ୱା ନାକଚ କରିପାରିବେ Iଅତିରିକ୍ତ ଜିଲ୍ଲାପାଳ ତଥା ଉପ ସଭାପତି ଧନୁଯାତ୍ରା ମହୋତ୍ସବ ସମିତି, ବରଗଡ଼
ବରଗଡ଼ ଜିଲ୍ଲା ଇପିଏରୁ କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ(ଇଷ୍ଟର୍ଣ୍ଣ ପ୍ରେସ୍‌ ଏଜେନ୍‌ସୀ)

Leave a Reply

Your email address will not be published. Required fields are marked *