ବରିଷ୍ଟ ନାଗରିକ ସଂଘ ପକ୍ଷରୁ ରୋଗ ପାଇଁ ଯୋଗ ଉପରେ ସଚେତନତା ଅଭିଯାନ ଓ ଯୋଗ ପ୍ରଶିକ୍ଷଣ ଶିବିର

ସୁବର୍ଣ୍ଣପୁର:( ଉଗ୍ରସେନ କର୍ମୀ ) ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘ ତରଫରୁ ରୋଗ ପାଇଁ ଯୋଗ କାର୍ଯ୍ୟକ୍ରମ ଉପରେ ଏକ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି l ଆଜି ( ଗୁରୁବାର ) ସକାଳ ୬ (ଛଅ) ଘଣ୍ଟା ସମୟରେ ସୋନପୁର ସ୍ମାର୍ଟ ପାର୍କ ଠାରେ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ତରଫରୁ ଆୟୋଜିତ ଏକ ଯୋଗ ପ୍ରଶିକ୍ଷଣ ଶିବିର ଓ ସଚେତନତା ଅଭିଯାନ ( ରୋଗ ପାଇଁ ଯୋଗ ) ଅନୁଷ୍ଠିତ ହୋଇ ଯାଇଛି l ଦିବ୍ୟ ଉର୍ଜା ଯୋଗ ସେବା ସମିତି ଓ ଶ୍ରୀ ଗୋପାଳଜୀ ଯୋଗାଳୟ ର ମିଳିତ ସହଯୋଗ ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ସ୍ୱଚ୍ଛ ଭାରତ ସଂଗଠନ, ମହିଳା ଯୋଗ ସେବା ସମିତି , ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ର, ଜିଲ୍ଲା ଯୋଗ ସେବା ସମିତି ର ସମସ୍ତ ସଦସ୍ୟ ଙ୍କ ସମେତ ସହର ର ବହୁ ବୁଦ୍ଧିଜୀବୀ, ସ୍ବେଛାସେବୀ, ସାମ୍ବାଦିକ ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l ଯୋଗାଚାର୍ଯ୍ୟ ଗୋରେଖ ନାଥ ସାହୁ, ଡ଼ଃ.ଜ୍ୟୋତି ରଞ୍ଜନ ବହିଦାର, କବି ଓ ଗାଳ୍ପିକ ଡ଼ଃ.ଆର୍ତ୍ତ ତ୍ରାଣ ବାବୁ, ଯୋଗାଚାର୍ଯ୍ୟ ମନୋଜ ପଣ୍ଡା ଆଦି ଶିବିର ରେ ଯୋଗ ପ୍ରଶିକ୍ଷଣ ଦେଇ ଉପସ୍ଥିତ ନାଗରିକ ଙ୍କୁ ସଚେତନ କରି ଥିବା ବେଳେ ବରିଷ୍ଠ ନାଗରିକ ସଂଘ ର ଜ୍ୟୋତି ରଞ୍ଜନ ପଟ୍ଟନାୟକ, ଡ. ସନ୍ତୋଷ କୁମାର ପାଢୀ, ବ୍ୟୋମକେଶ ଦାଶ, ଲକ୍ଷ୍ମୀ ନାରାୟଣ ମହାନ୍ତି, ମୃତ୍ୟୁଞ୍ଜୟ ଦାଶ, ହରିହର ଶତପଥୀ, ରାଧେଶ୍ୟାମ ମିଶ୍ର, କାହୁଁ ମିଶ୍ର, ନିରଞ୍ଜନ ତ୍ରିପାଠୀ, ପ୍ରଶାନ୍ତ କୁମାର ସାହୁ,ପ୍ରଦୀପ ପୁରୋହିତ, ଦିଲ୍ଲୀପ ରଥ, ଦୟାନିଧି ସେଠୀ, ମଦନ ମୋହନ ଦାନୀ, ଦିବ୍ୟ ଉର୍ଜା ସଭାପତି ଗୋପାଳ ନେଗୀ, ସଂପାଦକ ଶ୍ରୀବନ୍ତ ମିଶ୍ର, କୋଡ଼ିନେଟର ମନୋରଂଜନ ତ୍ରୀପାଠୀ, ସାମ୍ୱାଦିକ ସଞ୍ଜୟ ସାହୁ, ମହାଦେବ ମଲ୍ଲିକ, ସ୍ମାର୍ଟ ପାର୍କ କର୍ମଚାରୀ ହରି ଶଙ୍କର ଚୌଧୁରୀ ପ୍ରମୁଖ ଗୋପାଲଜୀ ଯୋଗାଳୟ ଓ ଦିବ୍ୟ ଉର୍ଜା ଯୋଗ ସମିତି ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l
ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର