October 23, 2025
Home » ବରିଷ୍ଠ ଅଧିକାରୀ ଅଲ୍ଲୀ ବାବୁଙ୍କ ପରଲୋକରେ ଓଏସଏଲ ରେ ଶୋକର ଛାୟା

ବରିଷ୍ଠ ଅଧିକାରୀ ଅଲ୍ଲୀ ବାବୁଙ୍କ ପରଲୋକରେ ଓଏସଏଲ ରେ ଶୋକର ଛାୟା

0
WhatsApp Image 2025-10-06 at 7.27.23 PM

 

ପାରାଦୀପ – ଓଡିଶା ଷ୍ଟିଭେଡୋର୍ସ ଲିମିଟେଡ (ଓଏସ୍ଏଲ)ର ବରିଷ୍ଠ ଅଧିକାରୀ ମିର୍ ଅବଦୁଲ ଖଲିକ୍ (୬୫)ଅଲ୍ଲୀ ବାବୁଙ୍କ ପରଲୋକ ହୋଇଯାଇଛି। ଓଏସ୍ଏଲ୍ ଠାରୁ ଆରମ୍ଭ କରି ବନ୍ଦରାଞ୍ଚଳରେ ଅଲ୍ଲୀ ବାବୁ ଭାବେ ପରିଚିତ ଥିବା ମିର୍ ଅବଦୂଲ ଖଲିକ୍ ଦଶହରା ଛୁଟିରେ ସପରିବାରେ ନିଜ ଘର କଟକ ଜିଲ୍ଲା ନେମାଳ ଥାନା ଅଧୀନ ବରହମପୂର ଗ୍ରାମକୁ ଯାଇଥିଲେ । ସ୍ବାସ୍ଥ୍ୟବସ୍ଥା ସବୁ କିଛି ଠିକ୍ ଠାକ୍ ଥିବା ବେଳେ, ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ବର୍ଗତ ଅଲ୍ଲୀ ଜଣେ ମିଷ୍ଟଭାସି, ବନ୍ଧୁବତ୍ସଳ ଓ ସରଳ ପ୍ରକୃତିର ବ୍ୟକ୍ତି ଥିଲେ l ଏଭଳି ଦୁଃଖଦ ଖବର ପାଇବା ପରେ ଓଏସ୍ଏଲ ପାରାଦୀପ ଶାଖାର ଭାଇସ ପ୍ରେସିଡେଣ୍ଟ ବିଜୟ କେତନ ଓଝା, ଡିଜିଏମ ସନ୍ତୋଷ ପଟେଲଙ୍କ ସମେତ ବରିଷ୍ଠ ଅଧିକାରୀ କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ, ସୂର୍ଯ୍ୟମଣୀ ପ୍ରବୀର, କେଶରୀ ପରିଡା, ସୁରେନ୍ଦ୍ର ମହାପାତ୍ର, ଓଏସ୍ଏଲ୍ କଟକ ଶାଖାର ବରିଷ୍ଠ ଅଧିକାରୀ ସୁବାଷ ଆଚାର୍ଯ୍ୟ, ପ୍ରଦିପ ଶରଣ, ଅଶୋକ ପ୍ରଧାନ, ଆର.କେ ଖିଲାର ପ୍ରମୁଖ ତାଙ୍କ ଗାଁକୁ ଯାଇ ଅଲ୍ଲୀ ବାବୁଙ୍କୁ ଶେଷ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ସାନ୍ତନା ପ୍ରଦାନ କରିଥିଲେ । ପରର୍ବତୀ ସମୟରେ ମୁସଲମାନ ସଂପ୍ରଦାୟର ରୀତି ନୀତି ନିୟମାନୁଯାୟୀ ଭାଇ, ବନ୍ଧୁ, କୁଟୁମ୍ବ, ଜ୍ଞାତି ସହୋଦରଙ୍କ ଗହଣରେ ଅଲ୍ଲୀ ବାବୁଙ୍କ କବର ଦିଆଯାଇଥିଲା । ଓଡିଶା ଷ୍ଟିଭେଡୋର୍ସ ଲିମିଟେଡର ପ୍ରତିଷ୍ଠାତା ଶିଳ୍ପପତି ମହିମାନନ୍ଦ ମିଶ୍ର, ନିର୍ଦ୍ଦେଶକ ଚର୍ଚ୍ଚିତ ମିଶ୍ରଙ୍କ ସମେତ ଓଏସଏଲର ବିଭିନ୍ନ ଶାଖାର ଅଧିକାରୀ, କର୍ମଚାରୀମାନେ ଅଲ୍ଲୀ ବାବୁଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି । ସ୍ୱର୍ଗତ ଅବଦୁଲ ଖଲିକ ଓଏସଏଲ କମ୍ପାନୀରେ ନିଜର କାର୍ଯ୍ୟଦକ୍ଷତା, କର୍ତ୍ତବ୍ୟ ପରାୟଣତା,ସଚୋଟତା, ନିଷ୍ଠାପରତା ପାଇଁ ଗୋଟିକ ପରେ ଗୋଟିଏ ସିଡି ଅତିକ୍ରମ କରି ସାଧାରଣ ପରିଚାଳକ ପଦବୀରେ ଅବସର ନେଇଥିଲେ ହେଁ ତାଙ୍କ କାର୍ଯ୍ୟଦକ୍ଷତା, ବିଶ୍ଵାସନୀୟତା ପାଇଁ ପୂର୍ବଭଳି ସେ ଓଏସ୍ଏଲର ସେହି ଗୁରୁତ୍ବପୂର୍ଣ ଦାୟିତ୍ଵ ନିର୍ବାହ କରି ଆସୁଥିଲେ l

 

 

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *