July 6, 2025
Home » ବରିଷ୍ଠ ଆଇନଜୀବି ଶ୍ରୀ ଦାଶରଥୀ ପଟ୍ଟନାୟକ କୋରାପୁଟ ଜିଲ୍ଲା ବାର ଆସୋସିଏସନର ନିର୍ବାଚନ ଅଧିକାରୀ ଭାବରେ ମନୋନିତ

ବରିଷ୍ଠ ଆଇନଜୀବି ଶ୍ରୀ ଦାଶରଥୀ ପଟ୍ଟନାୟକ କୋରାପୁଟ ଜିଲ୍ଲା ବାର ଆସୋସିଏସନର ନିର୍ବାଚନ ଅଧିକାରୀ ଭାବରେ ମନୋନିତ

0
WhatsApp Image 2025-02-15 at 5.22.35 PM

ବରିଷ୍ଠ ଆଇନଜୀବି କୋରାପୁଟ ଜିଲ୍ଲା ବାର ଆସୋସିଏସନର ନିର୍ବାଚନ ଅଧିକାରୀ ଭାବରେ ମନୋନିତ ହୋଇଛନ୍ତି । ଏହି ଉପଲକ୍ଷେ ୨୦୨୫-୨୬ ବର୍ଷ ପାଇଁ ନିର୍ବାଚନ ଅଧିକାରୀଙ୍କ ନିର୍ବାଚନକୁ ନିଶ୍ଚିତ କରିବା ପାଇଁ ଆଜି ୧୫/୦୨/୨୫ ତାରିଖ ଦିନ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ଏହି ସାଧାରଣ ବୈଠକରେ ଆସୋସିଏସନ୍ ନିର୍ବାଚନ ପାଇଁ ବାର୍ ଆସୋସିଏସନର କାର୍ଯ୍ୟନିର୍ବାହୀ କମିଟି ବିଦିବଧ ଭାବରେ ବରିଷ୍ଠ ଆଇନଜିବୀ ଶ୍ରୀ ଦାଶରଥୀ ପଟ୍ଟନାୟକ ଜିଲ୍ଲା ବାର୍ ଆସୋସିଏସନ୍ ଜୟପୁରର ନିର୍ବାଚନ ଅଧିକାରୀ ଭାବରେ ନିଯୁକ୍ତ ହୋଇଛନ୍ତି।

ନିର୍ବାଚନ ଅଧିକାରୀମାନେ ସାଧାରଣତଃ ବାର୍ ଆସୋସିଏସନର ନିର୍ବାଚନର ଅତି କମରେ ୩୦ ଦିନ ପୂର୍ବରୁ ସାଧାରଣ ବୈଠକରେ ଚୟନ ପ୍ରକ୍ରିୟା ମାଧ୍ୟମରେ ନିର୍ବାଚନ ଅଧିକାରୀ ନିଯୁକ୍ତ ହୋଇଥାନ୍ତି । ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ବ ଜୟପୁର ବାର୍ ଆସୋସିଏସନର ଏକ ସକ୍ରିୟ ସଦସ୍ୟ ଭାବେ ରହିଥିବା ବେଳେ ଅନେକ ଥର ବାର୍ ଆସୋସିଏସନର ସଭାପତି ରୁପେ କାର୍ଯ୍ୟ ନିର୍ବାହ କରିଥିଲେ ।

ରିପୋର୍ଟ:କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *