July 1, 2025
Home » ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ଅଧିବେଶନ ଅନୁଷ୍ଠିତ

ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ଅଧିବେଶନ ଅନୁଷ୍ଠିତ

0
WhatsApp Image 2025-05-27 at 7.10.01 PM

ଗଣିଆ – ଗଣିଆରେ ଥିବା ଆରସି ସାମନ୍ତରାୟ ମହାବିଦ୍ୟାଳୟ ପରିସରରେ ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗଣିଆ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା, ବରିଷ୍ଠ ନାଗରିକ ମଞ୍ଚର ସଭାପତି ଗିରିଶ କୁମାର ମିଶ୍ର, କିଶୋର ପ୍ରସାଦ ସରପଞ୍ଚ ଗୀତାରାଣୀ ବେହେରା,ବରିଷ୍ଠ ନାଗରିକ ପଞ୍ଚାନନ ବେହେରା,ଗଣିଆ ଥାନା ଏସଆଇ ମନୋରଞ୍ଜନ ପ୍ରଧାନଙ୍କ ସମେତ କିଶୋର ପ୍ରସାଦ ପଞ୍ଚାୟତର ପ୍ରାୟ ୭୦ରୁ ଅଧିକ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ । ବରିଷ୍ଠ ନାଗରିକ ମାନେ କିଭଳି ପ୍ରତ୍ୟକ କ୍ଷେତ୍ରରେ ସୁବିଧା ସୁଯୋଗ ପାଇପାରିବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଯଦି କୈାଣସି ସ୍ଥାନରେ ସେମାନଙ୍କୁ ଅବହେଳା କରାଯାଉଛି ତେବେ ତୁରନ୍ତ ଥାନା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଥାନା ଅଧିକାରୀ ଅନୁରୋଧ କରିଥିଲେ । ଯଦି କୈାଣସି ବରିଷ୍ଠ ନାଗରିକ ନିଜର ପରିଚୟପତ୍ର ପାଇ ନାହାନ୍ତି ତେବେ ତୁରନ୍ତ ବରିଷ୍ଠ ନାଗରିକ ମଞ୍ଚର ସଭାପତି କିମ୍ବା ସମ୍ପାଦକଙ୍କ ସହିତ ଯୋଗାଯୋଗ କରି ଆବଶ୍ୟକ ଫର୍ମ ପୂରଣ କରିବାକୁ ସଭାପତି ଶ୍ରୀମିଶ୍ର ଜଣାଇଥିଲେ । ଏହି ଅବସରରେ ୬୦ ଜଣଙ୍କୁ ବରିଷ୍ଠ ନାଗରିକ ପରିଚୟପତ୍ର ପ୍ରଦାନ କରାଯାଇଥିଲା । ଆଜିର ଏହି ସାଧାରଣ ଅଧିବେଶନ ମହାବିଦ୍ୟାଳୟ ପରିସରରେ ଆୟୋଜନ କରିବାକୁ ସୁଯୋଗ ଦେଇଥିବାରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ମଳୟ କୁମାର ପଣ୍ଡାଙ୍କୁ ସଂଗଠନ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।

gania ru brajakishor sahu nka report epa news

Leave a Reply

Your email address will not be published. Required fields are marked *