February 13, 2026
Home » ବରିଷ୍ଠ ନାଗରିକ ମଞ୍ଚ ର ଷଷ୍ଠ ବାର୍ଷିକ ପ୍ରତିଷ୍ଠା ଉତ୍ସବ

ବରିଷ୍ଠ ନାଗରିକ ମଞ୍ଚ ର ଷଷ୍ଠ ବାର୍ଷିକ ପ୍ରତିଷ୍ଠା ଉତ୍ସବ

0
WhatsApp Image 2026-02-13 at 3.06.20 PM

: ବରିଷ୍ଠ ପିତା ମାତାଙ୍କ ପ୍ରତି ପୁତ୍ର ମାନେ ଅଣଦେଖା କରନ୍ତୁ ନାହିଁ –ଛତ୍ରପୁର ବିଧାୟକ ।।

ଛତ୍ରପୁର: ବରିଷ୍ଠ ମାନେ ସମାଜର ଅମୁଲ୍ୟ ସମ୍ପଦ । ସେମାନଙ୍କ ପ୍ରେରଣା ଓ ପରାମର୍ଶ ଦ୍ୱାରା ସନ୍ତାନ ମାନେ ଭଲ ମାର୍ଗରେ ଗତିକରନ୍ତି । ବୃଦ୍ଧ ପିତା ମାତାଙ୍କୁ ଅବହେଳା କିମ୍ବା ଅଣଦେଖା କରିବା ଉଚିତ ନୁହେଁ ବୋଲି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୁବ ସମାଜକୁ ପରାମର୍ଶ ଦେଇଛନ୍ତି । ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣ ପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚର ଷଷ୍ଠ ବାର୍ଷିକ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଧାୟକ ଶ୍ରୀ ନାୟକ ମଞ୍ଚର ଅତ୍ୟାବଶକ୍ୟ ଏକ କାର୍ଯ୍ୟାଳୟ ଗୃହ ପାଇଁ ନିଜ ହାତ ପାଣ୍ଠିରୁ ପନ୍ଦର ଲକ୍ଷ ଟଙ୍କା ପ୍ରଦାନ ପାଇଁ ପ୍ରତିଶୃତି ପ୍ରଦାନ କରିଥିଲେ । ମଞ୍ଚର ସଭାପତି ନରହରି ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସେନାବାହିନୀର ଅବସର ପ୍ରାପ୍ତ ବ୍ରିଗେଡ଼ିଅର ଡାକ୍ତର ଅରୁଣ ପ୍ରସାଦ ପାଧ୍ୟ୍ୟ ଏଥରେ ମୁଖ୍ୟ ବକ୍ତା ରୂପେ ଯୋଗଦେଇ ପିତା ମାତାଙ୍କର ଆଶୀର୍ବାଦ ଦ୍ୱାରା ଜଣେ ବ୍ୟକ୍ତି ଜୀବନରେ ଶୀର୍ଷରେ ପହଞ୍ଚି ପାରେ । ସମ୍ମାନିତ ଅତିଥି ରୂପେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲକ୍ଷ୍ମୀ ନାରାୟଣ ଶତପଥୀ, ଅବସର ପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର ଗଦାଧର ରାଉଳ, ସରପଞ୍ଚ ବି. ସୁଦାମ, ସମିତି ସଭ୍ୟା ମୀନା କୁମାରୀ ସାହୁ, ଓଡିଶା ସାମ୍ବାଦିକ ସଂଘ ଗଞ୍ଜାମ ଜିଲ୍ଲା ଉପସଭାପତି ପ୍ରଶାନ୍ତ କୁମାର ମହାରଣା, ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦେବାଶିଷ ମିଶ୍ର, ବିଶିଷ୍ଟ ଅତିଥି ରୂପେ ଉଦ୍ୟୋଗପତି ଶୁଭେନ୍ଦୁ କୁମାର ସାହୁ ଓ ମଦନ ମୋହନ ପାଣିଗ୍ରାହୀ, ରୋଟାରୀଆନ ଜୟନ୍ତ କିଶୋର ପାତ୍ର, ଏସ. ଦୁର୍ଗା ରାଓ ଅଂଶ ଗ୍ରହଣ କରି ବରିଷ୍ଠ ନାଗରିକ ମଞ୍ଚର ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ମଞ୍ଚର ସଂଯୋଜକ ତଥା ବରିଷ୍ଠ ଶିକ୍ଷକ ନେତା କାମରାଜୁ ମହାରଣାଙ୍କ ଜନ୍ମଦିନ ଅବସରରେ ମଞ୍ଚର ଜନ୍ମଦିନ ପାଳନ ପରିପ୍ରେକ୍ଷୀରେ ବିଧାୟକଙ୍କ ସମେତ ସମସ୍ତ ଅତିଥି ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ମଞ୍ଚର ସମ୍ପାଦକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ବିବରଣୀ ପାଠ କରିଥିଲେ । ରୋଟାରୀ କ୍ଲଵ ଅଫ ବ୍ରହ୍ମପୁରର ପ୍ରାକ୍ତନ ସଭାପତି ନାର୍ଶୁ ଜେନାଙ୍କୁ ଜନସେବା ପାଇଁ ମଞ୍ଚ ତରଫରୁ ବିଧାୟକ ନାୟକ ସମ୍ବର୍ଦ୍ଧିତ କରିଥିଲେ । ଗ୍ରାମର ବିଭିନ୍ନ କ୍ଷେତ୍ରରେ ପାର୍ଶଦର୍ଶିତା ଲାଭ କରିଥିବା ୫ଜଣକୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଆଦର୍ଶ କୃଷକ ରୂପେ ଘନାଶ୍ୟାମ ପ୍ରଧାନ, ଆଦର୍ଶ ଶ୍ରମିକ ରବୀନ୍ଦ୍ର ପ୍ରଧାନ, ଆଦର୍ଶ କଳାକାର ଅଶୋକ କୁମାର ମହାରଣା, ଆଦର୍ଶ କାରିଗର ରୂପେ କାମରାଜୂ ପ୍ରଧାନ ଏବଂ ଗତ ମାଟ୍ରିକ ପରୀକ୍ଷାରେ ଅ ଗ୍ରେଡ଼ରେ ଗଞ୍ଜାମର ସରକାରୀ ହାଇସ୍କୁଲରେ ସର୍ବାଧିକ ନମ୍ବର ରଖି ଉତୀର୍ଣ୍ଣ ହୋଇଥିବା ଗ୍ରାମର ଛାତ୍ର ଅବିନାଶ ବୈଦ୍ୟକୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ଉପଦେଷ୍ଟା କୋରା ମହାରଣା ସ୍ୱାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକାରୀ ସଭାପତି ଅଭିମନ୍ୟୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଉପସଭାପତି ଲକ୍ଷ୍ମଣ ପାଣିଗ୍ରାହୀ, ଯୁଗ୍ମ ସମ୍ପାଦକ ଗୋପାଳ ଚନ୍ଦ୍ର ମହାରଣା, ସନ୍ତୋଷ କୁମାର ମହାରଣା, ଅମରେଶ୍ୱର ସାହୁ, ସୁଧୀର କୁମାର ସାହୁ, ଈଶ୍ୱର ପ୍ରଧାନ, ନାରାୟଣ ପ୍ରଧାନ, ଅନିଲ କାନ୍ତ ମହାରଣା, ବିକ୍ରମ ପାଣିଗ୍ରାହୀ, ଧର୍ମେନ୍ଦ୍ର ପ୍ରଧାନ, କାମରାଜୂ ସାହୁ, ପ୍ରମୁଖ ଯୁବ ବର୍ଗ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

 

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *