ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟରେ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

l
ସୁବର୍ଣ୍ଣପୁର–ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ପାଇଁ ଆଜି ଦିନ ୧୦ ଘଣ୍ଟା ସମୟରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷ୍ୟେ ସଂସଦର ସଭାପତି ଡ ପ୍ରଫୁଲ୍ଲ କୁମାର ରଥଙ୍କ ପୌରୋହିତ୍ୟରେ ଆୟୋଜିତ ଏକ ସାଧାରଣ ସଭାରେ ଉପ ସଭାପତି ସୌମିତ୍ରୀ ମେହେର, ସଂପାଦକ ସନ୍ତୋଷ ଷଡ଼ଙ୍ଗୀ, ବରିଷ୍ଠ ସଦସ୍ୟ ନାରାୟଣ ପ୍ରସାଦ ନାୟକ ଏବଂ ଜୀତେନ୍ଦ୍ର ପ୍ରଧାନ ମଞ୍ଚାସୀନ ଥିଲେ ।ପ୍ରାରମ୍ଭରେ ଶ୍ରୀ ରଥ ଯୋଗର ମହତ୍ତ୍ଵ ସଂପର୍କରେ ବର୍ଣ୍ଣନା କରି କହିଲେ ଯେ ଯୋଗ ଏକ ଜୀବନ ଦର୍ଶନ,ଏହା ଶରୀର, ମନ, ହୃଦୟ, ଚିନ୍ତା,ଚେତନା ଓ ଆଧ୍ୟାତ୍ମିକତାକକୁ ପ୍ରଭାବିତ କରିଥାଏ ।ଯୋଗ ପାରିବାରିକ ଓ ବ୍ୟକ୍ତିଗତ ଜୀବନରେ ଶୃଙ୍ଖଳା ଓ ସଦାଚାର ସୃଷ୍ଟି କରେ। ତେଣୁ ପ୍ରତିଦିନ ଯୋଗାଭ୍ୟାସ କରିବା ସହିତ ଆସନ୍ତା ଜୁନ୍ ୨୧ ତାରିଖ ରେ ପାଳିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସକୁ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ। ବଳରାମ କାଣ୍ଡ ସ୍ବାଗତ କରିଥିଲେ । ବାସୁଦେବ ପଣ୍ଡା ସଭା ସଂଯୋଜନା କରିଥିବାବେଳେ ତ୍ରିନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଯୋଗାଚାର୍ଯ୍ୟ ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡା ସାଧାରଣ ଯୋଗ ଅଭ୍ୟାସ କ୍ରମରେ ଶିଥିଳିକରଣ ଅଭ୍ୟାସ,ଯୋଗାସନ, ପ୍ରାଣାୟମ ଆଦି ଶିକ୍ଷା ପ୍ରଦାନ ସହିତ ଏହାର ଉପକାରିତା ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର