July 31, 2025
Home » ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟରେ ସମ୍ବଲପୁରୀ ଦିନ୍ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟରେ ସମ୍ବଲପୁରୀ ଦିନ୍ ପାଳନ ପାଇଁ ପ୍ରସ୍ତୁତି ବୈଠକ

0
WhatsApp Image 2025-07-30 at 3.45.43 PM

ସୁବର୍ଣ୍ଣପୁର:ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ, ବୀରମହାରାଜପୁର ଠାରେ ଆସନ୍ତା ଅଗଷ୍ଟ ୧ତାରିଖରେ ସମ୍ବଲପୁରୀ ଦିନ୍ ପାଳନ କରାଯିବ ।ଏ ସଂକ୍ରାନ୍ତରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠାନ ର ସଭାପତି ଡକ୍ଟର ପ୍ରଫୁଲ୍ଲ କୁମାର ରଥଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇ ଯାଇଛି । ଭାଷା ସାହିତ୍ୟର ପୁରୋଧା ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିନ ଭାବରେ ପାଳନ କରନ୍ତି ସମଗ୍ର ପଶ୍ଚିମ ଓଡ଼ିଶାବାସୀ । ତେଣୁ ଏହିଦିନ ଅନୁଷ୍ଠାନ ର ସମସ୍ତ ସଦସ୍ୟ ସଦସ୍ୟା ସମ୍ବଲପୁରୀ ପୋଷାକ ପରିଧାନ ସହ ଦିବସ ବ୍ୟାପୀ ସମ୍ବଲପୁରୀ କବିତା ଆସର ଓ ଆଲୋଚନା ଚକ୍ର ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରା ଯାଇଥିବା ପ୍ରକାଶ। ପୁନଶ୍ଚ ଆସନ୍ତା ଅଗଷ୍ଟ ୨ତାରିଖରେ ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରା ଯିବାର ବ୍ୟବସ୍ଥା କରା ଯାଇ ଥିବାରୁ ସେ ସଂକ୍ରାନ୍ତରେ ମଧ୍ୟ ଆଲୋଚନା କରାଯାଇଥିଲା। ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଉଥିବା ସ୍ବଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ଓ ନୂଆଁ ଖାଇ ଭେଟ୍‌ଘାଟ୍ ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ଆଲୋଚନା ରେ ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡା, ବାସୁଦେବ ପଣ୍ଡା,ଉପ ସଭାପତି ସୌମିତ୍ରୀ ମେହେର ସଂପାଦକ ସନ୍ତୋଷ ଷଡ଼ଙ୍ଗୀ,ଭୂଷଣ କୁମାର ପାତ୍ର, କୋଷାଧ୍ୟକ୍ଷ ଦୟାନିଧି ହୋତା,ଅକ୍ରୂର ଦନ୍ତା, ନାରାୟଣ ପ୍ରସାଦ ନାୟକ, ଜୀତେନ୍ଦ୍ର ପ୍ରଧାନ,ସତ୍ୟ ନାରାୟଣ ନାୟକ,ଚନ୍ଦ୍ର କୁମାର ବିଶି, ନରେନ୍ଦ୍ର ମହାନନ୍ଦ,ଦିଲ୍ଲିପ କୁମାର ତ୍ରିପାଠୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *