July 4, 2025
Home » ବରିଷ୍ଠ ନାଗରିକ ସଂଗଠନ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳିତ

ବରିଷ୍ଠ ନାଗରିକ ସଂଗଠନ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳିତ

0
WhatsApp Image 2025-07-04 at 4.47.26 PM (1)

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦର ମହକୁମା ସ୍ଥିତ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ଠାରେ ଶୁକ୍ରବାର ୭୬ ତମ ବନ ମହୋତ୍ସବ ସପ୍ତାହ ପାଳନ ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ ଅନୁଷ୍ଠାନର ସଭାପତି ଡକ୍ଟର ପ୍ରଫୁଲ୍ଲ କୁମାର ରଥ ସଭାପତିତ୍ବ କରିଥିବା ବେଳେ ଗୋପୀନାଥ ମହାକୁର ମୁଖ୍ୟ ଅତିଥି, ପୂର୍ବ ସଭାପତି ଭଗବାନ ମିଶ୍ର ମୁଖ୍ୟ ବକ୍ତା ଏବଂ ଅକ୍ଷୟ ମିଶ୍ର ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ସଂପାଦକ ସନ୍ତୋଷ ଷଡ଼ଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଉପ ସଭାପତି ସୌମିତ୍ରୀ ମେହେର ସ୍ବାଗତ କରିଥିଲେ ।ବନ ମହୋତ୍ସବ ପାଳନ ଅବସରରେ ଅତିଥି ମାନେ କହିଲେ ବୃକ୍ଷରାଜି ର ଧ୍ଵଂସ ସାଧନ ହେତୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଜଙ୍ଗଲ ଧ୍ଵଂସ ହେଲେ ଜାଳେଣୀ, ଔଷଧୀୟ ବୃକ୍ଷ ର ଅଭାବ ଅନୁଭୁତ ହୁଏ ।

ମାଟିର ଉର୍ବରତା ହ୍ରାସ ପାଏ ଓ ମୃତ୍ତିକା କ୍ଷୟ ବନଧ୍ଵଂସର ପ୍ରମୁଖ କାରଣ ରୂପେ ଗଣ୍ୟ ହୋଇଥାଏ । ବନଧ୍ଵଂସ ଯୋଗୁଁ ବନ୍ୟାର ଭୟାବହତା ଅନୁଭୂତ ହୁଏ । ପରିବେଶ ଦୂଷିତ କରଣ ହୁଏ। ବୃକ୍ଷଲତାମାନଙ୍କ ଯୋଗୁଁ ବର୍ଷା ହୁଏ ,ବର୍ଷା ପାଇଁ ଖାଦ୍ୟ ଉତ୍ପାଦିତ ହୁଏ। ମାନବିକତାର କଲ୍ୟାଣ ନିମିତ୍ତ କୃଷିର ଉନ୍ନତି ଓ ସୁଜଳା ସୁଫଳା କରିବା ପାଇଁ ବନୀକରଣର ନିତାନ୍ତ ପ୍ରୟୋଜନ । ବନୀକରଣ ଦ୍ଵାରା ବାତ୍ୟାକୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରେ । ପରିବେଶକୁ ବିଷମୁକ୍ତ କରିବାରେ ବୃକ୍ଷ ର ଅବଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ।ତେଣୁ ବୃକ୍ଷରାଜିର ସଂରକ୍ଷଣ ସମସ୍ତଙ୍କ ଧ୍ୟେୟ ହେବା ଉଚିତ ବୋଲି ଅତିଥି ମାନେ ବ୍ୟକ୍ତ କରିଥିଲେ। ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡା ସଭା ସଂଯୋଜନା କରିଥିବା ବେଳେ ସହ ସଂପାଦକ ବଳରାମ କାଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ।ସଭା ଶେଷରେ କାର୍ଯ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।ସୁରୁ ସାହୁ,ଚମରା ମହାକୁର,ନାରାୟଣ ନାୟକ,ବାସୁଦେବ ପଣ୍ଡା, ଭୀମସେନ ବାରିକ,ଅକ୍ରୂର ଦନ୍ତା ପ୍ରମୁଖ ସହଯୋଗ କରିଥିଲେ।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ

Leave a Reply

Your email address will not be published. Required fields are marked *