ବରିଷ୍ଠ ନାଗରିକ ସଂଘ ର ଅଭିନଵ ପ୍ରୟାସ
ଆନ୍ତର୍ଜାତୀକ ବରିଷ୍ଠ ନାଗରିକ ଦିବସ l ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘ ତରଫରୁ ଏକ ଅଭିନବ ପ୍ରୟାସ ଗ୍ରହଣ କରାଯାଇଥିଲା । ଏକ ସାତଜଣିଆ ପ୍ରତିନିଧି ଦଳ ସକାଳେ ବାହାରି ବୟସାଧିକ୍ୟ ତଥା ଶାରିରୀକ ଅସୁସ୍ଥତାରେ ପୀଡ଼ିତ ଥିବା ସଂଗଠନର ସମ୍ମାନାସ୍ପଦ ତିନି ଜଣ ବରିଷ୍ଠ ବରେଣ୍ୟ ସଦସ୍ୟ/ସଦସ୍ୟା – ଶ୍ରୀଯୁକ୍ତ ଶରତଚନ୍ଦ୍ର ମହାନ୍ତି( ୯୬ )ବର୍ଷ, ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ନାରାୟଣ ଦାସ (୮୬) ବର୍ଷ ଓ ଅଧ୍ୟାପିକା ମୀନା ମହାରଣା (୭୩ ) ବର୍ଷ ଙ୍କର ଘରକୁ ସୌଜନ୍ୟମୂଳକ ସାକ୍ଷାତକାରରେ ଯାଇ ତାଙ୍କର ଅଭାବ ଅସୁବିଧା ,ଦୁଃଖ ସୁଖ ବୁଝି ବହୁ ସମୟ କଟାଇବା ସହ ଯେ କୌଣସି ସମୟରେ ଆବଶ୍ୟକୀୟ ସାହାଯ୍ୟ ସହାନୁଭୂତି ଯୋଗାଇ ଦେବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ଏବଂ ପ୍ରଭୁ ପରମେଶ୍ଵରଙ୍କ ଠାରେ ସେହି ପୂଜ୍ୟ ବର୍ଷିୟାନ ସଦସ୍ୟ / ସଦସ୍ୟା ମାନଙ୍କର ସୁସ୍ଥ ଦୀର୍ଘ ନିରାମୟ ଜୀବନ କାମନା ପୂର୍ବକ ତାଙ୍କ ଠାରୁ ପରାମର୍ଶ, ମାର୍ଗଦର୍ଶନ ଶୁଭେଚ୍ଛା,ଆଶୀର୍ବାଦ ଗ୍ରହଣ କରିଥିଲେ । ସଂଘ ର ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ଗୋରେଖ ନାଥ ସାହୁ, ଡ.ସନ୍ତୋଷ କୁମାର ପାଢ଼ୀ,ଉପ ସଭାପତି କବି ଆର୍ତ୍ତତ୍ରାଣ ବାବୁ, ସମ୍ପାଦକ ଜ୍ୟୋତି ରଞ୍ଜନ ପଟ୍ଟନାୟକ, କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ରଥ, କମିଟି ସଭ୍ୟ ହରିହର ଶତପଥୀ ଏବଂ ବାସୁଦେବ ମିଶ୍ର ଏହି ପ୍ରତିନିଧି ଦଳ ରେ ସାମିଲ ହୋଇଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
