March 13, 2025
Home » ବରିଷ୍ଠ ବିଜେଡି ନେତା ଅନନ୍ତ ଦାସଙ୍କ ପରଲୋକ

ବରିଷ୍ଠ ବିଜେଡି ନେତା ଅନନ୍ତ ଦାସଙ୍କ ପରଲୋକ

0

ନବୀନ ପଟ୍ଟନାୟକଙ୍କ ସରକାରରେ ଗୁରୁତ୍ବପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଦାୟିତ୍ବ ତୁଲାଇଥିବା ତଥା ଚାରି ଚାରି ଥର ବିଧାୟକ ହୋଇଥିବା ବରିଷ୍ଠ ବିଜେଡି ନେତା ଅନନ୍ତ ଦାସଙ୍କ ପରଲୋକ ଘଟିଛି । ୮୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ବରସ୍ଥିତ ଭାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଅନନ୍ତ ଦାସ । ଭୋଗରାର ପୂର୍ବତନ ବିଧାୟକ ଅନନ୍ତ ଦାସ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ ।

୨୦୦୪ ମସିହାରୁ ୨୦୨୪ ପର୍ଯ୍ୟନ୍ତ ଚାରି ଚାରି ଥର ବାଲେଶ୍ବର ଜିଲ୍ଲା ଭୋଗରାଇ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଅନନ୍ତ ଦାସ । କିନ୍ତୁ ଅସୁସ୍ଥତା କାରଣରୁ ଗତ ନିର୍ବାଚନ ଲଢିନଥିଲେ । ନବୀନ ପଟ୍ଟନାୟକଙ୍କ ସରକାରରେ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ଅନନ୍ତ ଦାସ ।

ନବୀନ ସରକାରରେ ଉଚ୍ଚଶିକ୍ଷା ଏବଂ ଶିଳ୍ପ ବିଭାଗର ମନ୍ତ୍ରୀ ଥିଲେ ଅନନ୍ତ ଦାସ । ଏହା ସହି ସରକାରୀ ଦଳ ମୁଖ୍ୟ ସଚେତକ ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ । ଜଣେ ଦକ୍ଷ ସଂଗଠକ ସହ ବାଲେଶ୍ବର ଜିଲ୍ଲା ବିଜେଡିରେ ଜଣେ ଟାଣୁଆ ନେତା ଥିଲେ ଅନନ୍ତ ।

Leave a Reply

Your email address will not be published. Required fields are marked *