ବର୍ଲିନ ଆନ୍ତର୍ଜାତୀୟ ଚଳଚିତ୍ର ମହୋତ୍ସବରେ ବୌଦ୍ଧର ଶିତିକଣ୍ଠ ଖେତୀ

ସୁବର୍ଣ୍ଣପୁର –ଓଡିଶା ପାଇଁ ଏକ ଗୌରବମୟ ମୁହୂର୍ତ୍ତରେ ବର୍ଲିନ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ସମ୍ମାନଜନକ ପ୍ରତିଭା ବିକାଶ କାର୍ଯ୍ୟକ୍ରମ ବର୍ଲିନାଲେ ଟ୍ୟାଲେଣ୍ଟସ୍ 2025 ପାଇଁ ମନୋନୀତ ହୋଇଛନ୍ତି ଜଣେ ଓଡ଼ିଆ ପୁଅ l ସେ ହେଉଛନ୍ତି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଶିମିଳିପଦର ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ବିନାୟକ ଖେତୀ ଓ ଗୀତାଞ୍ଜଳୀ ଖେତିଙ୍କ ସୁପୁତ୍ର ଶିତିକଣ୍ଠ ଖେତୀ l ଏହି ବିରଳ ସୁଯୋଗ ଲାଭ କରିବାରେ ସେ ହେଉଛନ୍ତି ଓଡ଼ିଶାର ପ୍ରଥମ ଫିଲ୍ମ ନିର୍ମାତା l ସେ ଜଣେ ସ୍ଵ-ଶିକ୍ଷିତ ନିର୍ଦେଶକ, ସମ୍ପାଦକ ଓ ସିନେମୋଟୋଗ୍ରାଫର ଶିତିକଣ୍ଠ lତାଙ୍କ ନିର୍ଦ୍ଦେଶିତ ଡକୁମେଣ୍ଟାରୀ G-20 ଭଳି ସମ୍ମାନଜନକ ସମ୍ମିଳନୀ ରେ ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି l ସେ ଆଗରୁ ମିଳିତ ଜାତିସଂଘ, UNDP, UN -WOMEN, UNICEF, National Geographic Channel, Discovery, BBC, ALzajeera ଭଳିଆ ସଂସ୍ଥା ରେ କାମ କରିଛନ୍ତି l
ତାଙ୍କର ସଦ୍ୟତମ ପ୍ରୋଜେକ୍ଟ, ଚିଙ୍ଗାରି – ଦି ସ୍ପାର୍କ, ଯେଉଁଠାରେ ସେ ସହକାରୀ ନିର୍ଦ୍ଦେଶକ, ସମ୍ପାଦକ ଏବଂ ସାଉଣ୍ଡ ଡିଜାଇନର୍ ଭାବରେ କାର୍ଯ୍ୟ କରିଥିଲେ l ବୁସାନ୍ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ 2023 ରେ ପ୍ରିମିୟର୍ ହୋଇଥିଲା | ତାଙ୍କ ସମ୍ପାଦିତ Eyes of Darkness 2017 ରେ ଜାତୀୟ ପୁରସ୍କାର ଲାଭ କରିଛି | ଏଥିସହ, 23 winter , ଯେଉଁଠାରେ ସେ ସହକାରୀ ନିର୍ଦ୍ଦେଶକ ଏବଂ ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ, l IFFK କେରଳ, ଦକ୍ଷିଣ ଏସୀୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ନ୍ୟୁୟର୍କ ଏବଂ IFFI ଗୋଆ ଭଳି ପ୍ରମୁଖ ଉତ୍ସବରେ ସ୍କ୍ରିନ କରାଯାଇଥିଲା | ତାଙ୍କ ଚୟନ ଉପରେ ସେ କୁହନ୍ତି, “ବର୍ଲିନାଲେ ପ୍ରତିଭା ଏକ ବିରଳ ସୁଯୋଗ ଏବଂ ମୁଁ ଏହି ବିଶ୍ୱସ୍ତରୀୟ ପ୍ଲାଟଫର୍ମରେ ଓଡିଶାର ପ୍ରତିନିଧିତ୍ୱ କରି ଅତ୍ୟନ୍ତ ଆନନ୍ଦିତ ଅଟେ।” ଏହି ପ୍ରତିଭା କାର୍ଯ୍ୟକ୍ରମ ରେ ବିଶ୍ୱ ର ବଛା ବଛା 200 ଜଣ ନିର୍ଦେଶକ, ଲେଖକ କେମେରାମ୍ୟାନ ଆଦି ଯୋଗ ଦେବେ l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର